ଭଦ୍ରକ, ୨୩ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଚାନ୍ଦବାଲି ବ୍ଲକ ଧାମରାରେ ଦୀର୍ଘ ୫ବର୍ଷ ହେବ ନିର୍ମାଣଧୀନ ପାର୍କ କାହା ସ୍ୱାର୍ଥରେ ନିର୍ମାଣ କରାଯାଉଛି ବୋଲି ଅଂଚଳବାସୀ ପ୍ରଶ୍ନ ଉଠାଇଛନ୍ତି। ଏହି କାର୍ଯ୍ୟକୁ ନେଇ ଅଂଚଳବାସୀ କେତେବେଳେ ନିମ୍ନମାନର କାର୍ଯ୍ୟ ତ ପୁଣି କେତେବେଳେ ସଂପୃକ୍ତ ବିଭାଗୀୟ ଯନ୍ତ୍ରୀ ନାମରେ ଅଭିଯୋଗ ଆଣିଛନ୍ତି। ପ୍ରାପ୍ତ ଖବରରୁ ଜଣାଯାଇଛି ଏହି ପାର୍କଟି ନିର୍ମାଣ କରୁଥିବା ସଂପୃକ୍ତ ଠିକାଦାର ଦୀର୍ଘ ୫ବର୍ଷ ହେବ ଗୁଆଁଳ ଗ୍ରାମରେ ପାର୍କ ନିର୍ମାଣ କରିବା ଆଳରେ ଅଧାଗଢା କରି ଫେରାର ହୋଇ ଯାଇଥିଲେ । ପୁନଶ୍ଚ ଅଭିଯୋଗ ପରେ ରାତାରାତି ଆସି ଏହି ଅଧା ପନ୍ତରିଆ କାର୍ଯ୍ୟ ଚଳାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଏହି ପାର୍କଟି ସଂପୂର୍ଣ ମଧ୍ୟ ହୋଇପାରିଲା ନାହିଁ। ଏହି ପାର୍କଟି ଗୁଆଁଳ ଗ୍ରାମ ଠାରୁ ଦୀର୍ଘ ୧କି.ମି ଦୂରରେ ନିର୍ମାଣ କରାଯାଉଥିବାବେଳେ ଏହି ପାର୍କ ନିର୍ମାଣକୁ ଅଂଚଳବାସୀ ବିରୋଧ କରି ଆସୁଥିଲେ।ଇତି ମଧ୍ୟରେ ସଂପୃକ୍ତ ଠିକାଦାର ନିଜ ମନମାନୀରେ ଏହି କାର୍ଯ୍ୟ କରୁଥିବା ନେଇ ଅଂଚଳବାସୀ ଅଭିଯୋଗ ଆଣିଛନ୍ତି। ୧୦ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଏହି ପାର୍କଟି ନିର୍ମାଣ ହେଉଥିବାବେଳେ କେବେ ଏହା ଶେଷହେବ ତାହା ମଧ୍ୟ ପ୍ରଶ୍ନବାଚୀ ହୋଇପଡିଛି।ଇତି ମଧ୍ୟରେଏହି ପାର୍କର ଚର୍ତୁ ପାଶ୍ୱର୍ରେ ନିର୍ମାଣ ହୋଇଥିବା ପାଚେରୀରେ ବହୁସ୍ଥାନରେ ଫାଟସୃଷ୍ଟିହୋଇ ଥିବାବେଳେ କେଉଁ ମୁହୁର୍ତରେଏହି ପାଚେରୀ ଭୁଶୁଡିବ ତାହା ମଧ୍ୟ ତଦନ୍ତ ସାପେକ୍ଷ ହୋଇ ପଡିଛି। ପାର୍କର ସମସ୍ତ କାର୍ଯ୍ୟ ଶେଷହୋଇ ନଥିବାବେଳେ ବହୁସ୍ଥାନରେ ପ୍ଲାଷ୍ଟର ମଧ୍ୟ ଖସିଲାଣି । ଫଳରେ ପାର୍କ ର ସ୍ଥାୟିତ୍ୱ ନେଇ ,ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଅନ୍ୟ ପକ୍ଷରେ ଚାନ୍ଦବାଲି ବିଡିଓ ବର୍ତମାନ ଟ୍ରେନିଂରେ ଯାଇଥିବାବେଳେ ଚାନ୍ଦବାଲି ବିଡିଓ ଏହି କଥା ବିଷୟରେ ଅବଗତ ନାହାନ୍ତି ବୋଲି ନିଜର ପ୍ରତିକ୍ରିୟା ରଖିଥିଲେ। ଅନ୍ୟ ପକ୍ଷରେ ଏହି ପାର୍କ ଦାୟିତ୍ୱରେ ଥିବା ସହକାରୀ ଯନ୍ତ୍ରୀ ମୃତ୍ୟୁଞ୍ଜୟ ତରାଇ କୌଣସି ପ୍ରତିକ୍ରିୟା ରଖି ନଥିଲେ। ତୁରନ୍ତ ଏହି ନିମ୍ନମାନର କାର୍ଯ୍ୟର ବିଦ୍ଧିବଦ୍ଧ ତଦନ୍ତ କରିବାକୁ ଅଂଚଳବାସୀ ଦାବୀ ଜଣାଇଛନ୍ତି।