ଭଦ୍ରକ, ୩୦ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପରିପ୍ରେକ୍ଷୀରେ ଚାନ୍ଦବାଲି ବିଧାୟକ କରୋନା କଟକଣାକୁ ଫୁ କରି ନିର୍ବାଚନ ପ୍ରଚାର କରଥିବା ଦୃଷ୍ଟି ଗୋଚର ହୋଇଛି। ଆଜି ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ, ଚାନ୍ଦବାଲି ପଂଚାୟତ ସମିତି ଅଧ୍ୟକ୍ଷାଙ୍କ ପ୍ରତିନିଧି ରଞ୍ଜନ କୁମାର ସାହୁ, ଧାମରା ପଂଚାୟତର ପୂର୍ବତନ ସରପଂଚ ପାପା ଜେନା, ଜାଗୁଳା ପଂଚାୟତର ପୂର୍ବତନ ସରପଂଚ ସୁରେଶ ମାହୁନ୍ତ, ଦୋସିଙ୍ଗା ପଂଚାୟତର ପୂର୍ବତନ ସରପଂଚ ଅଶୋକା ଜାନା, ୫ନଂ ଜୋନର ପୂର୍ବତନ ଜିଲ୍ଲା ପରିଷଦ ବଳଭଦ୍ର ଲେଙ୍କା, ପ୍ରମୁଖ ଆଜି ଏହି ସଭାରେ ଉପସ୍ଥିତ ଥିଲେ। ବିଧାୟକ ବ୍ୟୋମକେଶ ରାୟ ଆଜି ଏହି ସଭାରେ କରୋନା କଟକଣାକୁ ଫୁ କରି ଶହ ଶହ ସଂଖ୍ୟାରେ ସାଧାରଣ ଜନତାଙ୍କୁ ନେଇ କେଉଁ ପରିସ୍ଥିତିରେ କୋବିଡ କଟକଣାକୁ ନ ମାନି ଏହି ସଭା କରୁଛନ୍ତି ବୋଲି ଉପସ୍ଥିତ ସାମ୍ବାଦିକ ମାନଙ୍କ ପ୍ରଶ୍ନର ଉତର ରଖି ନଥିଲେ। ଅନ୍ୟ ପକ୍ଷରେ କଂଗ୍ରେସର ଦଳରୁ ଆସି ନିକଟରେ ଶାସକ ଦଳରେ ଯୋଗ ଦେଇଥିବା ଜାଗୁଳା ପଂୟତର ସରପଂଚ ସୁରେଶ ମାହୁନ୍ତ ନିଜର ପୂର୍ବଦଳକୁ ଆରୋପ ଏବଂ ପ୍ରତ୍ୟାରୋପ କରିଥିବା ବେଳେ ଏହା ସଭାରେ ହାସ୍ୟରୋଳ ସୃଷ୍ଟି କରିଥିଲା।ଆଜିର ଏହି ସଭାରେ ବିଧାୟକ ଏବଂ ଉପସ୍ଥିତ ଥିବା ସମସ୍ତ ନେତୃବୃନ୍ଦ ଆଗାମୀ ପଂଚାୟତ ନିର୍ବାଚନ ପରିପ୍ରେକ୍ଷୀରେ ପାପା ଜେନାକୁ ସମିତି ସଭ୍ୟ ଭାବରେ ଜିତାଇ ଦେବାକୁ ଉପସ୍ଥିତ ଥିବା ଜନତାଙ୍କୁ ନିବେଦନ କରିଥିଲେ। ମାତ୍ର ଆଜି ପର୍ଯ୍ୟନ୍ତ ଧାମରାରେ କୌଣସି ବିକାଶ ହୋଇ ନଥିବା କଥା ବିଜେପି ପକ୍ଷରୁ କୁହାଯାଉଛି। ଆଜିର ଏହି ସଭାର ପ୍ରତିବାଦରେ ଧାମରାବିଜେପି ପକ୍ଷରୁ କେଉଁ ପରିସ୍ଥିତିରେ କରୋନ କଟକଣାକୁ ଫୁକରି ଶହ ଶହ ସଂଖ୍ୟାରେ ସାଧାରଣ ଜନତାଙ୍କୁ ବଳି ପକାଯାଉଛି ବୋଲି ପ୍ରଶ୍ନ କରାଯିବା ସହ ପଂଚାୟତ ନିର୍ବାଚନ ପରିପ୍ରେକ୍ଷୀରେ ବଂଶବାଦ ରାଜନୀତି କରୁଥିବା ଲୋକଙ୍କୁ ବିତାଡିତ କରିବା ପାଇଁ ମଧ୍ୟ ମତ ରଖିଛି। ଏଥିସହ କରୋନ କଟକଣା ସମୟରେ ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ କିପରି କଟକଣାକୁ ଫୁ କରି ନିର୍ବାଚନ ଆଇନର ଉଲଘଂନ କରି ମାରାଥନ ପ୍ରଚାର କରୁଛନ୍ତି ତାହାର ବିଦ୍ଧିବଦ୍ଧ ତଦନ୍ତ କରିବା ପାଇଁ ତାଜ୍ୟ ନିର୍ବାଚନ କମିଶନରଙ୍କ ଦ୍ୱାରସ୍ଥ ହୋଇଛନ୍ତି। ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପରିପ୍ରେକ୍ଷୀରେ କୋବିଦ ଉଲଙ୍ଘନ କରୁଥିବା ଦୋଷୀଙ୍କ ପ୍ରତି ପ୍ରଶାସନ ଦୃଷ୍ଟି ଦେବାକୁ ଦାବି ହୋଇଛି।