Odiapua.com

ଧାମରାରେ ପ୍ରବାସୀ ଶ୍ରମିକଙ୍କ ଅସ୍ୱାଭିବକ ମୃତ୍ୟୁ

ଭଦ୍ରକ, ୧୨ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାମରା ବନ୍ଦରରେ କାର୍ଯ୍ୟରତ ଜଣେ ବିହାରୀ ଶ୍ରମିକଙ୍କ ଅସ୍ୱାଭିକ ମୃତ୍ୟୁ ହୋଇଛି । ଖବରରୁ ପ୍ରକାଶ ଧାମରା ଏଲ ଏନ ଜି ଟର୍ମିନାଲ ସାଇଟରେ କାର୍ଯ୍ୟରତ ଆଡ୍ରଏଟ କମ୍ପାନୀରେ କାର୍ଯ୍ୟକରୁଥିବା ବିହାର ରାଜ୍ୟର ମଧେପୁରା ଜିଲାର ରାମନଗର ଗ୍ରାମର ସୋନୁ କୁମାର (୧୯)ଙ୍କ ଅସ୍ୱଭାବିକ ଭାବରେ ମୃତ୍ୟୁ ହୋଇଯାଇଛି । ଦୀର୍ଘ ଦିନ ହେବ ସେ ଆଡ୍ରଏଟ କମ୍ପାନୀରେ କାର୍ଯ୍ୟକରି ଆସୁଥିବା ବେଳେ ଗତକାଲି ଆଡ୍ରଏଟ କମ୍ପାନୀର ପ୍ରକଳ୍ପ କାର୍ଯ୍ୟକାରୀ ନିର୍ଦେଶକଙ୍କ ସହ ବିଭିନ୍ନ ଶ୍ରମିକ ଭତ୍ତାକୁ ନେଇ ଯୁକ୍ତିତର୍କ ହୋଇଥିଲା । ସଂପୃକ୍ତ କମ୍ପାନୀ କାର୍ଯ୍ୟକର୍ତ୍ତା ତାଙ୍କୁ ଗାଳିଦେଇଥିଲେ ବୋଲି ମୃତ ଯୁବକ ସୋନୁ କୁମାରଙ୍କ ସାଥି ମାନେ ଅଭିଯୋଗ କରିଥିଲେ । ଆଜି ସକାଳ ସମୟରେ ସୋନୁ କୁମାର ଭଡା ନେଇ ରହିଥିବା ଘରେ ମରି ପଡିଥିବା ଦେଖିବାକୁ ମିଳିଥିଲା ।ଉକ୍ତ ଭଡା ଘରେ ଥିବା ସୋନୁ କୁମାରଙ୍କ ସାଙ୍ଗ ସାଥି ସୋନୁ ଭଡା ଘରେ ଥିବା ସିଲିଂ ଫ୍ୟାନରେ ଫାସି ଦେଇ ମରିଥିବା କହୁଥିବା ବେଳେ ଭାରତୀୟ ମଜଦୁର ସଂଘର କାର୍ଯ୍ୟକର୍ତ୍ତା ସୋନୁ କୁମାରଙ୍କୁ କମ୍ପାନୀ କର୍ତୁପକ୍ଷ ମାରି ଦେଇଥିବା ଅଭିଯୋଗ ଆଣିଛନ୍ତି । ବିଭିନ୍ନ ସମୟରେ ସୋନୁ କେନ୍ଦ୍ର ସରକାର ଦେଉଥିବା ସମସ୍ତ ଭତ୍ତା କାହିଁକି ଲାଗୁ କରା ନଯିବ ସେ ନେଇ କମ୍ପାନୀ କର୍ତ୍ତୂପକ୍ଷଙ୍କ ସହ ଯୁକ୍ତି କରୁଥିଲା । ଫଳରେ କମ୍ପାନୀ କର୍ତୁପକ୍ଷ ଉକ୍ତ ଯୁବକକୁ ନିଜ ରାସ୍ତାରୁ ହଟାଇଦେବା ଲାଗି ଏହା ଏକ ମସୁଧା ବୋଲି ଅଭିଯୋଗ ଆଣିଛନ୍ତି । ଆଜି ଦିନ ୧୨ଟା ପର୍ଯ୍ୟନ୍ତ ସୋନୁ କୁମାରଙ୍କ ମୃତ ଦେହ ଟୁଟୁ ମହାନ୍ତିଙ୍କ ଘରେ ପଡି ରହିଥିଲା ପରେ ଏହାକୁ ଡାକ୍ତରୀ ମାଇନା ପାଇଁ ପଠାଯିବାକୁ ଯୋଜନା ଚାଲିଥିଲା । ସୋନୁ କୁମାରଙ୍କ ପରିବାରକୁ ୪୦ଲକ୍ଷ ଟଙ୍କା ଅନୁକମ୍ପା ରାଶି ସହ ସୋନୁଙ୍କ ପରିବାରର ଜଣକୁ କମ୍ପାନୀରେ ସ୍ଥାୟୀ ନିଯୁକ୍ତି ଦିଆଯିବାକୁ ବିଏମଏସର କାର୍ଯ୍ୟକର୍ତ୍ତା ଚନ୍ଦ୍ର ଶେଖର ଜେନା,ମନୋଜ ବସନ୍ତ ରାୟ,ମନୋଜ ଲେଙ୍କା ପ୍ରମୁଖ ଦାବୀ କରିଛନ୍ତି । ଏହା କରାନଗଲେ ଆଗାମୀ ଦିନରେ କର ଅବା ମର ପରିସ୍ଥିତି ସୃଷ୍ଟି ହେବ ବୋଲି ମଧ୍ୟ ଚେତାବନୀ ଦେଇଛନ୍ତି ।