Odiapua.com

ଧାମରାରେ ଅମାନିଆଙ୍କ ଉପରେ ଲାଗିଲା ଲଗାମ

ଭଦ୍ରକ, ୨୦ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାମରା ବନ୍ଦରରେ ପ୍ରଥମ ଥର ପାଇଁ ୪ଜଣ କରୋନା ରୋଗୀ ଚିହ୍ନଟହୋଇଥିବା ବେଳେ ଆଜି ଠାରୁ ଧାମରା ଅଂଚଳରେ ଅମାନିଆଙ୍କ ଉପରେ ଲଗାମ ଲଗାଯାଇଛି । ଖବରରୁ ପ୍ରକାଶ ଗତକାଲି ଠାରୁ ଧାମରା ଅଂଚଳରେ ଥିବା ଜେଜେ ହୋଟେଲରୁ ଧାମରା ବନ୍ଦରର ୪ଜଣ କରୋନା ରୋଗୀ ଚିହ୍ନଟ ହେବା ପରେ ଧାମରା ,ଦୋସିଙ୍ଗା,କଇଥଖୋଲା,କରଞମାଳ,କରଣପଲ୍ଲୀ,ବାଂଶଡା,ପଂଚୁଟିକ୍ରି ଅଂଚଳରେ ଥିବା ଉଦଭ୍ରାନ୍ତ ଯୁବ ଗୋଷ୍ଠୀ ଉପରେ ପୁଲିସ ପ୍ରଶାସନ ଲଗାମ ଲଗାଇବା ସହ ବିନା କାରଣରେ ବାହାରକୁ ବାହାରୁଥିବା ଏହି ଯୁବଗୋଷ୍ଠୀ ମାନଙ୍କୁ ତାଗିଦ କରିଛନ୍ତି ।ତେବେ ପ୍ରଥମ କରୋନା ରୋଗୀ ଚିହ୍ନଟ ପରେ ଏହା ପୁଲିସ ପ୍ରଶାସନର ମୁଣ୍ଡବ୍ୟଥାର କାରଣ ପାଲଟିଛି । ଅମାନିଆ ମାନଙ୍କୁ ବହୁ ତାଗିଦ ସତ୍ୱେ ପୁଲିସ ଏମାନଙ୍କୁ ସମ୍ଭାଳିବା ବହୁ ଦୂରୁହ ବ୍ୟାପାର ହୋଇ ପଡିଥିଲା ।ତେବେ ଆଜିର ଏହି ଖବର ପରେ ଧାମରା ,ବାଂଶଡା,ଧାମରା ମେରାଇନ ଥାନାଧିକାରୀ ମାନେ ଅଂଚଳରେ କିପରି ଜନସାଧାରଣଙ୍କୁ ସୁରକ୍ଷା ଦେବେ ତାହା ପ୍ରଶ୍ନବାଚୀ ହୋଇ ପଡିଛି ।