Odiapua.com

ଧାମରାରେ ଭୋଜି ପାଇଁ ଷଣ୍ଢ ମରାକୁ ନେଇ ଉତ୍ତେଜନା, ପୁଲିସ ଆନ୍ଦୋଳନକାରୀ ଧସ୍ତାଧସ୍ତି, ବିଜେପି-କଂଗ୍ରେସ-ବଜରଙ୍ଗ ଦଳ ପକ୍ଷରୁ ଥାନାରେ ଏତଲା

ଭଦ୍ରକ, ୨୧ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଗତକାଲି ଧାମରା ଗ୍ରାମପଂଚାୟତ ଶଙ୍ଖଯୋଡି ଗ୍ରାମରେ କିଛି ମୁସଲିମ ସଂପ୍ରଦାୟର ବ୍ୟକ୍ତି ଏକ ଶ୍ରାଦ୍ଧଦିବସରେ ଏକ ଷଣ୍ଢକୁ ମାରି ଭୋଜି ପାଇଁ ମାଂସ ପ୍ରସ୍ତୁତ କରୁଥିବା ବେଳେ କିଛି ହିନ୍ଦୁ ସଂପ୍ରଦାୟର ବ୍ୟକ୍ତି ଏହାକୁ ଘୋର ବିରୋଧ କରିଥିଲେ। ଘଟଣା ପ୍ରଘଟ ହେବା ପରେ ଧାମରା ଥାନାଧିକାରୀ ବିଳମ୍ବିତ ରାତିରେ ଜୈନିକ ବ୍ୟକ୍ତିଙ୍କୁ (ସେକ ମୁସି)ଥାନାକୁ ଉଠାଇ ନେଇଥିବା ବେଳେ ଆଜି ସକାଳ ସମୟରେ ଏହି ଘଟଣାକୁ ନେଇ ଶଙ୍ଖଯୋଡିରେ ଚାପା ଉତ୍ତେଜନା ପ୍ରକାଶ ପାଇଥିଲା। ପୁଲିସ ଏହି ଘଟଣାକୁ ଚାପି ଦେବାପାଇଁ ଉଦ୍ୟମ କରୁଥିବା ବେଳେ ଶହ ଶହ ଲୋକ ଏହାକୁ ବିରୋଧ କରିବା ଓ ଦୋଷିକୁ ଉପଯୁକ୍ତ ଶାସ୍ତି ଦେବା ପାଇଁ ଅଡି ବସିଥିଲେ। ପରେ ଏହି କଥାକୁ ନେଇ ଉତ୍ୟକ୍ତ ଲୋକ ମାନଙ୍କ ସହିତ ପୁଲିସର ଧସ୍ତା ଧସ୍ତି ହୋଇଥିଲା। ପରେ ଖବର ପାଇ ଚାନ୍ଦବାଲି ଏସଡିପିଓ ଦେବୀଶଙ୍କର ପ୍ରତାପ ଓ ଏକ ପ୍ଲାଟୁନ ପୁଲିସ ଫୋର୍ସ ଆସି ଘଟଣା ସ୍ଥଳରେ ପହଁଚି ପରିସ୍ଥିତିକୁ ଆୟତକୁ ଆଣିବା ପାଇଁ ଲୋକଙ୍କୁ ବୁଝାସୁଝା କରିଥିଲେ।ମାତ୍ର ଉତ୍ୟକ୍ତ ଲୋକେ ମାନେ ପୁଲିସ ପାଖରେ ତୁରନ୍ତ ଦୋଷୀଙ୍କୁ ଗିରଫ କରିବା ପାଇଁ ଦାବି କରିବା ସହ ଗିରଫ ନ ହେବା ପଯ୍ୟନ୍ତ ସେମାନେ ଏହି ରାଜରାସ୍ତାରେ ବସିବେ ବୋଲି କହିଥିଲେ। ମାତ୍ର ଚାନ୍ଦବାଲି ଏସଡିପିଓ ଏହି ଘଟଣାରେ ନିଜେ ତଦନ୍ତ କରି ଦୋଷୀକୁ ଗିରଫ କରିବେ ବୋଲି ପ୍ରତିଶ୍ରୁତି ଦେବା ପରେ ବିଜେପି, ବଜରଙ୍ଗବାଲି ଦଳ ରାସ୍ତାରୁ ହଟିଥିଲେ। ପୁନଶ୍ଚ ଏହି କଥାକୁ ନେଇ ବିଜେପି, କଂଗ୍ରେସ ଓ ବଜରଙ୍ଗୀଦଳ ଧାମରା ଥାନରେ ଲିଖିତି ଅଭିଯୋଗ କରିଥିଲେ।

