Odiapua.com

ଧାମରା ଅଂଚଳର ଗର୍ବ ଓ ଗୌରବ, ରାଜ୍ୟ ପ୍ରଶାସନ ସେବାରେ ସାମିଲ ହେଲେ ରୁଦ୍ରମାଧବ

ଭଦ୍ରକ, ୧୧ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଧାମରା ଅଂଚଳ ଅର୍ନ୍ତଗତ ଜାଗୁଳା ଗ୍ରାମପଂଚାୟତ ଜାଗୁଳା ଗ୍ରାମର ସ୍ୱର୍ଗତ ଲକ୍ଷ୍ମଣ ବେହେରାଙ୍କ କନିଷ୍ଟ ପୁତ୍ର ରୁଦ୍ରମାଧବ ବେହେରା ଓଡିଶା ପ୍ରଶାସନିକ ସେବା କ୍ଷେତ୍ରରେ ୧୧୩ ନଂ ସ୍ଥାନରେ ରହି ନିଜ ଅଂଚଳ ତଥା ଚାନ୍ଦବାଲି ବ୍ଲକ ପାଇଁ ଗୌରବ ଆଣିଛନ୍ତି । ଧାମରା ଅଂଚଳ ଗର୍ବ ଏବଂ ଗୌରବ ନେଇ ରାଜ୍ୟ ପ୍ରଶାସନ ସେବାରେ ସେ ନିଜକୁ ସାମିଲ କରି ପାରିଥିବାରୁ ସାଙ୍ଗ ସାଥୀ ବନ୍ଧୁ ପରିଜନ ତଥା ବିଭିନ୍ନ ଅନୁଷ୍ଟାନ ପକ୍ଷରୁ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିଛି । ଶ୍ରୀ ବେହେରା ଜଣେ ମେଧାବୀ ଛାତ୍ର ସହିତ ୨୦୦୨ ମସିହାରେ ମହାତ୍ମା ଗାନ୍ଧୀ ମେମୋରିଆଲ ହାଇସ୍କୁଲରୁ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇ ଭଦ୍ରକ କଲେଜରେ +୨ ଓ +୩ ବାଣିଜ୍ୟରେ ଅଧ୍ୟୟନ କରିବା ପରେ ସମ୍ବଲପୁର ବିଶ୍ୱ ବିଦ୍ୟାଳୟରୁ ପୋଷ୍ଟ ଗ୍ରାଜୁଏଟ ଡିଗ୍ରି ହାସଲ କରିବା ପରେ ୨ବର୍ଷ ବାରିପଦା ୟୁନର୍ଭସିଟିରେ ସେ ନିଯୁକ୍ତି ପାଇଥଥିଲେ ।ସେ ଜଣେ ମେଳାପି ଓ ମେଧାବୀ ଛାତ୍ର ସହିତ କିଛି ଦିନ ଧରି ପ୍ରଶାସନିକ ସେବା ପାଇଁ ନୂଆଦିଲ୍ଲୀରେ ରହି ଚେଷ୍ଟା ଜାରି ରଖିଥିଲେ । ଖୁବ୍ କମ ଦିନ ମଧ୍ୟରେ ନିଜକୁ ପ୍ରଶାସନିକ ସେବା ପରୀକ୍ଷା ପାଇଁ ପ୍ରସ୍ତୁତ କରି ଏଥର କୃତକାର୍ଯ୍ୟ ହୋଇଥିଲେ । ଆଗାମୀ ଦିନରେ ସେ ଭାରତୀୟ ପ୍ରଶାସନ ସେବା ପାଇଁ ପ୍ରସ୍ତୁତ ହେଉଛନ୍ତି ବୋଲି ଗଣମାଧ୍ୟମ ପ୍ରତିନିଧିଙ୍କୁ କହିଥିଲେ ।