Odiapua.com

ଧାମରାରେ ବୋଟରୁ ଡେଇଁ ମତ୍ସ୍ୟଜୀବୀଙ୍କ ଆତ୍ମହତ୍ୟା ଉଦ୍ୟମ, ଉଦ୍ଧାର କଲା ଧାମରା ମେରାଇନ ସ୍ପିଡ ବୋଟ କର୍ମଚାରୀ, ପ୍ରଶଂସାର ସୁଅ ଛୁଟିଛି

ଭଦ୍ରକ, ୨୧ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମରାରେ ଆଜି ଏକ ନିଶ୍ଚିତ ମୃତ୍ୟୁ ମୁଖରୁ ଜଣେ ମତ୍ସ୍ୟଜିବୀଙ୍କ ଧାମରା ମେରାଇନ ଉଦ୍ଧାର କରିଥିବା ଜଣାଯାଇଛି । ପ୍ରାପ୍ତ ଖବରରୁ ଜଣାଯାଇଛି ଧାମରା ମତ୍ସ୍ୟ ପୋତଶ୍ରୟ ଅଧିନରେ ଥିବା ରାଜଲକ୍ଷ୍ମୀ ନାମକ ଟ୍ରଲରରେ ରମେଶ ମୁର୍ମୁ ନାମକ ଜଣେ ମତ୍ସ୍ୟଜିବୀ କାର୍ଯ୍ୟ କରୁଥିଲା । ଦୀର୍ଘ ଦିନ ହେବ ସଂପୃକ୍ତ ମତ୍ସ୍ୟଜିବୀ ଜଣକ ତାଙ୍କ ନିଜ ଘର କପ୍ତିପଦା ନିକଟସ୍ଥ ଘୁଟୁବନୀକୁ ଯିବା ଲାଗି ସଂପୃକ୍ତ ବୋଟର ଡ୍ରାଇଭରକୁ ବହୁବାର କାକୁତି ମିନତି ହେବାପରେ ମଧ୍ୟ ସଂପୃକ୍ତ ବୋଟର ଚାଳକ ରମେଶ କୁ ଘରକୁ ଯିବାକୁ ଦେଉ ନଥିଲେ । ଆଜି ସଂପୃକ୍ତ ବୋଟଟି ମାଛ ଧରିବାକୁ ଯାଉଥିବା ବେଳେ ଧାମରା ନିକଟସ୍ଥ କାଳିନାଳୀ ଠାରେ ସଂପୃକ୍ତ ମତ୍ସ୍ୟଜିବୀ ଜଣକ ବଙ୍ଗୋପସାଗର ନିକଟସ୍ଥ ମୁହାଣକୁ ଡେଇଁ ପଡିଥିଲେ । ଅନ୍ୟ ଉପାୟ ନପାଇ ସଂପୃକ୍ତ ରାଜଲକ୍ଷ୍ମୀ ବୋଟର ସମସ୍ତ ଷ୍ଟାପ ରମେଶକୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ସଫଳ ହୋଇ ପାରି ନଥିଲେ । ଅନ୍ୟ ପକ୍ଷରେ ସାଗର କବଚ ପାଇଁ ଧାମରା ମେରାଇନର ଏକ ସ୍ପିଡ ବୋଟ କାଳିନାଳୀ ଠାରେ ପଇଁତରା ମାରୁଥିବା ବେଳେ ସଂପୃକ୍ତ ସ୍ପିଡ ବୋଟର ଦକ୍ଷଚାଳକ ରଞ୍ଜନ ଦାସ, ମାନସ ମଲିକ,ସଞ୍ଜିବ ମଲିକ ପ୍ରମୁଖ ନିଜ ଜୀବନକୁ ବାଜି ଲଗାଇ ଗଭୀର ସମୁଦ୍ର ମୁହାଣରୁ ସଂପୃକ୍ତ ମତ୍ସ୍ୟଜିବୀ ରମେଶ ପାଣିରେ ଭାସୁଥିବା ବେଳେ ତାଙ୍କୁ ଉଦ୍ଧାର କରି ଧାମରାକୁ ଆଣିଥିଲେ । ଧାମରାରେ ପହଂଚିବା ପରେ ଧାମରା ମେରାଇନ ଥାନାଧିକାରୀ କୃଷ୍ନଚନ୍ଦ୍ର ଜାନୀ ତୁରନ୍ତ ତାଙ୍କୁ ଧାମରା ମେଡିକାଲକୁ ନେଇ ସେଠାରେ ତାଙ୍କର ସ୍ଥ୍ୟାସ୍ଥବସ୍ଥା ପରୀକ୍ଷା କରିଥିଲେ । ଡାକ୍ତର ଜନ୍ମେଞ୍ଜୟ ବେହେରା ସଂପୃକ୍ତ ମତ୍ସ୍ୟଜିବୀ ର ସ୍ୱ୍ୟାସ୍ଥବସ୍ଥା ସ୍ଥିର ଥିବା କଥା କହିଥିଲେ । ପରେ ସଂପୃକ୍ତ ମତ୍ସ୍ୟଜିବୀ ରମେଶକୁ ଧାମରା ଥାନାକୁ ଆଣିବା ପରେ ସଂପୃକ୍ତ ବୋଟର ମାଲିକଙ୍କୁ ଥାନାକୁ ଡକାଇ ହସ୍ତାନ୍ତରିତ କରିଥିଲେ । କେଉଁ ପରିସ୍ଥିତିରେ ସଂପୃକ୍ତ ବୋଟର ଚାଳକ ସଂପୃକ୍ତ ମତ୍ସ୍ୟଜିବୀଙ୍କୁ ଘରକୁ ଯିବା ପାଇଁ ଅନୁମତି ଦେଲେ ନାହିଁ ଏବଂ ଏହାର ପ୍ରତିଫଳ ସ୍ୱରୂପ ରମେଶ ନିଜ ଜୀବନକୁ ପାଣି ଛଡାଇ ଆତ୍ମହତ୍ୟା କରିବା ଉଦ୍ୱେଶରେ ସମୁଦ୍ର ମଝିକୁ ଡେଇଁଲା ତାହାର ବିଦ୍ଧିବଦ୍ଧ ତଦନ୍ତ ହେବା ଜରୁରୀ ହୋଇ ପଡିଛି । ଅନ୍ୟ ପକ୍ଷରେ ସାମୁଦ୍ରିକ ଥାନାର ସ୍ପିଡ ବୋଟର ସୁଦକ୍ଷ କର୍ମଚାରୀ ମାନେ ନିଜ ଜୀବନକୁ ପାଣି ଛଡାଇ ଗଭୀର ସମୁଦ୍ର ମଧ୍ୟରୁ ସଂପୃକ୍ତ ରମେଶ କୁ ଉଦ୍ଧାର କରିଥିବାରୁ ପ୍ରଶଂସାର ସୁଅ ଛୁଟିଛି ।