ଭଦ୍ରକ, ୧୪ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଚାନ୍ଦବାଲି ବ୍ଲକର ପ୍ରସିଦ୍ଧ ଦୈବୀପୀଠ ମା ଧାମରାଇ ମନ୍ଦିର ନିକଟରେ ଧାମରା ସବୁଜ ବାହିନୀ ପକ୍ଷରୁ ଏକ ଜଳଛତ୍ର ଆରମ୍ଭ ହୋଇଛି। ଏହି ପରିପ୍ରେକ୍ଷୀରେ ଧାମରାଇ ମନ୍ଦିର କମିଟିର କୋଷାଧକ୍ଷ୍ୟ ନିତ୍ୟାନନ୍ଦ ବେହେରା ଫିତାକାଟି ଏହି ଜଳଛତ୍ର ଆରମ୍ଭ କରିଥିବା ବେଳେ ଏହି ଜଲଛତ୍ର ବ୍ୟବସ୍ଥା ଦୁଇ ମାସ ଧରି ଚାଲିବ ବୋଲି ସବୁଜ ବାହିନୀର ସାଧାରଣ ସଂପାଦକ ବିଜୟ କୁମାର ସାହୁଙ୍କ ନିକଟରୁ ପ୍ରକାଶ। ଆଜି ଏହି ଜଳଛତ୍ର କାର୍ଯ୍ୟ ଆରମ୍ଭ ସମୟରେ ଧାମର ସବୁଜ ବାହିନୀର ମୁଖ୍ୟ ଉପଦେଷ୍ଟା ଅଭିମନ୍ୟୁ ରାଉତ, ସଭାପତି ଶରତ ଦଳେଇ, ସଂପାଦକ ବିଜୟ କୁମାର ସାହୁ, ସହ ସଂପାଦକ ସୁକଦେବ ଜେନା,ଅମରେନ୍ଦ୍ର ବେହେରା, ମାୟାଧର ପରିଡା, ରଜତ କୁମାର ସାହୁ, ନିରାକାର ନାୟକ, ନିରାକର ବେହେରା,ଦୁର୍ଗାଚରଣ ନାୟକ, ଖଗେଶ୍ୱର ଦାସ,ଭୈରବ ଦଳେଇ, ସନ୍ତୋଷ ପାତ୍ର, ସତ୍ୟରଞନ ମହାନ୍ତି, ରାଜେଶ ମାଝୀ, ଅରବିନ୍ଦ ମାନ୍ନା, ଗଣେଷ ଜେନା, ମନ୍ମଥ ଦାସ, ମାନସ କୁମାର ଜେନା, ମହେଶ୍ୱର ମଲିକ, ଶରତ କୁମାର ଜେନା, ଚର୍ତୁଭୁଜ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।