Odiapua.com

ଧାମରାରେ ଭାରତୀୟ ମଜଦୁର ସଂଘର ବୈଠକ, ଶ୍ରମିକଙ୍କ ହିତ ପାଇଁ ପୁନଶ୍ଚ ରାଜରାସ୍ତାକୁ ଓହ୍ଲାଇବ

ଭଦ୍ରକ, ୨୦ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାମରା ନିକଟସ୍ଥ ଦୋସିଙ୍ଗା ଠାରେ ଥିବା ଭାରତୀୟ ମଜଦୁର ସଂଘର ଅଫିସ ଗୃହରେ ସଂଘର ଏକ ଗୁରୁତ୍ୱପୂର୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ସଂଘର ଓଡିଶା ପ୍ରଦେଶ ଶାଖାର ସହ ସଂପାଦକ ଶାନ୍ତନୁ କୁମାର ମହାପାତ୍ର ଅଧ୍ୟକ୍ଷତା କରିଥିଲେ। ଆଜିର ଏହି ବେଠକରେ ସେ ଯୋଗ ଦେଇ ଭାରତୀୟ ମଜଦୁର ସଂଘ(ବିଏମଏସ) ସବୁବେଳେ ଶ୍ରମିକଙ୍କ ହିତ ପାଇଁ ରାଜରାସ୍ତାକୁ ଓହ୍ଲାଇ ନ୍ୟାୟ ହାସଲ କରିଛି ବୋଲି ନିଜର ବକ୍ତବ୍ୟ ରଖିଥିବା ବେଳେ ଆଗାମୀ ଦିନରେ ପୁନଶ୍ଚଧାମରା ବନ୍ଦର କମ୍ପାନୀର ମନମୁଖୀ କାର୍ଯ୍ୟକଳାପ କୁ ଆଖି ଆଗରେ ରଖି ନ୍ୟାୟୋଚିତ ଲଢେଇ ଜାରୀ ରଖିବ ବୋଲି ମଧ୍ୟ କହିଥିଲେ। ଆଜି ପର୍ଯ୍ୟନ୍ତ ବନ୍ଦର କମ୍ପାନୀର ନିଜର ମନମୁଖୀ କାର୍ଯ୍ୟକଳାପରେ ଧାମରା ବନ୍ଦର ମଧ୍ୟରେ କାର୍ଯ୍ୟରତ ସମସ୍ତ ଶ୍ରମିକ ନିଜର ନ୍ୟାର୍ଯ୍ୟ ଦାବି ହାସଲ କରି ପାରି ନାହାନ୍ତି, ଏଥିସହ ସରକାରଙ୍କ ଧାର୍ଯ୍ୟନୀତି ଅନୁଯାୟୀ ବନ୍ଦର କମ୍ପାନୀ ଦୀର୍ଘ ଦିନ ବିତିଯାଇଥିଲେ ମଧ୍ୟ ଠିକ ଭାବେ ଶ୍ରମିକ ମାନଙ୍କୁ ଦରମା ସହ ଅନ୍ୟାନ୍ୟ ଆନୁଷଙ୍ଗିକ ଭତା ମଧ୍ୟ ଦେବାରେ କାଳକ୍ଷେପଣ ନୀତି ଅବଲମ୍ବନ କରୁଛି ବୋଲି ବିଏମଏସର ଜିଲ୍ଲା ପ୍ରଭାରୀ ମନୋଜ ବସନ୍ତ ରାୟ ମତ ବ୍ୟକ୍ତ କରିଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ପୁନଶ୍ଚ ସେମାନେ ଏହାର ଦୃଢ ପ୍ରତିବାଦ କରିବେ।। ଏହାର ପ୍ରତିବାଦରେ ଆସନ୍ତା ୨୯ ତାରିଖ ବୁଧବାର ବିଏମଏସ ଧାମରା ବନ୍ଦର କର୍ତୁପକ୍ଷଙ୍କୁ ଏକ ଦାବିପତ୍ର ପ୍ରଦାନ କରିବା ସହ ତୁରନ୍ତ ଶ୍ରମିକ ମାନଙ୍କୁ ସେମାନଙ୍କ ନ୍ୟାର୍ଯ୍ୟ ପ୍ରାପ୍ୟ ଦେବାକୁ କମ୍ପାନୀ କର୍ତୁପକ୍ଷଙ୍କ ସହ ଆଲୋଚନା କରିବ ବୋଲି ମତ ପ୍ରକାଶ ପାଇଥିଲା। ଏଥିସହ ବିଏମଏସ ବାର୍ଷିକ ସମ୍ମିଳନୀ ଆସନ୍ତା ୨୯ ତାରିଖ ବୁଧବାର ଦୋସିଙ୍ଗା ସ୍ଥିତ କାର୍ଯ୍ୟାଳୟରେ ଅନୁଷ୍ଠିତ ହେବ। ଆଜିର ଏହି ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ବିଏମଏସର ପ୍ରଭାରୀ ମନୋଜ ବସନ୍ତ ରାୟ, ଧାମରା ବନ୍ଦର କର୍ମଚାରୀ ସଂଘର ସଂପାଦକ ପ୍ରଫୁଲ ସେଠୀ, କୋଷାଧକ୍ଷ୍ୟ ମନୋଜ ଲେଙ୍କା, କାର୍ଯ୍ୟକାରୀ ସଂପାଦକ ଚନ୍ଦ୍ର ଶେଖର ଜେନା, ଜିଲ୍ଲା ସଂପାଦକ ପରେଶ ନାଥ ଧଳ, ଶଶିକାନ୍ତ ସାହୁ, ଅରୁଣ ଦାସ, ଶତ୍ରୁଘ୍ନ ବାରିକ, ମଳୟ ରଞ୍ଜନ ଦାସ, ଅଜୟ କୁମାର ମଣ୍ଡଳଙ୍କ ସମେତ ବହୁ ସଭ୍ୟ ମାନେ ଯୋଗ ଦେଇଥିଲେ।