Odiapua.com

ଧାମରା ଅଂଚଳର ଜନତା ଦଳ ମତ ନିର୍ବିଶେଷରେ ଧାମରା ମହୋତ୍ସବ ପାଇଁ ଆଗେଇ ଆସିବା ଜରୁରୀ, ଧାମରା ମହୋତ୍ସବର ୨ୟ ସନ୍ଧ୍ୟା

ଭଦ୍ରକ, ୧୬ା (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମରାରେ ଚାଲିଥିବା ଧାମରା ମହୋତ୍ସବକୁ ରାଜ୍ୟ ସ୍ତରୀୟ ମହୋତ୍ସବ କରିବା ପାଇଁ ସମସ୍ତ ରାଜନୈତିକ ଦଳର ନେତୃବୃନ୍ଦ ଏବଂ ଜନସାଧାରଣ ଏକ ହେବା ଜରୁରୀ ଏବଂ ଏଥି ପାଇଁ ସୁସମୟ ଆସିଛି ବୋଲି ଆଜି ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟାରେ ମତ ପ୍ରକାଶ ପାଇଥିଲା । ଲାଉଡି ରିସର୍ଚ ସେଂଟର ଏବଂ ମାଧାମରାଇ ମତ୍ସ୍ୟଜିବୀ ସଂଘ ତରଫରୁ ୨୦୨୩ ମସିହାରେ ଆରମ୍ଭ ହୋଇଥିବା ଧାମରା ମହୋତ୍ସବ ତାର ଦ୍ୱିତୀୟ ବର୍ଷ ପୂର୍ତି ଉପଲକ୍ଷେ ଆଜି ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ କଂଗ୍ରେସ ଦଳର ଚାନ୍ଦବାଲି ନିର୍ବାଚନ ମଣ୍ଡଳୀ ନେତା ଅମୀୟ କୁମାର ମହାପାତ୍ର ,ମୁଖ୍ୟବକ୍ତା ଭାବେ ଦିଗମ୍ବର ଦାସ, ସମ୍ମାନୀତ ଅତିଥି ଭାବେ ଦୋସିଙ୍ଗା ପଂଚାୟତ ସରପଂଚ ରାମକୃଷ୍ନ ଜାନା, ସମାଜସେବୀ ଉମେଶ ମହାକୁଡ, ପ୍ରମୋଦ ନାୟକ, ସୋନୁ ଲେଙ୍କା ପ୍ରମୁଖ ଯୋଗ ଦେଇଥିବା ବେଳେ ଲାଉଡି ରିସର୍ଚ ସେଂଟର ସଂପାଦକ ଗୁରୁ ନିତ୍ୟାନନ୍ଦ ଦାସ ସେମାନଙ୍କୁ ମଂଚ ଉଡରକୁ ପାଛୋଟି ନେଇଥିଲେ । ଆଜି ସନ୍ଧ୍ୟାରେ ଅନ୍ୟ ମାନଙ୍କ ମଧ୍ୟରେ ଦୋସିଙ୍ଗା ପଂଚାୟତର ପୂର୍ବତନ ସରପଂଚ ଅଶୋକ ଜାନା, ମାଧାମରାଇ ମତ୍ସ୍ୟଜିବି କମିଟିର ଉପଦେଷ୍ଟା ପ୍ରଫୁଲ ଜେନା, ସଂପାଦକ ସୁଦର୍ଶନ ଲେଙ୍କା ଓଡିଶୀ ନୃତ୍ୟ ଗୁରୁ ବିଜୟ କୁମାର ଦାସ, ରମେଶ ଚନ୍ଦ୍ର ଜେନା ପ୍ରମୁଖ ଉପସ୍ଥିତ ଥିଲେ । ମୁଖ୍ୟ ଅତିଥୀ ନିଜ ଭାଷଣରେ ଏହି କଳାକୁ ନେଇ ଧାମରା ଅଂଚଳ ନିଜକୁ ଗୌରବାନ୍ୱିତ ମନେ କରୁଥିବା ବେଳେ ଆଗାମୀ ଦିନରେ ସମସ୍ତ ଜନସାଧାରଣ ମଧ୍ୟ ଏହି କଳା ସଂସ୍କୃତିକୁ ବଂଚାଇବା ପାଇଁ ଆଗକୁ ଆସିବା ଜରୁରୀ ବୋଲି କହିଥିଲେ ଫଳରେ ଧାମରା ବିଶ୍ୱ ସ୍ତରରେ ନାମ କମାଇ ଥିବା ବେଳେ କଳା ସଂସ୍କୃତିକୁ ନେଇ ଆଉ ଗୋଟିଏ ପାଦ ଆଗକୁ ବଢାଇପାରିବାର ସମ୍ଭାବନା ଆମ ପାଖରେ ଅଛି ବୋଲି ମତ ରଖିଥିଲେ । ଆଜି ସନ୍ଧ୍ୟାରେ କୋଲକାତା ର କଳାକର୍ମ ଫାଉଣ୍ଡେସନ ତରଫରୁ ଭାରତ ନାଟ୍ୟମ ମଂଚସ୍ଥ ହୋଇଥିବା ବେଳେ ଡ୍ୟାନ୍ସ ଡ୍ରାମା ସଙ୍ଗଠନ ତରଫରୁ ସମ୍ବଲପୁରୀ ଏବଂ ଖୋର୍ଦାର ମାଲାଖମ୍ବ ଟ୍ରୁପ ଦ୍ୱାରା ମାଲାଖମ୍ବ ନୃତ୍ୟ ପ୍ରଦର୍ଶନୀ ହୋଇଥିଲା । ଆଜିର ଦ୍ୱିତୀୟ ସନ୍ଧ୍ୟାରେ ୫ନଂ ଜୋନର ଜିଲ୍ଲା ପରିଷଦ ବଳଭଦ୍ର ଲେଙ୍କା ନିଜର ବକ୍ତବ୍ୟରେ ଲାଉଡି ରିସର୍ଚ ସେଂଟର ସଂପାଦକ ଗୁରୁ ନିତ୍ୟାନନ୍ଦ ଦାସ ଦିବ୍ୟାଙ୍ଗ ହୋଇ ଲାଉଡି ରିସର୍ଚ ସେଂଟର ଭଳି ଏକ ଅନୁଷ୍ଠାନ ଗଢିବା ସହ ଧାମରା ଅଂଚଳରେ ଏଭଳି ଏକ ମହୋତ୍ସବ ର ଆୟୋଜନ କରି ପାରିଥିବାରୁ ତାଙ୍କୁ ଧାମରା ଅଂଚଳବାସୀଙ୍କ ତରଫରୁ ଧନ୍ୟବାଦ ଦେଇ ଉତ୍ତରୋତର କାମନା କରିଥିଲେ ।