Odiapua.com

ଧାମରା- ଆକ୍ରମଣ କାରୀ ଜିଆରଏସ ଜେଲ ଗଲେ

ଭଦ୍ରକ, ୧ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମରା ନିକଟସ୍ଥ ଦୋସିଙ୍ଗା ପଂଚାୟତରେ ଜଣେ କାର୍ଯ୍ୟରତ ଜିଆରଏସ ଙ୍କ ମରଣାନ୍ତକ ଆକ୍ରମଣରେ ଜଣେ ସାଧାରଣ ଜନତା ଆହତ ହୋଇ ମେଡିକାଲରେ ଚିକିତ୍ସିତ ହେଉଥିବା ବେଳେ ଏହି କେସରେ ସଂପୃକ୍ତ ଜିଆରଏସ ଆଜି ଜେଲ ହାଜତ କୁ ପଠାଯାଇଥିବା ପୁଲିସ ସୂତ୍ରରୁ ପ୍ରକାଶ । ମିଳିଥିବା ଖବର ଅନୁଯାୟୀ ଏହି ଆକ୍ରମଣରେ ଶିକାର ହୋଇଥିବା ରାଜୁ ଜେନାଙ୍କ ସ୍ତ୍ରୀଙ୍କ ଲିଖିତି ଅଭିଯୋଗ ଅନୁଯାୟୀ ସଂପୃକ୍ତ ଦୋସିଙ୍ଗା ପଂଚାୟତ ଜିଆରଏସ ତାଙ୍କର ସ୍ୱାମୀକୁ ମରଣାତ୍ନକ ଆକ୍ରମଣ କରିବା ସହ ତାଙ୍କୁ ତାଙ୍କ ଜାତି ନେଇ ଗାଳିଗୁଲଜ କରିଥିଲେ । ଏ ନେଇ ରାଜୁ ଜେନାଙ୍କ ସ୍ତ୍ରୀ ପ୍ରତିମା ଜେନା ଧାମରା ଥାନାରେ ଲିଖିତ ଅଭିଯୋଗ କରିବା ପରେ ଧାମରା ଥାନାଧିକାରୀ ୫୯/୨୩ ରେ ଏକ କେସ ରୁଜୁ କରି ସଂପୃକ୍ତ ଦୋସିଙ୍ଗା ପଂଚାୟତ ଜିଆରଏସ ପୂର୍ଣେନ୍ଦୁ ପାତ୍ରଙ୍କୁ ଜେଲ ହାଜତକୁ ପଠାଇ ଦେଇଛନ୍ତି ।