Odiapua.com

ଧାମରାରେ ସିଆରସିସିଙ୍କ ବିଦାୟ ଏବଂ ସ୍ୱାଗତ ସମ୍ବଦ୍ଧନା

ଭଦ୍ରକ, ୨୬ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାମରା ନିକଟସ୍ଥ କରଞ୍ଜମାଳ କ୍ଲଷ୍ଟରର ସୁକଚାନ୍ଦ ସରକାରୀ ଉପ୍ରା ବିଦ୍ୟାଳୟରେ ଧାମରା ଅଂଚଳର ପୁରାତନ ସିଆରସିସି ମାନଙ୍କର ବିଦାୟ ଏବଂ ନୂତନ ଭାବେ କାର୍ଯ୍ୟରେ ଯୋଗ ଦେଇଥିବା ସିଆରସିସି ମାନଙ୍କୁ ସ୍ୱାଗତ କାଳୀନ ସମ୍ବର୍ନ୍ଧନା ଅନୁଷ୍ଠିତ ହୋଇଯାଇଛି । ହୃଦୟପ୍ରସାଦ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ରବିନ୍ଦ୍ର କୁମାର ଦଳାଇଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ଶିକ୍ଷକ ନେତା ତଥା ଓଡିଶା ପ୍ରାଥମିକ ଶିକ୍ଷକ ସଂଘର ସଭାପତି ପ୍ରକାଶ କୁମାର ନାୟକ,ସମ୍ମାନୀତ ଅତିଥି ଭାବେ ପ୍ରାଣକୃଷ୍ଣ ଓଝା, ଦୋସିଙ୍ଗା ସିଆରସିସି ଧନପତି ମାନ୍ନା, ପାଇକସାହି ସିଆରସିସି ଅଭିମନ୍ୟୁ ନାୟକ,ଏସ ଏସ ନିଗମାନନ୍ଦ ହାଇସ୍କୁଲର ପ୍ରଧାନ ଶିକ୍ଷକ ରେବତୀ କାନ୍ତ ବେହେରା ମୁଖ୍ୟବକ୍ତା ଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ବସନ୍ତ କୁମାର ରାଉତ ଯୋଗ ଦେଇଥିଲେ । ଉକ୍ତ ସମାରୋହରେ ପୂର୍ବତନ ସିଆରସିସି ଅନୁପ କୁମାର ଦାସଙ୍କୁ ମାନପତ୍ର ,ଉପଢୌକନ ପ୍ରଦାନ ପୂର୍ବକ ନୂତନ ସିଆରସିସି ତ୍ରିଲୋଚନ ଦାସଙ୍କୁ ସ୍ୱଗତ କରାଯାଇଥିଲା । ଆଂଚଳିକ ସାଧନ କେନ୍ଦ୍ରର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ପୂର୍ବତନ ସିଆରସିସି ଅନୁପ କୁମାର ଦାସଙ୍କ କାର୍ଯ୍ୟଦକ୍ଷତା ,କର୍ତ୍ତବ୍ୟ ପରାୟଣତା ସହଯୋଗକୁ ଭୂୟଶୀ ପ୍ରଶଂସା କରିବା ସହ ନୂତନ ଭାବେ କାର୍ଯ୍ୟରେ ଯୋଗ ଦେଇଥିବା ସିଆରସିସିଙ୍କୁ କାର୍ଯ୍ୟକ୍ଷେତ୍ରରେ ପୂର୍ବତନ ସିଆରସିସିଙ୍କୁ ଅନୁସରଣ କରିବାକୁ ନିଜ ନିଜର ବକ୍ତବ୍ୟ ରଖିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଶିକ୍ଷକ କାଳିପଦ ମଣ୍ଡଳ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମର ସୁପରିଚାଳନା ପାଇଁ ଶିକ୍ଷକ ବନବିହାରୀ ସିଂ, ବଳରାମ ଦାସ, ମାନିକ ଦାସ, ମାନସ ପରିଡା, ମହେନ୍ଦ୍ର ସିଂ ,ବିମଳ ସିଂ, ରେବତୀକାନ୍ତ ବେହେରା, ଶମ୍ଭୁନାଥ ମାଇତି, ରାଜେନ୍ଦ୍ର ରାଉଳ, ସସ୍ମିତା ଦୁଆରୀ, ରଶ୍ମିତା ମଣ୍ଡଳ, କମଳିନୀ ଦାସ, ସରିତା ଦାସ, ରେଣୁକା ସାମନ୍ତ ପ୍ରମୁଖ ଯୋଗ ଦେଇଥିଲେ । ସର୍ବଶେଷରେ ସୁବାଶ ଚନ୍ଦ୍ର ଦାସ ଅତିଥି ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।