ଭଦ୍ରକ, ୨୯ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାମରା ବନ୍ଦର ପୁନଶ୍ଚ ଜଙ୍ଗଲ ଜମି ନେବାକୁ ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି । ଏ ନେଇ ଚାନ୍ଦବାଲି ତହସିଲଦାର ,ରାଜନଗର ଡିଏଫଓ ସରଜମିନ ତଦନ୍ତ କରି ଫେରିଯାଇଛନ୍ତି ।ଖବରରୁ ପ୍ରକାଶ କଇଥଖୋଲା ପଂଚାୟତ ଅଧିନସ୍ଥ କନକପ୍ରସାଦ ମୌଜାରେ ଶହ ଶହ ଏକର ଜଙ୍ଗଲଜମି ଥିବା ବେଳେ ସେ ସମସ୍ତ ଜମି କେନ୍ଦ୍ର ସରକାରଙ୍କ ଜଙ୍ଗଲ ବିଭାଗର । ଏହି ଜମିକୁ କାହାକୁ ହସ୍ତାନ୍ତରିତ କରିବାକୁ ହେଲେ ଜନଶୁଣାଣୀର ଆବଶ୍ୟକତା ଅଛି ବୋଲି କଂଗ୍ରେସ ର ବରିଷ୍ଠ ନେତା ଦିଗମ୍ବର ଦାସ ପ୍ରତିକ୍ରିୟା ରଖିଛନ୍ତି । ମାତ୍ର ଏହି ଜମି ହସ୍ତାନ୍ତରିତ ପ୍ରକ୍ରିୟା ଆରମ୍ଭ ହୋଇଥିଲେ ମଧ୍ୟ ବିଭାଗୀୟ ଅଧିକାରୀ ଏ ପର୍ଯ୍ୟନ୍ତ କାହାକୁ ଜଣାଇ ନାହାନ୍ତି ଅଥବା ଏ ବିଷୟରେ ବିଭାଗୀୟ ଅଧିକାରୀ କୌଣସି ନୋଟିସ ସର୍ବସାଧାରଣଙ୍କ ଗୋଚାରାର୍ଥେ ଜଣାଇ ନାହାନ୍ତି । ଘଟଣାରୁ ପ୍ରକାଶ କନକପ୍ରସାଦ ମୌଜା ଅର୍ନ୍ତଗତ ଖାତା ନଂ -୧୦୯,ପ୍ଲଟ ନଂ-୪୧୦କିସମ ଜଙ୍ଗଲ ଏବଂ ଗ୍ରାମ୍ୟ ଜଙ୍ଗଲରେ ଥିବା ବେଳେ ଏହି ପ୍ଲଟରେ ସମୁଦାୟ ଏ୧୪୭.୨୫କର ଜମି ଉପଲବ୍ଧ । ଏହି ସମୁଦାୟ ଜମିରୁ ଏ୩.୪୮କର ଦେଇ ଧାମରା ବନ୍ଦର କମ୍ପାନୀର ଗ୍ୟାସ ଟର୍ମିର୍ନାଲକୁ ପାଇପ ବିଁଛାହେବ । ସେଥିପାଇଁ ଏହି ଜମିର ଆବଶ୍ୟକତା ଅଛି । କିନ୍ତୁ ଏହି ଜମିକୁ ନେବା ପାଇଁ ସମସ୍ତ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଏହି ଜମି ହସ୍ତାନ୍ତରିତ ହେବା ପୂର୍ବରୁ ଧାମରା ବନ୍ଦର( ଆଦାନୀ) ଏହାର ପ୍ରତିବଦଳରେ ପ୍ରଥମେ ନେବାକୁ ଥିବା ଜମିର ବଦଳରେ ଜମି କ୍ରୟ କରି ଜଙ୍ଗଲ ବିଭାଗ ନାମରେ ନାମିତ କରିବା ଜରୁରୀ ।
