Odiapua.com

ଧାମରାରେ ଗୋଟିଏ ମାଛର ଦାମ୫ଲକ୍ଷ ୩୩ହଜାର

ଭଦ୍ରକ, ୧୬ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମରାରେ ଗୋଟିଏ ମାଛର ଦାମ ୫ଲକ୍ଷ ୩୩ହଜାର ଟଙ୍କାରେ ବିକ୍ରି ହୋଇଥିବା ଜଣା ଯାଇଛି । ମିଳିଥିବା ଖବର ଅନୁଯାୟୀ ଏହି ମାଛର ଓଜନ ୨୬କେଜି ହୋଇଥିବା ବେଳେ ଏହି ମାଛ କେଜି ପିଛା୨୦ହଜାର ୫ଶହ ଟଙ୍କାରେ ନିଲାମ ମଧ୍ୟ ହୋଇଯାଇଛି । ଏହି ମାଛ ଟିକୁ ବାହାର ରାଜ୍ୟର ଏକ ସଂସ୍ଥା ନିଲାମ କରି ନେଇ ଥିବା ଜଣାଯାଇଛି । ଏହି ମାଛଟିି ତେଲିଆ ମାଛ ହୋଇଥିବା ବେଳେ ଏହି ମାଛଟିକୁ ଗଭୀର ସମୁଦ୍ରରୁ ମଂଟୁ ମଣ୍ଡଳଙ୍କ ବୋଟ ଧରି ନେଇ ଆସିଥିଲା । ଏହି ମାଛର ପୁଂଟା(ତେଲ) ଟି ଔଷଧ କାର୍ଯ୍ୟରେ ବ୍ୟବହୃତ ହେଉଥିବା ବେଳେ କୋଲକାତାରେ ଏହି ମାଛ ର ଦାମ ସର୍ବାଧିକ । ଫଳରେ ସଂପୃକ୍ତ ନିଲାମ ଧାରୀ ଏହି ପୁଂଟା ଟିକୁ ଔଷଧ କମ୍ପାନୀକୁ ବିକ୍ରି କରିବା ସହ ଏହି ମାଛକୁ ଅତି କମରେ କେଜି ପ୍ରତି ୨୦ହଜାରରୁ ୨୫ ହଜାର ଟଙ୍କାରେ ବିକ୍ରି କରାଯିବ ବୋଲି ସଂପୃକ୍ତ ନିଲାମ ଧାରୀ ଗଣମାଧ୍ୟମ ଆଗରେ ନିଜର ପ୍ରତିକ୍ରିୟା ରଖିଥିଲେ ।