Odiapua.com

ଧାମରାରେ ୭୪ତମ ସ୍ୱାଧୀନତା ଦିବସ ପାଳିତ

ଭଦ୍ରକ, ୧୬ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାମରା ଅଂଚଳରେ ୭୪ତମ ସ୍ୱାଧୀନତା ଦିବସ ମହା ସମାରୋହରେ ପାଳିତ ହୋଇ ଯାଇଛି। ଧାମରାଠାରେ ଥିବା ଭାରତୀୟ ମଜଦୁର ସଂଘ ଅଫିସ ଠାରେ ଚନ୍ଦ୍ର ଶେଖର ଜେନା, ମନୋଜ ବସନ୍ତ ରାୟ, ମନୋଜ ଲେଙ୍କା, ବିଜୟ ପ୍ରତାପ ଜେନା, ପଂଚାୟତରେ ସରପଂଚ ପ୍ରିୟରଞନ ଜେନା, ଧାମରା ମତ୍ସ୍ୟପୋତାଶ୍ରୟରେ ପରିଚାଳକ ନଳିନୀ ଦାସ, ଧାମରା ବନପାଳଙ୍କ ଅଫିସରେ ବନପାଳ ଗଦାଧର ବିଶ୍ୱାଳ, ଜାଗୁଳା ପଂଚାୟତରେ ସରପଂଚ କାଂଚନବାଳା ମାହୁନ୍ତ, ଧାମରା କଂଗ୍ରେସ ଅଫିସରେ ଜାଗୁଳା ପଂଚାୟତର ସମାଜସେବୀ ସୁରେଶ ମାହୁନ୍ତ, ଜାଗୁଳା ବିଜେଡି ଅଫିସରେ ବିଜୁ ଯୁବ ଜନତା ଦଳର ଉପସଭାପତି ଜ୍ୟୋତିରଞନ ଲେଙ୍କା-, ନୀଳମଣି ବେହେରା, ଧାମରା ଜୋନର ଜିଲ୍ଲାପରିଷଦ ପ୍ରାର୍ଥୀନୀ ବିଳାସିନୀ ଦାସ, ପୂର୍ବତନ ସମିତିସଭ୍ୟ ନିରଞନ ମଣ୍ଡଳ, ଧାମରା ବିଜେପି ଅଫିସରେ ସମିତିସଭ୍ୟ ପ୍ରମୋଦ ନାୟକ, ସୋନୁ ଲେଙ୍କା, ବାଂଶଡା ପଂଚାୟତରେ ସରପଂଚ ପ୍ରଶାନ୍ତି ଦାସ, ପଂଚୁଟିକ୍ରି ପଂଚାୟତରେ ସରପଂଚଙ୍କ ପ୍ରତିନିଧି ତଥା ସମାଜସେବୀ ରାମ ଧଳ, କଇଥଖୋଲା ପଂଚାୟତରେ ସରପଂଚ ଅଶୋକ ସୀଟ, ଦୋସିଙ୍ଗା ପଂଚାୟତରେ ସମିତିସଭ୍ୟ ନରେନ୍ଦ୍ର ମାଇତି, କରଞମାଳ ପଂଚାୟତରେ ପୂର୍ବତନ ସରପଂଚ ତଥା ସମାଜସେବୀ ରମେଶ ନାୟକ, ଧାମରା ଥାନାରେ ଥାନାଧିକାରୀ ଶ୍ରୀକାନ୍ତପତି, ମେରାଇନ ଥାନାରେ ଆଇ ଆଇସି ତୁସୀଲ କୁମାର ମାଝୀ, ଅକ୍ଷୟ ବିଶ୍ୱାଳି, ବାଂଶଡା ଥାନାରେ ଥାନାଧିକାରୀ କରୁଣାକର ରାଉତ, ଧାମରା ବନ୍ଦରରେ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସୁବ୍ରତ କୁମାର ତ୍ରିପାଠୀ, ଦୋସିଙ୍ଗା ବିଜେପି ଅଫିସରେ ଦେବେନ୍ଦ୍ର ନାୟକ, ମା ଧାମରାଇ ମୋଟର ଚାଳକ ସଂଘ ଠାରେ ବିଏମଏସର ଚନ୍ଦ୍ର ଶେଖର ଜେନା ପ୍ରମୁଖ କୋବିଦ-୧୯କୁ ଆଖି ଆଗରେ ରଖି ସାମାଜିକ ଦୂରତା ଅବଲମ୍ବନ ପୂର୍ବକ ପତାକା ଉତୋଳନ କରିଥିବା ବେଳେ ସମସ୍ତ ଶିକ୍ଷାନୁଷ୍ଠାନ ମାନଙ୍କରେ ମଧ୍ୟ ପ୍ରଧାନଶିକ୍ଷକ, ଶିକ୍ଷୟତ୍ରୀ ଏବଂ ସହକାରୀ ଶିକ୍ଷକ, ଶିକ୍ଷୟତ୍ରୀ ପତାକା ଉତୋଳନ କରିଥିଲେ।