Odiapua.com

ଧାମରାରେ ମା’ ଧାମରାଇଙ୍କ ଜନ୍ମ ମହୋତ୍ସବ ତଥା ଗଣପର୍ବ ମକର ସଂକ୍ରାନ୍ତି

ଭଦ୍ରକ, ୧୩ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମରା ଅଂଚଳରେ ଗଣପର୍ବ ଭାବେ ବ୍ୟାପକ ଖ୍ୟାତି ଲାଭ କରିଥିବା ମକର ସଂକ୍ରାନ୍ତି ଧୁମଧାମରେ ପାଳନ କରାଯାଉଛି। ।ଭଦ୍ରକ ଜିଲ୍ଲାର ଚାନ୍ଦବାଲି ବ୍ଲକର ଧାମରା ଉତ୍ସବ ମୂଖର ହୋଇ ଉଠିବା ସହ ଅଂଚଳ ତଥା ପୂରପଲ୍ଲିରେ ସାଧାରଣ ଜନତାଙ୍କ ମୁହଁରେ ପ୍ରବଳ ଉତ୍ସାହ ମଧ୍ୟରେ ଏହି ପର୍ବ ପାଳନ କରାଯାଉଛି। ମକର ସଂକ୍ରାନ୍ତି ତଥା ମା ଧାମରାଇଙ୍କ ଜନ୍ମତ୍ସୋବକୁ ଅଂଚଳବାସୀ ଏହି ପର୍ବକୁ ଗଣ ପର୍ବ ଭାବେ ପାଳନ କରୁଛନ୍ତି। ଦୀର୍ଘ ୧୮୭୫ ମସିହାରୁ ଏହି ପୀଠରେ ମାଧାମରାଙ୍କ ପୂଜାଚ୍ଚନା ହୋଇଆସୁଛି। ପବିତ୍ର ମାଘ ମାସରେ ସୂର୍ଯ୍ୟ ଙ୍କ ଉତରାୟଣ ଗତିରେ ୧୮୭୫ ମସିହାରେ ଏହି ଦିନ ଧାମରା ମୁହାଣରେ ମାଛ ମାରୁଥିବା କୈବର୍ତ ଚୈତନ ଦଳେଇ ଏବଂ ନିଧି ଦଳେଇଙ୍କ ଜାଲରେ ଏକ ପଥର ମୂର୍ତୀ ପଡିଥିଲା। ଏବଂ ସେହି ପଥରମୂର୍ତୀକୁ ନେଇ ଧାମରାକୁ ଆସିବା ପରେ ସେହି ରାତିରେ ସ୍ୱାପ୍ନାଦେଶ ହୋଇଥିଲା ମୁ ମା ଧାମରାଇ ଏବଂ ମୋର ଅନ୍ୟ ୬ ଭଉଣୀ ଙ୍କ ମଧ୍ୟରୁ ୫ ଭଉଣୀ ସାତାଭାୟା ଠାରେ ପଂଚୁ ବାରାହୀ ନାମରେ ପୂଜା ପାଇ ଆସୁଛନ୍ତି ଏବଂ ଅନ୍ୟ ଗୋଟିଏ ଭଉଣୀ ନରେନ୍ଦ୍ରପୁରର ମା ପାଟଣ ମଙ୍ଗଳା ନାମରେ ପୂଜିତ ହେଉଥିବା ବେଳେ ମୋତେ କେବଳ ଧାମରା କୈବର୍ତ ବଂଶର ବିଧବା ସ୍ତ୍ରୀ ଲୋକ ମାନେ ପୂଜା କରିବେ ଏବଂ ସେହି ଦିନ ଅର୍ଥାତ ୧୮୭୫ ମସିହା ଜାନୁଆରୀ ମାସ ୧୪ ତାରିଖ ଦିନ ମା ଧାମରାଇଙ୍କ ଏକ ଚାଳ ଘରେ ପ୍ରତିଷ୍‌ା କରାଯାଇ ପୂଜାର୍ଚନା କଆରମ୍ଭ କରାଯାଇଥିଲା। ମକରସଂକ୍ରାନ୍ତି ଦିନ ମାଧାମରାଇଙ୍କ ଷୋଡଶ ଉପଚାର ପୂଜା କରାଯିବା ସହ ଯଞ, ଗୀତାପାଠ, ଚଣ୍ଡୀ ପାଠ ପ୍ରତ୍ୟହ ଭୋର ୫ଟା ଠାରୁ ଆରମ୍ଭ ହୋଇ ରାତ୍ରି ୮ଟା ଯାଏ ଏହିପରି ଦୀର୍ଘ ୧୦ ଦିନ ପର୍ଯ୍ୟନ୍ତ ଚାଲେ । ୧୮୭୫ ମସିହାରୁ ଏକ ଚାଳ ଘରେ ପୂଜା ପାଇ ଆସୁଥିବା ବେଳେ ୨୦୦୫ମସିହାରେ ଧାମରା,ଜାଗୁଳା ପଂଚାୟତର ସର୍ବସାଧାରଣଙ୍କ ସହଯୋଗରେ ଏକ ବିଶାଳ ମନ୍ଦିର ପ୍ରତିଷ୍ଠା ହୋଇଥିଲା । ଦୀର୍ଘ ୧୦ ଦିନ ବ୍ୟାପୀ ମେଳାରେ କେବଳ ଭ୍‌ଦ୍ରକ ଜିଲ୍ଲା ନୁହେଁ କେନ୍ଦ୍ରାପଡା,ରାଜନଗର ,ଓଳାଭର,ପଟ୍ଟାମୁଣ୍ଡାଇ ,ରାଜକନିକା,ବିଞ୍ଝାରପୁର,ଚଣ୍ଡିଖୋଲ,ଯାଜପୁର,ଆରଡି,ଚାନ୍ଦବାଲି,ସୋରୋ,ବାଲେଶ୍ୱର, ଜଳେଶ୍ୱର, ବାଲିଆପାଳ ବସ୍ତା,କଲିକତା,କାନ୍ଥି,ମେଦିନପୁର,ବେଲଦା ପ୍ରଭୃତି ଅଂଚଳରୁ ଲୁଗାଦୋକାନ, ଶଂଖ ,ଲୁହା,ପଥର କାରୁକାର୍ଯ୍ୟ,ସିଙ୍ଗ,ସୁନା ଦୋକାନ, କଂସା ବାଶନ ଠାରୁ ଆରମ୍ଭ କର ିଗୁପଚୁପ,ଫାଷ୍ଟଫୁଡ ପର୍ଯ୍ୟନ୍ତ ସମସ୍ତ ପ୍ରକାରର ଦୋକାନୀ ମାନଙ୍କର ଭିଡ ଜମିଆସୁଥିବା ବେଳେ ଚଳିତ ବର୍ଷ ବହୁ ବ୍ୟବସାୟୀଙ୍କ ସମାଗମ ହୋଇଥିବା ବେଳେ ଧାମରାଇ ମନ୍ଦିର ବେଢା ମଧ୍ୟ ଲୋକାରଣ୍ୟ ହୋଇ ପଡିଛି।ଚଳିତ ବର୍ଷ ଆରମ୍ଭ ହୋଇଥିବା ମକରମେଳା କୁ ଶାନ୍ତି ଶୃଙ୍ଖଳା ସହ ପାଳନ କରିବାକୁ ଧାମରା ପୁଲିସ ପ୍ରଶାସନ ଜନସାଧାରଣଙ୍କୁ ଅନୁରୋଧ କରିଥିବା ବେଳେ ସ୍ଥାନୀୟ ଜନସାଧାରଣ ପ୍ରଶାସନକୁ ମଧ୍ୟ ସାହାଯ୍ୟର ହାତ ବଢାଇଛନ୍ତି। ଏଥିସହ ମନ୍ଦିର ପ୍ରଶାସନ ନିଜର ପୂର୍ଣ ସହଯୋଗ କରିବା ସହ ଦୀର୍ଘ ୧୦ଦିନ ବ୍ୟାପୀ ପାଳନ ହେବାକୁ ଥିବା ମକର ସଂକ୍ରାନ୍ତିର ମଜାଉ ଠାଇବାକୁ ପୁର ପଲ୍ଲୀରେ ତଥା ଘରେ ଘରେ ବନ୍ଧୁବାନ୍ଧବଙ୍କ ଭିଡ ମଧ୍ୟ ଜମିଛି।