Odiapua.com

ଧାମରାରେ ଜନ ଆକ୍ରୋଶ ମହିଳା ଶୋଭାଯାତ୍ରା ଓ କୁଶପୁତଳିକା ଦାହ

ଭଦ୍ରକ, ୨୮ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସଂସଦରେ ନାରୀ ଶକ୍ତି ବନ୍ଦନ ଅଧିନିୟମ କାଟ ଖାଇବା ପରେ ବିଜେପି ପକ୍ଷରୁ ସାରା ଭାରତ ବର୍ଷରେ ଜନ ଆକ୍ରୋଶ ମହିଳା ଶୋଭାଯାତ୍ରା ଆରମ୍ଭ କରାଯାଇଥିବା ବେଳେ ଆଜି ଧାମରାଇ ମଣ୍ଡଳ ପକ୍ଷରୁ ଶତାଧିକ ମହିଳା ଏହି ଶୋଭାଯାତ୍ରା ମା ଧାମରାଇ ମନ୍ଦିର ନିକଟରୁ ବାହାରି ଧାମରା ପଂଚାୟତ ଏବଂ ଜାଗୁଳା ପଂଚାୟତ ପରିକ୍ରମା କରିବା ସହ ମହିଳା ମାନେ ହାତରେ ପ୍ଲାକାର୍ଡ ଧରି କଂଗ୍ରେସ , ବିଜେଡି ,ଟିଏମସି, ଡିଏମକେ ପ୍ରଭୃତି ଇଣ୍ଡମେଂଟ ଦଳ ଗୁଡିକ ନାରୀ ଶକ୍ତି ବନ୍ଦନ ଅଧିନୟମକୁ ବିରୋଧ କରିଥିବା ପ୍ରତିବାଦରେ ନାରାବାଜି ଦେଇଥିଲେ। ଏହି ଜନ ଆକ୍ରୋଶ ସୂଚକ ବିରାଟ ପ୍ରତିବାଦ ଶୋଭାଯାତ୍ରା ବସଷ୍ଟାଣ୍ଡରେ ପହଂଚିବା ପରେ ମା ଧାମରାଇ ମଣ୍ଡଳ ମହିଳା ମାନେ ଏହା ବିରୁଦ୍ଧରେ ଦୃଢ ପ୍ରତିବାଦ ଜଣାଇବା ସହ ଅନ୍ୟ ଦଳର ନେତା ମାନଙ୍କ କୁଶ ପୁତଳିକା ମାନ ଦାହ କରିଥିଲେ। ଆଜି ହୋଇଥିବା ଏହି ଶୋଭାଯାତ୍ରା ଏବଂ କୁଶ ପୁତଳିକା ଦାହ କାର୍ଯ୍ୟକ୍ରମରେ ସଂଯୁକ୍ତା ଦାସ, ଶ୍ରାବଣୀ ଜେନା, ମିନତୀ ଭୋଇ, ମମତା ପାତ୍ର, ଉଷାରାଣୀ ଦାସ, ସୁଲୋଚନା ଦାସ,ରିନାରାଣୀ ପାତ୍ର, ସୁମିତ୍ରା ସିଂ, ମଧୁମିତା ଗିରି, ତାପସି ମଣ୍ଡଳ, ପ୍ରମିଳା ବେହେରା, ଗୀତା ବେହେରା, ଅର୍ଣପୁର୍ଣା ଦାସ, ଲକ୍ଷ୍ମୀ ମହାକୁଡଙ୍କ ସମେତ ଶତାଧିକ ମହିଳା ପ୍ରମୁଖ ଅଂଶ ଗ୍ରହଣ କରିଥିଲେ।