ଭଦ୍ରକ, ୨ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମରା ନିକଟସ୍ଥ ଧାମରା ବନ୍ଦର(ଆଦାନୀ) ଆଗରେ ହିନ୍ଦ ମଜଦୁର ସଭା ପକ୍ଷରୁ ଶ୍ରମିକ ଦିବସ ପାଳିତ ହୋଇ ଯାଇଛି। ଧାମରା ବନ୍ଦର ଗେଟ ଆଗରେ ପତାକା ଉତୋଳନ ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା। ଏଚଏମଏସର ସାଧାରଣ ସଂପାଦକ ରମେଶ ଚନ୍ଦ୍ର ବାରିକ ସଭାପତିତ୍ୱରେ ଏକ ସଭା କାର୍ଯ୍ୟ ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ୟୁନିୟନର ସଭାପତି ଅରୁଣ କୁମାର ସ୍ୱାଇଁ ଶ୍ରମିକ ଦିବସ ଉପରେ ଏକ ସାରଗର୍ଭକ ଭାଷଣ ଦେବା ସହ ଆଂଚଳିକ କ୍ଷେତ୍ରରେ ଧାମରା ବନ୍ଦରରେ ଶ୍ରମିକ ସମସ୍ୟା ଓ ବନ୍ଦର କର୍ତୁପକ୍ଷଙ୍କ ପରୋକ୍ଷ କୌଶଳପୂର୍ଣ ଶ୍ରମିକ ଶୋଷଣ ସମ୍ପର୍କରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ସହ ନିଜ ବକ୍ତବ୍ୟରେ ଶ୍ରମିକ ଆନ୍ଦୋଳନ ଫଳରେ ଘଟିଥିବା ଅର୍ଥନୈତିକ ଓ ରାଜନୈତିକ ପରିବର୍ତନ ସଂକ୍ରାନ୍ତରେ ଆଲୋକପାତ କରିବା ସହ ଶ୍ରମିକ ବିରୋଧୀ କଳା ଆଇନ କିପରି ଶ୍ରମିକ ମାନଙ୍କୁ ବିପର୍ଯ୍ୟୟକୁ ଠେଲି ଦେଉଛି ସେ ବିଷୟରେ ଉପସ୍ଥିତ ଶ୍ରମିକ ଏବଂ କର୍ମଚାରୀ ମାନଙ୍କୁ ଅବଗତ କରାଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଧାମରା ବନ୍ଦର ଇଞ୍ଜିନିୟରିଂ ଆସୋସିଏସନର ସଂପାଦକ ସତ୍ୟ ଶୋଭନ ଜେନା ,ସମାଜସେବୀ ନରହରି ମଲିକ, ସୁବାଶ ଲେଙ୍କା ପ୍ରମୁଖ ନିଜ ନିଜ ବକ୍ତବ୍ୟରେ ଶ୍ରମିକ ମାନେ ଏକାଠି ରହିବାକୁ ଆହ୍ୱାନ ଦେଇଥିଲେ। ପରେ ବନ୍ଦର ଗେଟ ଆଗରେ ଶତାଧିକ ଶ୍ରମିକ ମାନଙ୍କୁ ମିଠା ପ୍ୟାକେଟ ବଂଟନ କରାଯିବା ସହ ସେମାନଙ୍କ ଉଜ୍ୱଳମୟ ଭବିଷ୍ୟତ କାମନା କରାଯାଇଥିଲା। ଆଜି ହୋଇଥିବା ସଭାରେ ଅନ୍ୟ ମାନଙ୍କ ମଧ୍ୟରେ ନନ୍ଦ କିଶୋର ପାତ୍ର, ବିଜୟ ଦାସ, ରାମେଶ୍ୱର ଦାସ, ଶିବୁ ପଣ୍ଡିତ, ରଞ୍ଜନ ମାଇତି, ରତନ ପରିଡା, ବିଜୟ ମହାଳିକ, ମିଥୁନ ଖଟୁଆ , ଏଚଏମଏସର ସାଧାରଣ ସଂପାଦକ ରମେଶ ଚନ୍ଦ୍ର ବାରିକ, ସଭାପତି ଅରୁଣ କୁମାର ସ୍ୱାଇଁ, ସତ୍ୟଶୋଭନ ଜେନା ପ୍ରମୁଖ ଉପସ୍ଥିତ ରହିବା ସହ ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଶେଷରେ ରମେଶ ଚନ୍ଦ୍ର ବାରିକ ଧନ୍ୟବାଦ ଅର୍ପଣ କରିଥିଲେ।