କିନ୍ତୁ ଏହି ନିୟମକୁ ଫୁ କରି ବିଭାଗୀୟ ଅଧିକାରୀ ଧାମରା ବନ୍ଦରକୁ ଏହି ଜମି ହସ୍ତାନ୍ତରିତ କରିବା ପ୍ରକ୍ରିୟା ଆରମ୍ଭ କରିଦେଇଛନ୍ତି । ଏ ପାଇଁ ଜନ ଶୁଣାଣୀର ଆବଶ୍ୟକତା ଅଛି ବୋଲି କଇଥଖୋଲା ପଂଚାୟତର ପୂର୍ବତନ ସରପଂଚ ବନବିହାରୀ ମାଇତି ନିଜର ପ୍ରତିକ୍ରିୟା ରଖିଥିବା ବେଳେ ଆଗାମୀ ଦିନରେ ସେମାନେ ଏ ନେଇ ପବ୍ଲିକ ପିଟିସନ ଦାୟର କରିବେ । ଚାନ୍ଦବାଲି ବ୍ଲକର ବରିଷ୍ଠ କଂଗ୍ରେସ ନେତା ଅମୀୟ ମହାପାତ୍ର ନିଜର ପ୍ରତିକ୍ରିୟା ରଖି କୁହନ୍ତି ସେ ଖୁବ ଶୀଘ୍ର ରାଜ୍ୟ ପ୍ରଦୁଷଣ ବିଭାଗ ପାଖରେ ଏ ନେଇ ଅପିଲ କରିବେ କେଉଁ ପରିସ୍ଥିତିରେ ସାଧାରଣ ଜନତାଙ୍କ ଅଗୋଚରରେ ଜଙ୍ଗଲ ଜମି ନେବାକୁ ମସୁଧା ଚଳାଇଛନ୍ତି ଏବଂ କଇଥଖୋଲା ପଂଚାୟତରୁ ଜମି ନେଉଥିବା ବେଳେ କିପରି ଏହାର ପ୍ରତିବଦଳରେ ତିହିଡି ପଂଚାୟତ ଅଧିନସ୍ଥ ଫତେପୁର ଠାରେ ଧାମରା ବନ୍ଦର(ଆଦାନୀ) କର୍ତୁପକ୍ଷ ଜମି କିଣି ବଦଳ କରିବେ ଏହା ସାଧାରଣରେ ପ୍ରଶ୍ନବାଚୀ ହୋଇ ପଡିଛି । ତୁରନ୍ତ ଏହା ବିରୁଦ୍ଧରେ ସାଧାରଣ ଜନତା ସ୍ୱର ଉଠାଇବେ ଏବଂ ଏହି ଜମି ଅଦଳ ବଦଳ ପ୍ରକ୍ରିୟାତୁରନ୍ତ ବନ୍ଦ କରିବାକୁ ସେ କର୍ତୁପକ୍ଷଙ୍କୁ ଅବଗତ କରାଇଛନ୍ତି । ଧାମରା ବନ୍ଦର କର୍ତୁପକ୍ଷ ଜାଣି ଶୁଣି ଏହା କରୁଥିବା ବେଳେ ଆଉ ଏହି କଥା ବରଦାସ୍ତ କରାଯିବ ନାହିଁ ବୋଲି ସାଧାରଣରେ ପ୍ରତିକ୍ରୟା ପ୍ରକାଶ ପାଇଛି । ମାତ୍ର ଜମିର ସରଜମିନ ତଦନ୍ତ କରିବାକୁ ଆସି ରାଜନଗର ଡିଏଫଓ ବିରଞି ମଲିକ,ଚାନ୍ଦବାଲି ତହସିଲଦାର ସୁଶାନ୍ତ ସୂତାର,ଚାନ୍ଦବାଲି ତହସିଲ ସୁପରଭାଇଜର ଦାଶରଥି ଦାସ ଆସି କ୍ଷେତ୍ରୀୟ ପରିଦର୍ଶନ କରିବା ସହ ତଦନ୍ତ କରି ଫେରିଯାଇଛନ୍ତି ।