Odiapua.com

ଧାମରାରେ ଗଛରୁ ଖସି ଲାଇନମ୍ୟାନ ଆହତ

ଭଦ୍ରକ, ୫ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜନସାଧାରଣଙ୍କୁ ବିଦ୍ୟୁତ ସରବରାହ ଠିକ ଭାବେ ଯୋଗାଇ ଦେବାକୁ ଯାଇ ଧାମରା ଅଂଚଳର ଲାଇନମ୍ୟାନ ଗଛରୁ ଖସି ଆହତ ହୋଇଥିବା ଜଣାଯାଇଛି । ପ୍ରାପ୍ତ ଖବରରୁ ଜଣାଯାଇଛି ଧାମରା ଅଂଚଳର ଲାଇନମ୍ୟାନ କୃଷ୍ନକହ୍ନାଇ ଦାସ ଦୋସିଙ୍ଗା ଅଂଚଳରେ ଲାଇନ ଫଲ୍ଟ ଥିବାରୁ ସେହି ଅଂଚଳରେ ଥିବା ଏକ ବଡ ଗଛକୁ କାଟୁଥିବା ସମୟରେ ଗଛରୁ ଖସି ପଡିଥିଲେ । ଗଛ ମୂଳରେ ପଡିଥିବା ଏକ ଡାଳ ସଂପୃକ୍ତ ଲାଇନମ୍ୟାନଙ୍କ ମଳଦ୍ୱାରରେ ପଶିଯାଇଥିଲା । ପରେ ଡିପିଏନଓଡିଲ ଏକ ଗାଡି ସଂପୃକ୍ତ ଲାଇନମ୍ୟାନକୁ ନେଇ ଭଦ୍ରକ ମେଡିକାଲକୁ ଚିକିତ୍ସା କରାଇବାକୁ ନେଇଥିଲେ । ବର୍ତମାନ ସଂପକ୍ତ ଲାଇନମ୍ୟାନର ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ଜଣାଯାଇଛି । ଟିପିଏନଓଡିଏଲ କର୍ତୁପକ୍ଷ ତୁରନ୍ତ ଲାଇନମ୍ୟାନଙ୍କ ସୁରକ୍ଷା ପ୍ରତି ଦୃଷ୍ଟି ଦେବାକୁ ଦାବୀ ହୋଇଛି ।