Odiapua.com

ଧାମରାରେ ବେପରୁଆ ଚାଳକଙ୍କ ଚାଳନାରେ ବୁଡିଲା ମାଛଧରା ଟ୍ରଲର, ୧୨ମତ୍ସ୍ୟଜିବୀ ଉଦ୍ଧାର କଲା ମେରାଇନ ପୁଲିସ

ଭଦ୍ରକ, ୨୨ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ନିଜର କୌଣସି ଅଭିଜ୍ଞତା ନଥିବା ଚାଳକଙ୍କ ଚାଳନାରେ ବୁଡିଲା ମାଛଧର ଟ୍ରଲର । ମାତ୍ର ମେରାଇନ ନାଭାଲ ୟୁନିଟର ଉପସ୍ଥିତ ବୁଦ୍ଧି ପାଇଁ ଉଦ୍ଧାର ହେଲେ ସମସ୍ତ ମତ୍ସ୍ୟଜିବୀ। ପ୍ରାପ୍ତ ଖବର ଅନୁଯାଇ ଦୀଘା ଅଂଚଳର ଡେଲଟା ନାମକ ଟ୍ରଲର ଧାମରା ଜେଟୀ(ନୂତନ)ରେ ଲଙ୍ଗର କରି ରହିଥିଲା। ଏହି ଟ୍ରଲରରେ ଥିବା ୧୨ଜଣ ଷ୍ଟାଫଙ୍କ ମଧ୍ୟରୁ ୭ଜଣ ଧାମରା ବଜାରକୁ ଆସିଥିବା ବେଳେ ଅନ୍ୟ ୫ଜଣ ଷ୍ଠାଫ ଏହି ଟ୍ରଲରର ଲଙ୍ଗର ଉଠାଇ ଏହାକୁ ଅନ୍ୟ ସ୍ଥାନକୁ ନେଉଥିଲେ। ମାତ୍ର ଏହି ଟ୍ରଲରର ଚାଳକ ଧାମରା ବଜାରକୁ ଆସିଥିବା ବେଳେ କୌଣସି ଅଭିଞତା ନଥିବା ଅନ୍ୟ ଜଣେ ଷ୍ଠାଫ ଏହି ଟ୍ରଲରଟିକୁ ଷ୍ଟାର୍ଟ କରି ନେଉଥିଲେ। ଏଭଳି ପରିସ୍ଥିତିରେ ସଂପୃକ୍ତ ଚାଳକ କୁ ଟ୍ରଲର ଚାଳନା ବିଷୟରେ ଅଭିଞତା ନଥିବା ବେଳେ ସଂପୃକ୍ତ ଚାଳକର ଚାଳନାରେ ଟ୍ରଲରର ଫ୍ୟାନଟି ନଦୀ ମଧ୍ୟରେ ଖସି ପଡିଥିଲା। ସେହି ବାଟ ଦେଇ ପାଣି ଟ୍ରଲର ମଧ୍ୟକୁ ପଶିଥିଲା। ଏବଂ ସଙ୍ଗେ ସଙ୍ଗେ ଟ୍ରଲରଟି ନଦୀ ମଧ୍ୟରେ ସଂପୂର୍ଣ ବୁଡି ଯାଇଥିଲା।ଏଭଳି ପରିସ୍ଥିତିରେ ଧାମରା ମେରାଇନ ର ନାଭାଲ ୟୁନିଟ ନିଜର ସ୍ପିଡ ବୋଟ ଯୋଗେ ଘଟଣା ସ୍ଥଳକୁ ଯାଇ ଟ୍ରଲରରେ ଥିବା ୫ଜଣ କର୍ମଚାରୀଙ୍କୁ ଉଦ୍ଧାର କରିବାରେ ସକ୍ଷମ ହୋଇଥିଲା। ପରେ ସାଧାରଣ ଲୋକଙ୍କ ସହାଯ୍ୟ ଏବଂ ଅନ୍ୟ ବୋଟ ସାହାଯ୍ୟରେ ନଦୀ କୂଳ ଠାରୁ ମାତ୍ର ଶହେ ମିଟର ଦୂରରେ ବୁଡିଯାଇଥିବା ଡେଲଟା ଟ୍ରଲରକୁ ଉଦ୍ଧାର କରାଯାଇଥିଲା। ଉଦ୍ଧାର କରାଯାଇଥିବା ସମସ୍ତ ମତ୍ସ୍ୟଜିବୀ ସୁସ୍ଥ ଥିବା ଜଣାଯାଇଛି। କେଉଁ ପରିସ୍ଥିତିରେ ବିନା କୌଣସି ଅଭିଜ୍ଞତା ନଥିବା ମତ୍ସ୍ୟଜିବୀ ସଂପୃକ୍ତ ଟ୍ରଲର ଚାଳନା କରୁଥିଲେ ଏବଂ ଅନ୍ୟ ଉପସ୍ଥିତ ଥିବା ମତ୍ସ୍ୟଜିବୀ ଏହାକୁ ବିରୋଧ କଲେ ନାହିଁ ତାହା ସମସ୍ତଙ୍କୁ ଚକିତ କରିଛି।