Odiapua.com

ଧାମରାରେ ବିଓ-୫ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ଭଦ୍ରକ, ୫-୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାମରା ନିକଟସ୍ଥ କଲାମ ଦ୍ୱୀପରୁ ଶନିବାର ଅପରାହ୍ଣ ୧୨.୧୦ ରେ ବିଓ୫ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରାଯାଇଛି। ଆଣବିକ ଶକ୍ତି ସଂପନ୍ନ ବିଓ-୫ କ୍ଷେପଣାସ୍ତ୍ରଟି ୬ଶହ କି-ମିଶକ୍ତି ଭେଦ କରିବାର କ୍ଷମତା ବହନ କରିଥିବା ବେଳେ ଆଜି ଏହାର ପରୀକ୍ଷଣ ସ୍ଥଳ ଭାଗରୁ କରାଯାଇଥିଲା। ଏହି କ୍ଷେପଣାସ୍ତ୍ରଟି କେ୫ ସାଗରିକା କ୍ଷେପଣାସ୍ତ୍ର ଶ୍ରେଣୀର। ଡିଆରଡିଓର ବୈଞାନିକ ଏ ଜୋସେଫ ଏବଂ ଏମ ଉଗେଣ୍ଡର ରେଡ୍ଡୀ ଏହାକୁ ବୁଡା ଜାହାଜରୁ ପରୀକ୍ଷଣ କରିବାକୁ ନିର୍ମାଣ କରିଥିବା ବେଳେ ଏହାକୁ ସ୍ଥଳ ଭାଗ, ଆକାଶ ଏବଂ ବୁଡା ଜାହାଜରୁ ସ୍ୱୟଂ ସଂପୂର୍ଣ୍ଣ ଭାବରେ ପରୀକ୍ଷଣ କରାଯାଇ ପାରିବ ବୋଲି ମତ ପ୍ରକାଶ ପାଇଛି। ଏହି କ୍ଷେପଣାସ୍ତ୍ର ଟି ଅଗ୍ନି ଏବଂ ପୃଥୀବୀ କ୍ଷେପଣାସ୍ତ୍ରର ସହ ସମକକ୍ଷ ହୋଇପାରିବା ସହ ଆଣବିକ ଶକ୍ତି ସଂପନ୍ନ ଅନ୍ୟ ଯେ କୌଣସି ଦରୂଗାମୀ କ୍ଷେପଣାସ୍ତ୍ରକୁ ଟକ୍କର ଦେଇ ପାରିବ ବୋଲି ଡିଆରଡିଓ ସୂତ୍ରରୁ ପ୍ରକାଶ।ବିଓ-୫ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ ପରେ ଭାରତ ଆର୍ନ୍ତଜାତିକ ଖ୍ୟାତିସଂପର୍ଣ ଆଣବିକ କ୍ଲବରେ ସାମିଲ ହୋଇ ପାରିଛି। ଏହି କ୍ଲବରେ ପ୍ରଥମେ ଆମେରିକା, ଦ୍ୱିତୀୟରେ ରୁଷିଆ, ତୃତୀୟରେ ଚାଇନା, ଚତୁର୍ଥରେ ଫ୍ରାନସ ସାମିଲ ହୋଇଥିବା ବେଳେ ପଂଚମ ସ୍ଥାନରେ ଭାରତ ସାମିଲ ହୋଇପାରିଛି।ବିଓ-୫ କ୍ଷେପଣାସ୍ତ୍ର ୧ହଜାର କିଲୋର ଯୁଦ୍ଧାସ୍ତ୍ର ବହନ କରି ୭୫୦ କି-ମି ଭେଦକରିପାରିବାକୁ ସକ୍ଷମ ଥିବା ବେଳେ ୧୮୦କିଲୋର ଯୁଦ୍ଧାସ୍ତ୍ର ବହନ କରି ୧୯ଶହ କିମି ଲକ୍ଷ୍ୟ ସ୍ଥଳକୁ ଭେଦ କରିପାରିବ ବୋଲି ଡିଆରଡିଓ ବିଭାଗୀୟ ଅଧିକାରୀଙ୍କ ନିକଟରୁ ପ୍ରକାଶ।