Odiapua.com

ଧାମରାରେ ସାଇବର ଠକେଇରେ ଶିକାର ହେଲେ ଜୀବନ ବୀମା ଅଧିକାରୀ

ଭଦ୍ରକ, ୮ା୩ (ଓଡ଼ିଆ ପୁଅ /ସ୍ନିଗ୍ଧା ରାୟ) – ସାଇବର ଠକେଇ ଦିନକୁ ଦିନ ବଢି ବଢି ଚାଲିଥିବା ବେଳେ ଏହାକୁ ରୋକ ଲଗାଇବାକୁ ସରକାରଙ୍କ ସାଇବର ଅଧିକାରୀ ସଫଳ ହୋଇ ପାରୁ ନଥିବା ବେଳେ ଜନସାଧାରଣଙ୍କୁ ଗୋଚରାର୍ଥେ ସମସ୍ତ ଗଣମାଧ୍ୟମରେ ସମସ୍ତଙ୍କୁ ଅବଗତ କରାଉଥିବା ବେଳେ ମଧ୍ୟ କୌଣସି ସୁଫଳ ମିଳୁ ନଥିବା ଜଣାଯାଇଛି ।ଧାମରା ରେ ଏହି ସାବର ଠକେଇର ଶିକାର ହୋଇଛନ୍ତି ଏକ ପ୍ରାଇଭେଟ ଜୀବନ ବୀମା କର୍ମଚାରୀ ।ପ୍ରାପ୍ତ ଖବରରୁ ଜଣାଯାଇଛି ଧାମରା ଅଂଚଳର ନିମାଇଁ ସାଧନ ଗିରି ଶ୍ରୀରାମ ଜୀବନବୀମା କମ୍ପାନୀରେ ଜଣେ ପରିଚାଳକ ଭାବେ କାର୍ଯ୍ୟରତ । ତାଙ୍କ ଅଧିନରେ ଜଣେ ଉପଭୋକ୍ତା ନିଜର ବଣ୍ଡ ପାଇବା ପାଇଁ ତାଙ୍କର ଦ୍ୱାରସ୍ଥ ହୋଇଥିଲେ । ନିମାଁଇ ସାଧନ ଗିରି ଶ୍ରୀରାମ ଫାଇନାନ୍ସ ମୁମ୍ବାଇ ଅଫିସ ସହ ଯୋଗାଯୋଗ କରି ଜାଣିବାକୁ ପାଇଲେ ସଂପୃକ୍ତ ବ୍ୟକ୍ତିଙ୍କ ଜୀବନ ବୀମା ବଣ୍ଡ ଏକ ପ୍ରାଇଭେଟ କୋରିୟର (ବ୍ଲୁଡାର୍ଟ) ମାଧ୍ୟମରେ ପଠାଇ ଦିଆଯାଇଛି ।

ତତକ୍ଷଣାତ ନିମାଁଇ ବ୍ଲୁଡାର୍ଟ କୋରିଅର କଷ୍ଟମର କେୟାର ସର୍ଭିସର ର ମୋବାଇଲ ନମ୍ବର ଗୁଗଲ ରେ ସାର୍ଚ କରିଥିଲେ, ଏବଂ ଏକ ମୋବାଇଲ ନମ୍ବର ପାଇବାରେ ସଫଳ ହେବା ପରେ ସେ ସେହି ନମ୍ବର ସହ ଯୋଗାଯୋଗ କରିଥିଲେ । ନିଜକୁ ବ୍ଲୁଡାର୍ଟ କୋରିଅରର ସହକାରୀ ବୋଲି କହିବା ସହ ସେ ଶ୍ରୀରାମ ଜୀବନବୀମା କମ୍ପାନୀ ପରିଚାଳକ ନିମାଇ ଗିରିଙ୍କ ମୋବାଇଲକୁ ଏକ ଟେଲି ଭେରିଫିକେସନ କୋର୍ଡ ପଠାଇବା ସହ ତୁରନ୍ତ ସେହି ଭେରିଫିକେସନ କୋର୍ଡ ଜଣାଇବାକୁ କହିଥିଲେ । ନିମାଇଁ ଗିରି ନିଜ ମୋବାଇଲକୁ ଆସିଥିବା ଟେଲି ଭେରିଫିକେସନ କୋଡ ର୍ କହିବା ପରେ ପ୍ରଥମ କିସ୍ତିରେ ୪୯୯୯ ଟଙ୍କା କଟିଯାଇଥିଲା । ନିମାଇଁ ଏହା ଜାଣିବା ପରେ ତୁରନ୍ତ ବଳକା ଥିବା ୫୪୯୦ଟଙ୍କା ମଧ୍ୟରୁ ୫ହଜାର ଟଙ୍କା ନିଜର ସାଙ୍ଗ ପାଖକୁ ପଠାଇ ଦେଇଥିଲେ,ବଳକା ଥିବା ୪୯୦ଟଙ୍କା କୁ ମଧ୍ୟ ସଂପୃକ୍ତ ସାଇବର ଠକେଇ ଅଧିକାରୀ ଦ୍ୱିତୀୟ ପର୍ଯ୍ୟାୟରେ ନେବାକୁ ପଛେଇ ନଥିଲେ । ପରେ ଶ୍ରୀରାମ ଜୀବନବୀମା ଅଧିକାରୀ ନିମାଁଇ ଗିରି ତୁରନ୍ତ ସଂପୃକ୍ତ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରି ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ପାଇବାରା ଆଶା ନଥିବା କଥା ସଂପୃକ୍ତ ବ୍ୟାଙ୍କ ଅଧିକାରୀ ଜଣକ କହିଥିଲେ ।