Odiapua.com

ଧାମରାରେ କୁରାଳ ପଂଚମୀ ପାଳିତ

ଭଦ୍ରକ, ୧୮ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମରା ନିକଟସ୍ଥ ବାଂଶଡା ପଂଚାୟତ ଅଧିନସ୍ଥ ଛେଡାକ ଗ୍ରାମରେ କୁମ୍ଭାକାର ପରିବାର ତରଫରୁ କୁରାଳ ପଂଚମୀ ମହା ଆନନ୍ଦ ଉତ୍ସବରେ ପାଳିତ ହୋଇ ଯାଇଛି । ଆଜିର ଏହି ପବିତ୍ର ପୂଜା ଅବସରରେ ଲକ୍ଷ୍ମୀନାରାୟଣଙ୍କ ପୂଜା ସହିତ ମାଟିପାତ୍ର ତିଆରୀ ଉପକରଣ ଓ ଭାଟିଘରକୁ ପୂଜାର୍ଚନା କରିଛନ୍ତି ଏହି କୁମ୍ଭାକାର ପରିବାର ଲୋକେ । ଆଜି ଏଥିପାଇଁ ଛେଡାକ ଗ୍ରାମ ଉତ୍ସବ ମୁଖର ହୋଇ ପଡିଥିବା ବେଳେ ସମସ୍ତ କୁମ୍ଭାକାର ପରିବାର ନିଜ ଘରେ ପୂର୍ଣକୁମ୍ଭ ବସାଇ ଏହି ପୂଜାର ଶୂଭାରମ୍ଭ କରିଥିଲେ । ପୂର୍ବାହ୍ନରେ କଳସ ଶୋଭାଯାତ୍ରା ବାହାରି ଛେଡାକ ଗ୍ରାମ ପରିକ୍ରମା କରିଥିଲା । ପରେ ଏହି ପରିକ୍ରମା ପରେ ପୂଜାସ୍ଥାନକୁ ଫେରିବା ପରେ ମଣ୍ଡପରେ ଯଥାବିଧି ଉପଚାର ସହ ପୂଜାର୍ଚନା ହୋଇଥିଲା । ସନ୍ଧ୍ୟାରେ ପୂଜା ମଣ୍ଡପରେ ବିଭିନ୍ନ ସାଂସ୍‌ୃତିକ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହୋଇଥିଲା । ସଂଘର ସଭାପତି ତ୍ରିଲୋଚନ ବେହେରା, ସଂପାଦକ ମାୟାଧର ମୁଦୁଲି, ରମେଶ ଚନ୍ଦ୍ର ବେହେରା, ରତିକାନ୍ତ ବେହେରା, ଭାଗିରଥି ମୁଦୁଲି ବିମ୍ବାଧର ମୁଦୁଲି, ଶ୍ୟାମ ସୁନ୍ଦର ବେହେରା ପ୍ରମୁଖ ଉପସ୍ଥିତ ରହି ଏହି ପୂଜାର୍ଚନା କରିବା ସହ ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।