Odiapua.com

ଧାମରାରେ ମନରେଗା କାର୍ଯ୍ୟରେ ଶ୍ରମିକ ହୋଇ କାର୍ଯ୍ୟ କଲେ ପ୍ରକଳ୍ପ ନିର୍ଦେଶକ

ଭଦ୍ରକ, ୨୮ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାମରା ପଂଚାୟତରେ ଚାଲିଥିବା ମନରେଗା କାର୍ଯ୍ୟରେ ଭଦ୍ରକ ପ୍ରକଳ୍ପ ନିର୍ଦେଶକ ଶ୍ରମିକ ହୋଇ କାର୍ଯ୍ୟ କରୁଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ବେଳେ ଶ୍ରମିକ ମାନଙ୍କୁ ଶ୍ରମ କରିବାର ତରିକା ଶିଖାଇ ଥିବା ଦେଖିବାକୁ ମିଳିଛି । ପ୍ରକଳ୍ପ ନିର୍ଦେଶକ ମଧୁସୁଦନ ଦାସ ଆସି ଧାମରା ପଂଚାୟତରେ ପହଂଚି ଚାଲିଥିବା ମନରେଗା କାର୍ଯ୍ୟସ୍ଥଳକୁ ପରିଦର୍ଶନରେ ଯାଇଥିଲେ । ସେଠାରେ ପହଂଚି ଶ୍ରମିକ ମାନଙ୍କୁ କାର୍ଯ୍ୟ କରୁଥିବାର ଦେଖିବାକୁ ପାଇବା ସହ ନିଜ ମୁଣ୍ଡରେ ପଗଡି ବାନ୍ଧି ମାଟି ବୋହିଥିଲେ ।ଏହି ଦୃଶ୍ୟକୁ ସେଠାରେ ଉପସ୍ଥିତ ଥିବା କର୍ମୀ ମାନେ ଭିଡିଓରେ ଉତ୍ତୋଳନ କରିବା ସହ ସୋସିଆଲ ମିଡିଆରେ ଭାଇରାଲ କରିଥିଲେ । ପ୍ରକଳ୍ପ ନିର୍ଦେଶକ ଶ୍ରମ ଦାନ କରିବା ସହ ଉପସ୍ଥିତ ଥିବା ଧାମରା ପଂଚାୟତର ସରପଂଚ ପାପା ଜେନା ,ଚାନ୍ଦବାଲି ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧି ରଞ୍ଜନ ସାହୁଙ୍କୁ ଆଗାମୀ ଦିନରେ କୌଣସି ମେସିନରେ ମନରେଗା କାର୍ଯ୍ୟ ନ କରିବାକୁ ପରାମର୍ଶ ଦେଇଥିଲେ ।ଧାମରା ଅଂଚଳରେ ବହୁ ପଂଚାୟତରେ ଏହି ମନରେଗା କାର୍ଯ୍ୟ ଗୁଡିକ ମେସିନ ସାହାର୍ଯ୍ୟରେ ହେଉଥିବା ଖବର ପାଇ ଆଜି ପ୍ରକଳ୍ପ ନିର୍ଦେଶକ ଆସି ହଠାତ ଏହି କାର୍ଯ୍ୟ ଗୁଡିକ ତଦାରଖ କରିଥିଲେ ।

ଏଠାରେ ଉଲ୍ଲେଖଯୋଗ୍ୟ ମହାତ୍ମାଗାନ୍ଧି ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା(ମନରେଗା)ଏକ ବୃହତ ଶ୍ରମ ଭିତିକ ଯୋଜନା ହୋଇଥିବା ବେଳେ ରାଜ୍ୟରେ ୨୦୧୮ ଆର୍ଥିକ ବର୍ଷରୁ ଆଜି ପର୍ଯ୍ୟନ୍ତ ୪ଲକ୍ଷରୁ ଉର୍ଦ୍ଧ ପ୍ରକଳ୍ପ ଏବେ ଅଧୁରା ରହିଥିବା କଥା ପଂଚାୟତିରାଜ ବିଭାଗ ପକ୍ଷରୁ ପ୍ରକାଶ ପାଇଥିଲା । ଏହି ଖବର ପ୍ରକାଶିତ ହେବା ପରେ ଭଦ୍ରକ ଜିଲ୍ଲା ପ୍ରକଳ୍ପ ଅଧିକାରି ଆସି ସମସ୍ତ କାର୍ଯ୍ୟର ତଦାରଖ କରୁଥିବା ଜଣାଯାଇଛି । ଆଜି ଚାନ୍ଦବାଲି ବିଡିଓ ଜ୍ୟୋତିପ୍ରକାଶ ଦାସ କୋଦାଳରେ ମାଟି ହାଟି ଝୁଡିରେ ପୂରାଇବା ସହ ପ୍ରକଳ୍ପ ନିର୍ଦେଶକଙ୍କ ମୁଣ୍ଡକୁ ଏହି ମାଟି ଝୁଡି ଉଠାଇ ଦେଉଥିବା ଦେଖିବାକୁ ମିଳିଥିଲା । ଏଥିସହ ଧାମରା ଅଂଚଳରେ ବହୁ ସ୍ଥାନରେ ମନରେଗା କାର୍ଯ୍ୟ ଗୁଡିକ ମେସିନମ ସାହାଯ୍ୟରେ ହେଉଥିବା ବେଳେ ଏହି ଅଭିଯୋଗ ପ୍ରକଳ୍ପ ନିର୍ଦେଶକଙ୍କ ନିକଟରେ ହୋଇଥିଲା । ଯାହାକୁ ନେଇ ଅଂଚଳର ଶ୍ରମିକଙ୍କ ମଧ୍ୟରେ ଅସନ୍ତୋଷ ଜାରୀ ରହିଥିଲା । ଆଜିର ଏହି କାର୍ଯ୍ୟକ୍ରମକୁ ପ୍ରକଳ୍ପ ନିର୍ଦେଶକ ତଦାରଖ କରିବା ପରେ ଧାମରା ୮ପଂଚାୟତକୁ ଯାଇ ସେହି ପଂଚାୟତ ମାନଙ୍କରେ ଚାଲିଥିବା ସମସ୍ତ ମନରେଗା କାର୍ଯ୍ୟ ଗୁଡିକୁ ତଦାରଖ କରିବା ସହ ଅସନ୍ତୋଷ ପ୍ରକାଶ କରିଥ ଲେ ।ଆଜିର ଏହି କାର୍ଯ୍ୟକ୍ରମରେ ଚାନ୍ଦବାଲି ବିଡିଓଜ୍ୟୋତି ବିକାଶ ଦାସ ଙ୍କ ସମେତ ବହୁ ପଦାଧିକାରୀ ଏହି କାର୍ଯ୍ୟକ୍ଷେତ୍ରରେ ଉପସ୍ଥିତ ଥିଲେ ।