Odiapua.com

ଧାମରାରେ ୭୮ ତମ ସ୍ୱାଧୀନତା ଦିବସ

ଭଦ୍ରକ, ୧୬ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମରାରେ ୭୮ ତମ ସ୍ୱାଧୀନତା ଦିବସ ମହା ସମାରୋହରେ ପାଳିତ ହୋଇ ଯାଇଛି ।ଧାମରା ଥାନାରେ ଶୋଭନ କୁମାର ସ୍ୱାଇଁ,ଧାମରା ମେରାଇନରେ କୃର୍ଷ୍ଣଚନ୍ଦ୍ର ଜାନୀ, ବାଂଶଡା ଥାନାରେ ବି ଏନ ହେମ୍ବ୍ରମ, ଜାଗୁଳା ବିଜେପି ଅଫିସରେ ଯୁବ ମୋର୍ଚା ସଭାପତି ତ୍ରିଦିବେଶ ପ୍ରଧାନ, ଧାମରା ଆର ଆଇ ଅଫିସରେ ତୁଷାର ରଞ୍ଜନ ମହାପାତ୍ର, ଧାମରାଇ ମନ୍ଦିର କମିଟିରେ ପ୍ରକୃତିବନ୍ଧୁ ଶରତ ଦଳେଇ, କଇଥଖୋଲା ଆର ଆଇ ଅଫିସରେ ଅଜାତ ଶତ୍ରୁ ଦାସ ବାଂଶଡା ପଂଚାୟତ ଅଫିସରେ ଦିଗମ୍ବର ଦାସ,ଧାମରା ମତ୍ସ୍ୟପୋତାଶ୍ରୟରେ ପରିଚାଳକ ନଳିନୀକାନ୍ତ ଦାସ, ଜାଗୁଳା ପଂଚାୟତରେ ସରପଂଚ ସୁରେଶ ସେଠୀ, ବାଂଶଡା ପଂଚାୟତରେ ସରପଂଚ ପ୍ରଶାନ୍ତି ଦାସ, ବାଂଶଡା କଂଗ୍ରେସ ଅଫିସରେ ଧିରେନ୍ଦ୍ର ଦାସ, ଦୋସିଙ୍ଗା ପଂଚାୟତରେ ସରପଂଚ ରାମକୃଷ୍ଣ ଜାନା, ଧାମରା ମେଡିକାଲରେ ଡା. ଜନ୍ମେଜ୍ଞୟ ବେହେରା,ବଇଁଚା ମେଡିକାଲରେ ଡା. ମାନସ ଦାସ,ଧାମରା ବନ୍ଦର ମଧ୍ୟରେ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଦେବେନ୍ଦ୍ର ଠକ୍କର,କଇଥଖୋଲା ପଂଚାୟତରେ ସରପଂଚ ଅନିତା ସାମଲ, ଧାମରା ପଂଚାୟତରେ ସରପଂଚ ମଲ୍ଲୀ ମାଝୀ, କରଞମାଳ ପଂଚାୟତରେ ସରପଂଚ ନିବେଦିତା ନାୟକ,ପଂଚୁଟିକ୍ରି ପଂଚାୟତରେ ସରପଂଚ ସର୍ବେଶ୍ୱର ସେଠୀ, ଧାମରା ବିଏମଏସ ଅଫିସରେ କାର୍ଯ୍ୟକାରୀ ସଂପାଦକ ଚନ୍ଦ୍ର ଶେଖର ଜେନା, କଇଥଖୋଲା ଠାରେ ଥିବା ଏଚ ଏମ ଏସ ଅଫିସରେ କାର୍ଯ୍ୟକାରୀ ସଂପାଦକ ରବିନ୍ଦ୍ର କୁମାର ବାରିକ,କରଣପଲ୍ଲୀ ପଂଚାୟତର ସରପଂଚଙ୍କ ପ୍ରତିନିଧି ଚିନ୍ମୟ ସାହୁ, ଧାମରା କଂଗ୍ରେସ ଅଫିସରେ ସୁରେଶ ମାହୁନ୍ତ ,ଜାଗୁଳା କଂଗ୍ରେସ ଅଫିସରେ ପ୍ରମୋଦ ନାୟକ,କରଣପଲ୍ଲୀ ଆର ଆଇ ଅଫିସରେ ନିଳମାଧବ ବାରିକ ପତାକା ଉତୋଳନ କରିଥିଲେ । ସେହିପରି ବିଭିନ୍ନ ବ୍ୟାଙ୍କ ଏବଂ ବିଦ୍ୟାଳୟ ମାନଙ୍କରେ ପ୍ରଧାନ ଶିକ୍ଷକ ମାନେ ପତାକା ଉତୋଳନ କରିଥିବା ବେଳେ ଧାମରାଇ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅଧ୍ୟାପକ ପ୍ରଭାତ ଦାସ , ଶଶିକାଦେଇପୁର ନିଗମାନନ୍ଦ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅଧ୍ୟକ୍ଷ ରେବତୀ କାନ୍ତ ବେହେରା ,କଇଥଖୋଲା ଜଳସମ୍ପଦ ବିଭାଗରେ କନିଷ୍ଠଯନ୍ତ୍ରୀ ସୁବାଶ ନାୟକ ପ୍ରମୁଖ ପତାକା ଉତୋଳନ କରିବା ସହ ସ୍ୱାଧୀନତା ଦିବସ ଅବସରରେ ନିଜ ନିଜର ବକ୍ତବ୍ୟ ରଖିଥିଲେ ।