ଏଥିସହ ଧାମରା ଥାନାଧିକାରୀ ଏହି ଖବର ଗତକାଲି ସକାଳ ସମୟରୁ ଅବଗତ ଥିବା ବେଳେ କେଉଁ ପରିସ୍ଥିତିରେ ଏହି କଥାକୁ ଚାପି ରଖିଥିଲେ ଏବଂ ଏହାର ପ୍ରତିବାଦରେ ତୁରନ୍ତ ଧାମରା ଥାନାଧିକାରୀଙ୍କୁ ବରଖାସ୍ତ କରିବାକୁ ମଧ୍ୟ ନାରାବାଜି ଦେଇଥିଲେ। ଅଭିଯୋଗ ମୁତାବକ ଗତକାଲି ସକାଳ ୯ ଘଟିକା ସମୟରେ ସେକ ମୁସି ତାର ଭାଇ ସେକ ସରାଜୁଲଙ୍କ ଅନ୍ତେଷ୍ଠି କ୍ରିୟାରେ ଭୋଜି ପାଇଁ ୧୦/୧୫ ଜଣ ମୁସଲିମ ସଂପ୍ରଦାୟର ବ୍ୟକ୍ତିଙ୍କ ସହ ମିଶି ଏକ ନିରୀହ ପଶୁ ଷଣ୍ଢକୁ ମାରି ମାଂସ ଭାଗବଂଟା କରୁଥିବା ବେଳେ ହିନ୍ଦୁ ମାନଙ୍କ ଆଖିରେ ଧରାପଡିଥିଲେ। ମାତ୍ର ଏହି ସମସ୍ତ ଖବର ଧାମରା ଥନାଧିକାରୀଙ୍କ ପାଖରେ ପହଂଚିଥିବା ବେଳେ ସୋସିଆଲ ମିଡିଆରେ ଏହି କଥା ଭାଇରାଲ ହେବା ପରେ ଧାମରା ଥାନାଧିକାରୀ ନିଜର ଆସନ ବଂଚାଇବାକୁ ଯାଇ ରାତି ଅଧିଆ ସେକସେକ ମୁସିକୁ ଗିରଫ କରିଥିବା ବେଳେ ଅନ୍ୟ ଅଭିଯୁକ୍ତ ମାନଙ୍କୁ ଛାଡି ଦେଇଥିଲେ ତାହାର ବିଧିବଦ୍ଧ ତଦନ୍ତ କରିବା ସହ ଧାମରା ଥାନାଧିକାରୀଙ୍କୁ ନିଲମ୍ବିତ କରିବାକୁ ବିଜେପି ପକ୍ଷରୁ ଦାବି କରାଯାଇଛି। ଏ ନେଇ ଧାମରା ଥାନାରେ ୧୩୯/୨୨ ମୂଳେ ଏକ ମାମଲା ରୁଜୁ କରାଯାଇ ଆଇପିସି। ୪୨୯/୨୯୪/୩୪/୦୭ ମୂଳେ ଅଭିଯୁକ୍ତ ସେକ ମୁସୀକୁ ଥାନାରେ ଅଟକ ରଖଛନ୍ତି।ଅନ୍ୟ ପକ୍ଷରେ ଆଜି ରାତି ସୁଦ୍ଧା ଯଦି ଅନ୍ୟ ଅଭିଯୁକ୍ତ ମାନଙ୍କୁ ଗିରଫ କରା ନଯାଏ ତାହା ହେଲେ ଆସନ୍ତା କାଲି ପୁନଶ୍ଚ ଧାମରା ଥାନା ଘେରାଉ କରାଯିବ ବୋଲି ବଜରଙ୍ଗ ଦଳ ତରଫରୁ ମଧ୍ୟ ଘୋଷଣା କରାଯାଇଛି। ଅନ୍ୟ ପକ୍ଷରେ ଏହି ଘଟଣାକୁ ଘୋର ନିନ୍ଦାକରି ବିଶ୍ୱହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ଧାମରା ଗ୍ରାମପଂଚାୟତର ଶଙ୍ଖେଯାଡିରୁ ଗୋବିନ୍ଦପୁର ପର୍ଯ୍ୟନ୍ତ ଏକ ରାଲି କରି ନାରାବାଜି ସହ ଖୁବ୍ ଶିଘ୍ର ଏଥିରେ ସଂପୃକ୍ତ ବ୍ୟାକ୍ତି ମାନଙ୍କୁ କଠୋର ଦଣ୍ଡ ଦେବା ପାଇଁ ମଧ୍ୟ ଦାବି କରିଛନ୍ତି।