Odiapua.com

ଧାମରାରେ ବିଦ୍ୟୁତ ବ୍ୟବସ୍ଥାରେ ସୁଧାର କେବେ, ବର୍ଷା ଆସିଲେ ଯୋଗାଣ ବନ୍ଦ, ଦୀର୍ଘ ୧୨ଘଂଟା ପରେ ମଧ୍ୟ ସୁଧାର ଆସୁନି

ଭଦ୍ରକ, ୨୩ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଏହି ଜିଲାର ଧାମରା ରେ ବିଦ୍ୟୁତ ବ୍ୟବସ୍ଥାରେ କେବେ ସୁଧାର ଆସିବ ସେ ନେଇ ପ୍ରଶ୍ନବାଚୀ ହୋଇ ପଡିଛି । ଗତକାଲି ରାତିରେ ସାମାନ୍ୟ ବର୍ଷାରେ ବିଦ୍ୟୁତ ସରବରାହ ବନ୍ଦ ହୋଇ ଯାଇଥିଲା । ଦୀର୍ଘ ୧୨ଘଂଟା ପରେ ମଧ୍ୟ ଧାମରା ଷ୍ଟ୍ରକଚର କୁ ବିଦ୍ୟୁତ ଯୋଗାଣ ହେବା ସମ୍ଭବ ହୋଇ ପାରନାହିଁ ।ି ଧାମରା ଅଂଚଳର ଶତାଧିକ ସାଧାରଣ ଉପଭୋକ୍ତା ବିଦ୍ୟୁତ ଯୋଗାଣରେ ବ୍ୟାଘତ ଯୋଗୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବା ସହ ନିଜ ଘରେ ଥିବା ମୋବାଇଲ ଚାର୍ଜ କରିବାକୁ ମଧ୍ୟ ହଇରାଣ ହେଉଥିବା ଦେଖିବାକୁ ମିଳିଥିଲା । ଧାମରା ଷ୍ଟ୍ରକଚର କୁ ବାଲିମୁଣ୍ଡା ବିଦ୍ୟୁତ ଷ୍ଟ୍ରକଚରରୁ ବିଦ୍ୟୁତ ଯୋଗାଣ ହେଉଥିବା ବେଳେ ଏହାର ଦୂରତା ୨୫ କ.ମି । ଏହି ୨୫ କି.ମି ଦୂରତା କୁ ବିଦ୍ୟୁତ ବିଭାଗ ୧୨ଘଂଟା ନେଇ ସମସ୍ତ କାର୍ଯ୍ୟର ତଦାରଖ କରୁଥିବା ବେଳେ କିପରି ନିରବଛିନ୍ନ ବିଦ୍ୟୁତ ଯୋଗାଇ ଦେବାର ପ୍ରତିଶ୍ରୁତି ଟାଟା ପାଓାର ଦେଉଛି ତାହା ଚର୍ଚାର କେନ୍ଦ୍ରବିନ୍ଦୁ । ଅନ୍ୟ ପକ୍ଷରେ ଧାମରା ଷ୍ଟ୍ରକଚରକୁ ଚାନ୍ଦବାଲି ୧୩୨/୧୧ଷ୍ଟ୍ରକଚରୁ ୩୩ କେଭି ବିଦ୍ୟୁତ ଯୋଗାଣ ହେବା ପାଇଁ ସମସ୍ତ କାର୍ଯ୍ୟ ଦୀର୍ଘ ବର୍ଷ ବର୍ଷ ଧରି ଚାଲିଥିବା ବେଳେ ଆଜି ପର୍ଯ୍ୟନ୍ତ ଏହି ଲାଇନରେ ସମସ୍ତ ବିଦ୍ୟୁତ ଖୁଂଟ ମଧ୍ୟ ପୋତାଯାଇ ପାରିନାହିଁ । ଏହି କାର୍ଯ୍ୟ ସମାପ୍ତ ହେଲେ ଧାମରା ବିଦ୍ୟୁତ ଷ୍ଟ୍ରକଚର ରେ ବିଦ୍ୟୁତ ବ୍ୟବସ୍ଥାର ସୁଧାର ଆସି ବ ବୋଲି ବିଭାଗୀୟ ଅଧିକାରୀ କହୁଥିବା ବେଳେ ଏହି କାର୍ଯ୍ୟ କେବେ ଶେଷ ହେବ ଏବଂ ଏହି ଖୁଂଟରେ ତାର ଟଣା ହୋଇ ବିଦ୍ୟୁତ ସରବରାହ ହେବ ତାହା ଅନିଶ୍ଚିତତା ମଧ୍ୟରେ ଚାଲିଛି । ଅନ୍ୟ ପକ୍ଷରେ ଲୋକକଥାକୁ ଆଧାର କରି ଦେଖିଲେ ଗୋଟିଏ ସ୍ଥାନରୁ ଆସିଥିବା ବିଦ୍ୟୁତ ସରବରାହ କୁ ଠିକ ଭାବେ ସମ୍ଭାଳି ପାରୁ ନଥିବା ଟାଟା ପାଓାର ଦୁଇ ନାବରେ ଗୋଡ ଦେଇ ସମ୍ଭାଳିବା କେତେ ଦୂର ସମ୍ଭବ ତାହା ମଧ୍ୟ ପ୍ରଶ୍ନବାଚୀ ହୋଇ ପଡିଛି । ବିଭାଗୀୟ ଅଧିକାରୀ ଧାମରାକୁ ଭଦ୍ରକ ଜିଲ୍ଲା ମଧ୍ୟରେ ସବୁଠାରୁ ଉତମ ସ୍ଥାନ ଏବଂ ସରବରାହ ସବୁବେଳେ ଠିକ ଭାବେ ଅଛି ବୋଲି କହୁଥିବା ବେଳେ ଦୁଇ ନାବେ ଗୋଡ ଦେଲେ କେତେବେଳେ କିଏ ସରବରାହ କୁ ଠିକ ଭାବେ ତଦାରଖ କରି ମରାମତି କରିବେ ତାହା ମଧ୍ୟ ପ୍ରଶ୍ନବାଚୀ ହୋଇ ପଡିଛି ।