Odiapua.com

ଧାମରାରେ ବାଇକ ଦୁର୍ଘଟଣା, ଯୁବକ ମୃତ

ଭଦ୍ରକ, ୨୪ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଚାନ୍ଦବାଲି ବ୍ଲକ ଧାମରା ନିକଟସ୍ଥ କଇଥଖୋଲା ଠାରେ ଏକ ମର୍ମନ୍ତୁଦ ବାଇକ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ପ୍ରାପ୍ତ ସୁଚନା ଅନୁଯାଇ ଧାମରା ପଂଚାୟତର ବାବୁ ଦାସ(୨୫) ନିଜର ବାଇକରେ କଇଥଖୋଲା ଯାଉଥିବା ସମୟରେ ବାସୁଦେବପୁର ରୁ ଆସୁଥିବା ଏକ ବୋଲେରୋ ସହ ଧକ୍କା ହୋଇଥିଲା। ଘଟଣା ସ୍ଥଳରେ ବାବୁର ମୃତ୍ୟୁ ହୋଇଥିଲା। ଏହି ଦୁର୍ଘଟଣାକୁ ନେଇ ସ୍ଥାନୀୟ ଲୋକେ ଧାମରା-ବାସୁଦେବପୁର ରାସ୍ତାକୁ ପୂର୍ଣ୍ଣପ୍ରସାଦ ଛକ ଠାରେ ରାସ୍ତା ରୋକ କରିଥିଲେ। ପରେ ଧାମରା ଥାନାଧିକାରୀ ଶୋଭନ କୁମାର ସ୍ୱାଇଁ ସେଠାରେ ପହଂଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତାରୋକ ହଟିଥିଲା।