Odiapua.com

ଧାମରାରେ ଲୌହ ମାନବଙ୍କ ୧୫୦ତମ ଜୟନ୍ତୀ ଓ ଏକତା ଦୌଡ

ଭଦ୍ରକ, ୩୧ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମରା ଠାରେ ସର୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୫୦ତମ ଜୟନ୍ତି ତଥା ରାଷ୍ଟ୍ରୀୟ ଏକତା ଦିବସ ମହାସମାରୋହରେ ପାଳିତ ହୋଇ ଯାଇଛି। ଏହି ଉପଲକ୍ଷେ ଧାମରା ଥାନା ଏବଂ ସାମୁଦ୍ରିକ ଥାନା ପକ୍ଷରୁ ଏକତା ଦୌଡ ଅନୁଷ୍ଠିତ ହୋଇଯାଇଛି। ଦେଶର ଏକତା ସୂତ୍ରରେ ବାନ୍ଧି ରଖିବାକୁ ହେଲେ ଦେଶରେ ଶାନ୍ତିର ଆବଶ୍ୟକତା ଥିବା ବେଳେ ସର୍ଦାର ପଟେଲଙ୍କ ନେତୃତ୍ୱ ଏବଂ ଦେଶପ୍ରେମ କିପରି ଦେଶରେ ଅରାଜକତା ହଟାଇ ଶାନ୍ତି ବଜାଇ ରଖିଥିଲା ସେ ଉପରେ ଧାମରା ଥାନାଧିକାରୀ ଶୋଭନ କୁମାର ସ୍ୱାଇଁ ଏବଂ ଧାମରା ସାମୁଦ୍ରିକ ଥାନାଧିକାରିଣୀ ପ୍ରିୟଦର୍ଶନୀ ଖଟୁଆ, ଦୋସିଙ୍ଗା କ୍ଲଷ୍ଟର ସିଆରସିସି ଧନପତି ମାନ୍ନା ପ୍ରମୁଖ ନିଜ ନିଜର ବକ୍ତବ୍ୟ ରଖିଥିଲେ। ପରେ ଦୋସିଙ୍ଗା, କଇଥଖୋଲା ଏବଂ ଧାମରା ପଂଚାୟତର ଶତାଧିକ ବିଦ୍ୟାଳୟ ଛାତ୍ରଛାତ୍ରୀ , ଧାମରା ଥାନା,ଧାମରା ସାମୁଦ୍ରିକ ଥାନା, ଧାମରା ଅଗ୍ନିଶମ ବାହିନୀଏବଂ ପ୍ରତିରକ୍ଷା ବିଭାଗର ସେବା ନିବୃତ କର୍ମଚାରୀ ମାନଙ୍କୁ ନେଇ ଏହି ଏକତା ଦୌଡ ଅନୁଷ୍ଠିତ ହୋଇ ଯାଇଛି। ଧାମରା ଥାନା, ଧାମରା ସାମୁଦ୍ରିକ ଥାନା, ଅଗ୍ନିଶମ ବାହିନୀ ର ସମସ୍ତ କର୍ମଚାରୀ ଏକତା ଦୌଡରେ ଅଂଶ ଗ୍ରହଣ କରିଥିବା ବେଳେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।