Odiapua.com

ଧାମରାରେ ଶିଶୁ ବଳତ୍କାର, ୭୦ବର୍ଷର ବୃଦ୍ଧ ଗିରଫ ହୋଇ କୋର୍ଟ ଚାଲାଣ

ଭଦ୍ରକ, ୨୯ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମରାରେ ଜଣେ ୬ବର୍ଷର ଶିଶୁକୁ ଦୁଷ୍କର୍ମ କରିବା ଅଭିଯୋଗରେ ଜଣେ ବୃଦ୍ଧ ଗିରଫ ହୋଇ କୋର୍ଟ ଚାଲାଣ ହୋଇଛନ୍ତି । ଧାମରା ଥାନାଧିକାରୀ ଶୋଭନ କୁମାର ସ୍ୱାଇଁ ଙ୍କ ନିକଟରୁ ପ୍ରକାଶ ଗତକାଲି ଧାମରା ଗ୍ରାମର ଜଣେ ବୃଦ୍ଧ ନିଜର କାମନା ବାସନା ଚରିତାର୍ଥ କରିବା ପାଇଁ ନିଜ ପଡୋଶୀଙ୍କର ଏକ ଶିଶୁ କୁ ନିଜ ଘରକୁ ଡାକି ଦୃଷ୍କର୍ମ କରିଥିଲେ । ପରେ ଶିଶୁଟି ଯନ୍ତ୍ରଣା ପାଇ ନିଜର ପିତାମାତାକୁ ଏହି କଥା କହିଥିଲା । ପରେ ଶିଶୁଟିର ପରିବାର ଲୋକେ ପ୍ରଥମେ ଶିଶୁଟିକୁ ନେଇ ବାସୁଦେବପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇ ସେଠାରେ ଚିକିତ୍ସିତ କରାଇଥିଲେ । ପରେ ଶିଶୁର ପରିବାର ଲୋକଙ୍କ ଲିଖିତ ଅଭିଯୋଗ ଅନୁଯାୟୀ ଧାମରା ଥାନାଧିକାରୀ ସଂପୃକ୍ତ ଶିଶୁ ବଳତ୍କାରୀକୁ ଆସି ଗିରଫ କରି ନେଇ ଥିଲେ । ଏ ନେଇ ଧାମରା ଥାନାରେ ଏକ କେସ ରୁଜୁ କରାଯାଇଥିବା ବେଳେ ଆଜି ସଂପୃକ୍ତ ବୃଦ୍ଧକୁ କୋର୍ଟ ଚାଲାଣ କରାଯାଇଛି ।