Odiapua.com

ଧାମରାରେ ଶ୍ରମିକଙ୍କ ଶବ ଉଦ୍ଧାର

ଭଦ୍ରକ, ୪ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମରା ପଂଚାୟତ ଗୁଆଁଳ ଗ୍ରାମ ନିକଟସ୍ଥ ରେଳପଥ ଠାରେ ଏକ ଯୁବକର ଶବ ପଡିଥିବା ଦେଖିବାକୁ ମିଳିଛି । ଶବ ଏକ ଶ୍ରମିକର ବୋଲି କହୁଥିବା ବେଳେ ଶବର ସଠିକ ପରିଚୟ ମିଳି ନାହିଁ। ସଂପୃକ୍ତ ବ୍ୟକ୍ତି ଜଣକ ଏକ ଚିଙ୍ଗୁଡି ପୋଖରୀରେ କାମ କରୁଥିବା ନେଇ ଆଲୋଚନା ହେଉଛି। ଶବଟି ଧାମରା ରେଳପଥ ପାଶ୍ୱର୍ରେ ଥିବା ଏକ ନୟନଯୋରୀ ଭାସୁଥିବା ବେଳେ ଶବ ପାଖରେ ଏକ ମୋଟର ସାଇକେଲ ମଧ୍ୟ ପଡିଛି। ସଂପୃକ୍ତ ବ୍ୟକ୍ତି ଜଣକ ଆଦିବାସୀ ସଂପ୍ରଦାୟ ହୋଇଥିବା ନେଇ ସନ୍ଦେହ । ଗତକାଲି ରାତିରୁ ଏହି ଶବ ସେଠାରେ ପଡିଥିବା ବେଳେ ସଂପୃକ୍ତ ଶବର କେହି ଦାବୀଦାର ଆସି ପହଂଚି ନଥିବା ବେଳେ ବାଂଶଡା ପୁଲିସ ସେଠାରେ ଶବକୁ ଜଗି ରହିଛି। ଖବର ଲେଖା ହେବା ବେଳକୁ ଦୀର୍ଘ ୧୨ଘଂଟାରୁ ଉର୍ଦ୍ଧ ସମୟ ବିତିଯାଇଥିଲେ ମଧ୍ୟ ଶବ ବ୍ୟବଛେଦ ନ ହୋଇ ସେଠାରେ ପଡି ରହିଛି। ଏହାକୁ ସ୍ଥାନୀୟ ଲୋକେ ଦୁର୍ଘଟଣା କିମ୍ବା ହତ୍ୟା କରାଯାଇଛି ବୋଲି କହୁଥିବା ବେଳେ ଶବ ବ୍ୟବଛେଦ ହେଲେ ସଂପୂର୍ଣ ତଥ୍ୟଲୋକ ଲୋଚନକୁ ଆସି ପାରିବ।