ଭଦ୍ରକ, ୧୫ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଦିନକୁ ଦିନ ଚାନ୍ଦବାଲି ନିର୍ବାଚନ ମଣ୍ଡଳୀରେ ବିଜେଡିର ଦୁର୍ଗ ପତନ ଘଟିବାରେ ଲାଗିଛି । ଏବେ ବିଜେଡି ଏବଂ କଂଗ୍ରେସ କର୍ମୀମାନେ ପୂର୍ବ ଦଳ ଛାଡ଼ି ବିଜେପି ମୁଁହା । ରାଜ୍ୟ ସରକାରଙ୍କ ମତ୍ସ୍ୟ ଏବଂ ପଶୁ ପାଳନ ମନ୍ତ୍ରୀ ଗୋକୁଳାନନ୍ଦ ମଳିକ ଏବଂ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଙ୍କ ଉପସ୍ଥିତରେ ବିଜେପି ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଧାମରା ଅଂଚଳରେ ୨୦୦ରୁ ଅଧିକ ପରିବାର ବିଜେପି ରେ ସାମିଲ ହୋଇଥିଲେ । ମନ୍ତ୍ରୀ ଏବଂ ରାଜ୍ୟ ସଭାପତି ଅନ୍ୟ ଦଳରୁ ଆସିଥିବା କର୍ମୀ ମାନଙ୍କୁ ଦଳୀୟ ଉତରୀୟ ଦେଇ ସେମାନଙ୍କୁ ସ୍ୱାଗତ କରିଥିଲେ । ଏହି ମହା ମିଶ୍ରଣ ପର୍ବରେ ମା ଧମରାଇ ମଣ୍ଡଳ ଅଧିନ କରଞ୍ଜମାଳ ପଂଚାୟତ ର ବିଜେଡି ର ଆଗଧାଡିର ଟାଣୁଆ ଯୁବ ନେତା ରବୀନ୍ଦ୍ର ବାରିକ, ସୁରେନ୍ଦ୍ର ପତି, କୈଳାଶ ମଲ୍ଲିକ, ଭାସ୍କର ମଲ୍ଲିକ, ସପନ ପରିଡ଼ା, ତପନ ପ୍ରଧାନ, ଜଗବନ୍ଧୁ ମାନ୍ନା ରାଜକୁମାର ପ୍ରଧାନ, ଭାଗିରଥି ସୁତାର, ବସନ୍ତ ପରିଡ଼ା, ଦେବେନ୍ଦ୍ର ଦତ, ବଙ୍ଗ ଜୀବନ ମାଇତିଙ୍କ ତତ୍ୱାବଧାନରେ ୨୦୦ ପରିବାର ଏବଂ ବାଂଶଡା ପଂଚାୟତର ବହୁ ବିଜେଡି କର୍ମୀ ବାଂଶଡା ପଂଚାୟତ ରୁ ୫୦ରୁ ଉର୍ଦ୍ଧ ପରିବାର ମାନଙ୍କୁ ନେଇ ମହା ମିଶ୍ରଣ ପର୍ବ ରେ ସାମିଲ ହୋଇଥିଲେ ଧାମରା ବିଜେପିର ମୁଖ୍ୟ ରବିନ୍ଦ୍ର ବାରିକ ଙ୍କ ମତାନୁଯାଇ ଧାମରା ଅଂଚଳରେ ଦୀର୍ଘ ୨୪ବର୍ଷ ମଧ୍ୟରେ ବିକାଶ ବଦଳ ରେ ବିନାଶ ହେବାରୁ ସେ ବିଜେଡି ଦଳ ଛାଡିବାକୁ ବାଧ୍ୟ ହେଲେ । ଆଗାମୀ ଦିନରେ ଧାମରା ୮ ପଂଚାୟତ ବିଜେଡି ମୁକ୍ତ କରାଯିବ । ଆଜିର ଏହି ମହା ମିଶ୍ରଣ ପର୍ବରେ ମୁଖ୍ୟ ଅତିଥି ରାଜ୍ୟ ସଭାପତି ମନମୋହନ ସାମଲ ଥିବା ବେଳେ ଧାମରା ମଣ୍ଡଳ ର ସଭାପତି ଦେବେନ୍ଦ୍ର ନାୟକ ସଭା ପରିଚାଳନା କରିଥିଲେ । ସେହିପରି ରମାକାନ୍ତ ମଲ୍ଲିକ ଅତିଥି ମାନଙ୍କୁ ଉତରୀୟ ପ୍ରଦାନ କରିଥିବାବେଳେ ବାଣୀ କଲ୍ୟାଣ ମହାନ୍ତି,ପ୍ରିୟରଞ୍ଜନ ଜେନା , ତ୍ରିଦିବେଶ ପ୍ରଧାନ,ଅତୁଲ କୁମାର ଜେନା ରୁଦ୍ର ମହାନ୍ତି,ପ୍ରଦ୍ୱୀପ ରାଉତ, ଚନ୍ଦ୍ରଶେଖର ଜେନା,ରାଜାରାମ ମହାକୁଡ , ପ୍ରଭାକର ମାହୁନ୍ତଙ୍କ ସହିତ ଶୌମେନ୍ଦ୍ର ବେରା ଓ ବହୁ ଆଗ ଧାଡ଼ିର କର୍ମୀ ମାନେ ଯୋଗ ଦେଇଥିଲେ ।