Odiapua.com

ଧାମରାରେ ସାର୍ବଜନୀନ ବୋଇତବନ୍ଦାଣ ଉତ୍ସବ, ପରମ୍ପରା ଭୁଲିଗଲେ ସଂସ୍କୃତି ଇତିହାସ ହୋଇଯିବ – ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତି ପଣ୍ଡା

??????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????

ଭଦ୍ରକ, ୨୭ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମରାରେ ସାର୍ବଜନୀନ ବୋଇତ ବନ୍ଦାଣ କମିଟି ତାର ୬ଷ୍ଠ ବାର୍ଷିକ ବୋଇତ ବନ୍ଦାଣ ଉତ୍ସବ ପାଳନ କରିଛି । ଏହି ଉତ୍ସବରେ ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ୍ରୀ ପଣ୍ଡା ଯୋଗ ଦେଇ ଆଗାମୀ ଦିନରେ ପ୍ରଧାନମନ୍ତ୍ରୀଙ୍କ ଆଗାମୀ ଓଡିଶା କାର୍ଯ୍ୟକ୍ରମରେ ଧାମରା ଇତିହାସ ରଚିବ ବୋଲି ପ୍ରଧାନମନ୍ତ୍ରୀ ଙ୍କ ଏହା ଏକ ଆହ୍ୱାନ ବୋଲି କହିଥିଲେ ଏଥିସହ ଗତ ୧୦ ବର୍ଷ ମଧ୍ୟରେ ଦେଶର ଅର୍ଥନୈତିକ ଅଭିବୃଦ୍ଧି ସହିତ ସଡକ ଓ ପରିବହନ ବିଭାଗର ଅଭିବୃଦ୍ଧି ମଧ୍ୟ ଆଶାନୁରୁପେ ଫଳପ୍ରଦ ହୋଇଛି । ଧାମରାର ଭୌଗୋଳିକ ସ୍ଥିତି ସଂପୂର୍ଣ୍ଣ ସୁଦୃଢିକରଣ କରଣ ହୋଇ ସାରିଥିବା ବେଳେ ଆଗାମୀ ଦିନରେ ଧାମରା କୁ ଏକାଧିକ ବହୁରାଷ୍ଟ୍ରୀୟ କମ୍ପାନୀର ଆଗମନ ସ୍ଥାନୀୟ ଲୋକ ମାନଙ୍କୁ ନିଯୁକ୍ତି ପ୍ରସଙ୍ଗକୁ ତ୍ୱରାନୀତ କରିବ ବୋଲି ସୁଚନା ମିଳିଛି । ଏଥିପାଇଁ ଯୁବ ଗୋଷ୍ଠୀ ନିଜକୁ ନିଜେ ସ୍ୱାଭିମାନ ହେବା ଜରୁରୀ ହୋଇ ପଡିଛି ବୋଲି ନିଜର ବକ୍ତବ୍ୟ ରଖିଥିଲେ । ଅନ୍ୟ ପକ୍ଷରେ ଧାମରା ଠାରେ ପ୍ରତିବର୍ଷ ପାଳିତ ହେଉଥିବା ବୋଇତ ବନ୍ଦାଣ ଉତ୍ସବକୁ ଭୂୟଂଶୀ ପ୍ରଶଂସା କରିବା ସହିତ ଆମେ ପରମ୍ପରା ଭୂଲିଗଲେ ସଂସ୍କୃତି ଇତିହାସ ହୋଇ ରହିଯିବ ବୋଲି ସୁଚନା ମଧ୍ୟ ଦେଇଥିଲେ ।

ଆଜି ସାର୍ବଜନୀନ ବୋଇତ ବନ୍ଦାଣ କମିଟି ର ସାତ ସାଧବ ପୁଅ ମାନେ କେନ୍ଦ୍ରାପଡା ଜିଲ୍ଲାର ନଳିତାପାଟିଆ କୁ ଯାଇ ସେଠାରେ ଲୋକଙ୍କ ସଦ ଭାବ ବିନିମୟ କରିବା ପରେ ସେହି ସାଧବ ପୁଅ ମାନେ ଆସି ଧାମରା ଠାରେ ପଂହଚିବା ପରେ ସେମାନଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ନ୍ଧନା ମଧ୍ୟରେ ପାଛୋଟି ନେଇ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ଆଜିର ଏହି ସଭାକାର୍ଯ୍ୟରେ ଦେବେନ୍ଦ୍ର ନାୟକ ସଭାପତିତ୍ୱ କରିଥିବା ବେଳେ ସମ୍ପାଦକ ପ୍ରମୋଦ ନାୟକ ସମ୍ପାଦକୀୟ ବିବରଣୀ ପ୍ରଦାନ କରିଥିଲେ । ସମ୍ମାନୀତ ଅତିଥି ଭାବେ ପୂର୍ବତନ ରାଜସ୍ୱ ମନ୍ତ୍ରୀ ମନମୋହନ ସାମଲ ଯୋଗ ଦେଇ କାର୍ତିକ ମାସର ପରମ୍ପରା ସହ କିପରି ଓଡିଶାର ସଂସ୍କୃତି ଓତପ୍ରୋତ ଭାବେ ଜଡିତ ସେ ବିଷୟରେ ନିଜର ବକ୍ତବ୍ୟ ରଖିଥିଲେ । ଆଜି ଏହି ବର୍ଣାଢ୍ୟ ସମାବେଶରେ ସମ୍ମାନୀତ ଅତିଥି ଭାବେ ଧାମନଗର ନିର୍ବାଚନ ମଣ୍ଡଳୀର ବିଧାୟକ ସୁରଜ ସୂର୍ଯ୍ୟବଂଶୀ ଯୋଗ ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ସମଜସେବୀ ଅଭିମନ୍ୟୁ ସେଠୀ,ବିପିନ ବେହେରା, ବାପୁଜୀ ମାଝୀ, ବଦ୍ରିନାରାୟଣ ଧଳ,ମନସ୍ମିତା ଖୁଂଟିଆ, ଅଭିନେତ୍ରୀ ଜିନା ସାମଲ, ଉପେନ୍ଦ୍ର ରାଉଳ, ପୂର୍ଣ୍ଣଚନ୍ଦ୍ର ପାଣି, କାହ୍ନୁଚରଣ ବେହେରା, ଗଗନ ନାୟକ, ତ୍ରିଦିବେଶ ପ୍ରଧାନ, ତାପସ ନାୟକ ପ୍ରମୁଖ ସଭା ସ୍ଥ୍ରଳରେ ଆସନ ଅଂଳକୃତ କରିବା ସହ ନିଜ ନିଜର ବକ୍ତବ୍ୟ ରଖିଥିଲେ । ଶେଷରେ ସରୋଜ ଲେଙ୍କା ଧନ୍ୟବାଦ ଅର୍ପଣ କରିଥିବା ବେଳେ ସଭା ଶେଷରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହୋଇଥିଲା ।