Odiapua.com

ଧାମରାରେ ବାଇକ ଦୁର୍ଘଟଣା, ୧ମୃତ

ଭଦ୍ରକ, ୩୦ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାମରା ନିକଟସ୍ଥ ବାଂଶଡା ଠାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣେ ବ୍ୟକ୍ତି ପ୍ରାଣ ହରାଇଛନ୍ତି। ମୃତକ ବ୍ୟକ୍ତି ନୃସିଂହ ଚରଣ ସୂତାର ବାଂଶଡା ପଂଚାୟତର ଅଧିବାସୀ। ଆଜି ସନ୍ଧ୍ୟା ସମୟରେ ନୃସିଂହ ନିଜର ଘର କାର୍ଯ୍ୟସାରି ବାଂଶଡା ବଜାରକୁ ଯାଉଥିବା ବେଳେ ବାଂଶଡା ବଜାରରୁ ଆସୁଥିବା ଏକ ବାଇକ ଆରୋହୀ ନୃସିଂହ କୁ ଧକ୍କା ଦେଇଥିଲା। ନୃସିଂହ ତଳେ ପଡିଯାଇଥିବା ବେଳେ ନୃସିଂହଙ୍କ ସାର୍ଟ ବାଇକ ରେ ଲାଗିଯାଇଥିଲା ‘ଳରେ ବାଇକ ଆରୋହୀ ଜଣକ ନୃସିଂହକୁ ଘୋଷାରି ଘୋଷାରି କିଛି ବାଟ ନେଇ ଯାଇଥିଲ। ନୃସିଂହଙ୍କ ପାଟି ଏବଂ କାନରୁ ରକ୍ତସ୍ରାବ ହେଉଥିବା ବେଳେ ପ୍ରଥମେ ବାଂଶଡା ମେଡିକାଲକୁ ନେଇଥିଲେ ମାତ୍ର ସେଠାରେ ରୋଗୀଙ୍କ ଅବସ୍ଥା ଗୁରୁତ୍ୱର ଥିବାରୁ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ଭଦ୍ରକ ନେଉଥିବା ବେଳେ ବାଟରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାଯାଇଛି।ପରେ ଭଦ୍ରକ ମେଡିକାଲରେ ଡାକ୍ତର ନୃସିଂହ ଙ୍କର ମୃତ୍ୟୁ ଘୋଷଣା କରିଥିବା ବେଳେ ଅଂଚଳରରେ ଶୋକର ଛାୟା ଖେଳିଯାଇଛି।