ଭଦ୍ରକ, ୧୦ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାମରା ଅଂଚଳରେ ପୁଣି ଏକ କରୋନା ରୋଗୀ ଚିହ୍ନଟ ହୋଇଥିବା ଜଣାଯାଇଛି । ଖବରରୁ ପ୍ରକାଶ ବାଂଶଡା ଥାନା ଅର୍ନ୍ତଗତ କରଞମାଳ ପଂଚାୟତ ଅଧିନସ୍ଥ ଶଶିକାଦେଇପୁର ଗ୍ରାମର ଜୈନିକ ବ୍ୟକ୍ତି ହୃଦରୋଗରେ ଆକ୍ରାନ୍ତ ହୋଇ ଭୂବନେଶ୍ୱରରେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହୋଇ ନିଜ ଘରକୁ ଫେରିଆସିଥିଲେ । ସେ ନିଜ ଗ୍ରାମରେ କିଛି ଦିନ ରହିବା ପରେ ଗତକାଲି ପୁନଶ୍ଚ ଭୂବନେଶ୍ୱର ଯାଇ ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରିବା ସମୟରେ ସେ କରୋନାରେ ଆକ୍ରାନ୍ତ ହୋଇଛନ୍ତି ବୋଲି ଜଣାପଡିଥିଲା । ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ସଂପୃକ୍ତ ରୋଗୀକୁ ନେଇ ଭଦ୍ରକ ଠାରେ ଥିବା ସାଳନ୍ଦୀ କୋବିଦ ହସ୍ପିଟାଲରେ ଚିକିତ୍ସିତ କରାଉଥିବା ଜଣାଯାଇଛି ତେବେ ଏ ନେଇ ଅଂଚଳବାସୀ ଭୟଭୀତ ହୋଇ ଜିଲ୍ଲାପାଳ ,ଚାନ୍ଦବାଲି ବିଡିଓ ଏବଂ ବାଂଶଡା ଥାନାଧିକାରଙ୍କ ନିକଟରେ ଅଭିଯୋଗ ଆଣିଥିଲେ । ଦୀର୍ଘ ୨୪ଘଂଟା ବିତିଯାଇଥିଲେ ମଧ୍ୟ ପ୍ରଶାସନ ତରଫରୁ କୌଣସି ପଦକ୍ଷପ ନନେବା ନେଇ ଘରୁ ବାହାରି ପାରୁ ନଥିବା ଜଣାଯାଇଛି ।