Odiapua.com

ଧାମରାରେ ଚୋରା ମଦର ବନ୍ୟା, ୪୫ଲିଟର ମଦ ସହ ୨ ଗିରଫ

ଭଦ୍ରକ, ୧୧ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସରକାରଙ୍କ ଅବକାରୀ ବିଭାଗ କରୋନା ସମୟରେ ସମସ୍ତ ମଦବାର ଏବଂ ମଦ ଦୋକାନକୁ ସିଲ କରି ଦେଇଥିବା ବେଳେ ଚୋରା ମଦର ବନ୍ୟାରେ ଉବୁଟୁବ ହେଉଛନ୍ତି ଧାମରା ଅଂଚଳବାସୀ । ପ୍ରାପ୍ତ ଖବରରୁ ଜଣାଯାଇଛି ଆଜି ସକାଳ ସମୟରେ ପଶ୍ଚିମବଙ୍ଗ ଦୀଘାରୁ ଏକ ମାଛ ଗାଡି ରେ ୪୫ଲିଟର ଦେଶୀ ମଦ ଧାମରାକୁ ଆସୁଥିବା ବେଳେ ଧାମରା ପୁଲିସ କୌଣସି ସୂତ୍ରରୁ ଖବର ପାଇ କଇଥଖୋଲା ବଜାର ଠାରେ ଏହି ଗାଡିକୁ ଅଟକାଇ ଥିଲେ । ଉକ୍ତ ଗାଡି ମଧ୍ୟରୁ ୪୫ଲିଟର ମଦ ଜବତ କରିଥିବା ବେଳେ ମଦ ନେଇ ଆସୁଥିବା ଭାନୁ ସିଂ(୪୧) ଏବଂ ବିଳାସ ପଣ୍ଡିତ(୪୦)କୁ ଧାମରା ଥାନାର ସେକେଣ୍ଡ ଅଫିସର ପ୍ରୟଦର୍ଶନୀ ସେଠୀ ଗିରଫ କରିଥିଲେ । ୪୫ଲିଟର ଦେଶୀ ମଦ ଏବଂ ଗିରଫ ୨ ଜଣଙ୍କୁ ଥାନାକୁ ଆଣିବା ପରେ ଅଧିକ ପଚରା ଉଚରା ଜାରୀ ରହିଛି । ଏହି ମଦ ଚୋରା ଚାଲାଣରେ ଧାମରା ଅଂଚଳର ବହୁ ଦୋକାନୀ ଏବଂ ବ୍ୟକ୍ତି ସଂପୃକ୍ତ ବୋଲି ଜଣାଯାଇଛି । ଏ ନେଇ ଧାମରା ଥାନାରେ ଏକ କେସ ରୁଜୁ ହୋଇ ଏହି କାର୍ଯ୍ୟରେ ସଂଶ୍ଳୀଷ୍ଟ ଥିବା ବ୍ୟକ୍ତି ମାନଙ୍କ ବିରୁଦ୍ଧରେ ଦସ୍ତଙ୍ଘ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବାକୁ ସର୍ବସାଧାରଣରେ ଦାବୀ ହୋଇଛି ।