ଭଦ୍ରକ, ୨୮ା୧୦ (ଓଡିଆ ପୁଅ / ସ୍ନିଗ୍ଧା ରାୟ)- ଏହି ଜିଲାର ଧାମରା ନିକଟସ୍ଥ ଚନ୍ଦନୀପାଳ ଠାରେ ଥିବା ଏକ ବୋଟରୁ ଭିଏଚଏଫ ସେଟ ଚୋରୀ କରୁଥିବା ବେଳେ ସଂପୃକ୍ତ ମାଲିକଙ୍କ ଏତଲା ମୂଳେ ଧାମରା ପୁଲିସ ଏବଂ ଧାମରା ମେରାଇନ ପୁଲିସ ଧାମରା ଅଂଚଳର ୬ଜଣ ଯୁବକଙ୍କୁ ଆଜି କୋର୍ଟ ଚାଲାଣ କରଛି । ପ୍ରାପ୍ତ ଖବର ଅନୁଯାୟୀ ଚନ୍ଦନୀପାଳ ଠାରେ ଥିବା ବିଶ୍ୱନାଥ ମାଇତିଙ୍କ ବୋଟ ଶ୍ରୀ ଲକ୍ଷ୍ମୀ ରୁ ଗତକାଲି ବୋଟର ଷ୍ଟାଫ ମାନଙ୍କୁ ମାରଣାତ୍ସ୍ର ଦେଖାଇ ଜୋର ଜବରଦସ୍ତ ଏକ ଭିଏଚଏଫ ସେଟ ନେଇ ଆସିଥିବା ବେଳେ ସଂପୃକ୍ତ ବୋଟର ମାଲିକ ଧାମରା ମେରାଇନ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ଏହି ଘଟଣାରେ ଧାମରା ଅଂଚଳର ୬ ଜଣ ଯୁବକ ସଂଶ୍ଳିଷ୍ଟ ଥିବା ଖବର ପାଇ ଧାମରା ମେରାଇନ ପୁଲିସ ଧାମରା ପୁଲିସ ସହାୟତାରେ ଗତକାଲି ଏହି ଯୁବକ ମାନଙ୍କୁ ଉଠାଇ ନେଇଥିଲା । ସେମାନଙ୍କ ଠାରୁ ୩ଟି ବୋଟର ଡାଇନାମା ,ଆର୍ମେଚର.୪ଟି ଭିଏଚଏଫ ସେଟ ଏବଂ ୨ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଥିଲା ।
ଧାମରା ଥାନା ପୁଲିସ ସେମାନଙ୍କ ବୟାନକୁ ଆଧାର କରି ସେମାନେ କେଉଁଠି ବ୍ୟାଟେରୀ ଏବଂ ଏହି ଗ୍ୟାସ ସିଲିଣ୍ଡର ବିକ୍ରି କରିଥିଲେ ସେହି ଦୋକାନୀ ମାନଙ୍କ ପାଖରୁ ଏହି ସାମଗ୍ରୀ ଗୁଡିକ ଜବତ କରାଯାଇଥିଲା । ଆଜି ଅଟକ ଥିବା ଯୁବକ ମାନଙ୍କ ମଧ୍ୟରୁ ୨ଜଣକୁ ପୁଲିସ ଛାଡି ଦେଇଥିବା ବେଳେ ଅନ୍ୟ ୬ଜଣକୁ ଚୋରୀ ସାମଗ୍ରୀ ସହିତ କୋର୍ଟ ଚାଲାଣ କରାଯାଇଥିଲା । କେଉଁ ପରିସ୍ଥିତିରେ ଏହି ଯୁବକ ମାନେ ଦିନକୁ ଦିନ ଧାମରା ଅଂଚଳରେ ଲୁଟତରାଜ ଚଳାଉଛନ୍ତି ଏବଂ ଏମାନଙ୍କ ସହ ଆଉ କେଁ ମାନେ ଅଛନ୍ତି ଏଥିସହ ସେମାନେ କେଉଁ ବୋଟ ବ୍ୟବହାର କରି ସମୁଦ୍ର ମଧ୍ୟରୁ ଏହି ଚୋରୀ କରୁଛନ୍ତି ତାହା ଉପରେ ଧାମରା ପୁଲିସ ଅନୁଧ୍ୟାନ କରୁଛି । କିଛି ମୁଷ୍ଟିମେୟ ଲୋକ ସେମାନଙ୍କୁ ଘଂଟ ଘୋଡାଇବା ସହ ଏହି ଚୋରୀ ସାମଗ୍ରୀ ଗୁଡିକୁ ନେଇ ବାହାର ରାଜ୍ୟରେ ବିକ୍ରି କରୁଥିବା ଖବର ପୁଲିସର ହସ୍ତଗତ ହୋଇଛି ଏହାର ପ୍ରମାଣ ପାଇବା ପରେ ସଂପୃକ୍ତ ବ୍ୟକ୍ତି ବିଶେଷ ମାନଙ୍କୁ ପୁଲିସ ଗିରଫ କରିବା ସହ ଏହି ଅଂଚଳରେ ହେଉଥିବା ଚୋରୀ ପର୍ଦାଫାସ ହେବ ।ଧାମରା ଥାନାର ଥାନାଧିକାରୀ ଶୋଭନ କୁମାର ସ୍ୱାଇଁ ଏବଂ ଧାମରା ସାମୁଦ୍ରିକ ଥାନାଧିକାରୀ କୃର୍ଷ୍ଣଚନ୍ଦ୍ର ଜାନୀ ଙ୍କ ମିଳିତ ଚଢାଉରେ ଏହି ଯୁବକ ମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ବେଳେ ଧାମରା ସାମୁଦ୍ରିକ ଥାନାରେ ଏକ କେସ ରୁଜୁ ହୋଇଛି ।