Odiapua.com

ଧାମରାରେ ବାଜପେୟୀଙ୍କ ମହାପ୍ରୟାଣ ଦିବସ ପାଳିତ

ଭଦ୍ରକ, ୧୭ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମରା ନିକଟସ୍ଥ ଜାଗୁଳା ଠାରେ ଭାରତର ଭୂତପୂର୍ବ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ୬ଷ୍ଠ ବାର୍ଷିକ ମହାପ୍ରୟାଣ ଦିବସ ପାଳିତ ହୋଇ ଯାଇଛି । ଏହି ଅବସରରେ ବିଜେପି ଯୁବ ମୋର୍ଚା ର ସଭାପତି ତ୍ରିଦିବେଶ ପ୍ରଧାନ ନିଜ ବକ୍ତବ୍ୟରେ ବାଜପେୟୀଙ୍କ ଜୀବନଦାର୍ଶ ଉପରେ ନିଜର ବକ୍ତବ୍ୟ ରଖିଥିବା ବେଳେ ଭାରତୀୟ ମଜଦୁର ସଂଘର କାର୍ଯ୍ୟକାରୀ ସଭାପତି ଚନ୍ଦ୍ର ଶେଖର ଜେନା ନିଜ ବକ୍ତବ୍ୟରେ ବାଜପେୟୀଙ୍କ ସମୟରେ ପୋଖରାନ ପରମାଣୁ ପରୀକ୍ଷଣ ,ଭାରତରେ ସ୍ୱର୍ଣ ଚର୍ତୁଭୂଜ ଭଳି ଉଲ୍ଲେଖନୀୟ କାର୍ଯ୍ୟ ସହ କାରଗିଲ ଯୁଦ୍ଧରେ ଶତ୍ରୁ ପକ୍ଷଙ୍କ ପରାଜିତ କରିବାରେ ଭାରତର ଭୂମିକ ସହ ସ୍ୱର୍ଗତ ବାଜପେୟୀଙ୍କ ସମୟରେ ଆର୍ନ୍ତଜାତିକ ସ୍ତରରେ ଭାରତର ଭୂମିକା ଉପରେ ନିଜ ନିଜର ବକ୍ତବ୍ୟ ରଖିଥିଲେ । ଆଜି ହୋଇଥିବା ମହାପ୍ରୟାଣ ଦିବସରେ ଅନ୍ୟ ମାନଙ୍କ ମଧ୍ୟରେମା ଧାମରାଇ ମଣ୍ଡଳର ଯୁବ ମୋର୍ଚା ସଭାପତି ତ୍ରିଦିବେଶ ପ୍ରଧାନ, ଚନ୍ଦ୍ର ଶେଖର ଜେନା, ମନୋରଞ୍ଜନ ଲେଙ୍କା, ବିପିନ ବେହେରା, ପ୍ରଦ୍ୱୀପ ସେଠୀ, ସୁନାକର ସେଠୀ, ଜ୍ଞାନରଞ୍ଜନ ମଲିକ, ଅମିତ ବେହେରା, ବସନ୍ତ ଖିଲାର, ପର୍ଶୁରାମ ସେଠୀ, ଚନ୍ଦ ଜେନା, ସୁକୁମାର ଜେନା, ଦିବାକର ବିଶ୍ୱାଳ, ଦିଲିପ ମଣ୍ଡଳ, ମନୋଜ ବାରିକ ପ୍ରମୁଖ ଉପସ୍ଥିତ ରହି ଦିବଂଗତ ଆତ୍ମା ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ନିଜ ନିଜର ବକ୍ତବ୍ୟ ରଖିଥିଲେ ।