ଭଦ୍ରକ, ୧୭ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଧାମରା ଠାରେ ଧାମରା ଅଗ୍ନିଶମ କେନ୍ଦ୍ର ପକ୍ଷରୁ ଧାମରାରେ ୮୨ତମ ଜାତୀୟ ଅଗ୍ନିଶମ ସେବା ସପ୍ତାହ ପାଳିତ ହୋଇ ଯାଇଛି। ଏହି ଅବସରରେ ଅଗ୍ନିଶମ ବାହିନୀ ନିଜର କଳା କୌଶଳ ପ୍ରଦର୍ଶନ ପୂର୍ବକ ସୁରକ୍ଷା ଉପକରଣର ସଠିକ ବ୍ୟବହାର, ଅଗ୍ନି ନିରାପତା ପ୍ରୋଟୋକଲ ପାଳନ ଉପରେ ଗୁରୁତ୍ୱରୋପ କରିବା ସହ ବିଭିନ୍ନ ସରକାରୀ ବିଦ୍ୟାଳୟ, ମେଡିକାଲ ଏବଂ ପେଟ୍ରୋଲପମ୍ପ କାର୍ଯ୍ୟାଳୟରେ ମକଡ୍ରିଲ ଅନୁଷ୍ଠିତ ହୋଇଥିଲା। ସାଧାରଣ ଜନତା ନିଜେ କିପରି ସଚେତନ ହେବା ସହ ଅନ୍ୟ ମାନଙ୍କୁ ଏହି ବିପଦ ସମୟରେ ରକ୍ଷା କରି ପାରିବେ ସେ ବିଷୟରେ ସଂପୃକ୍ତ ଅଧିକାରୀ ନିଜ ନିଜର କଳା କୌଶଳ ପ୍ରଦର୍ଶନ କରିବା ସହ ନିଆଁ ଲାଗିବା ସମୟରେ ସତର୍କତା ଅବଲମ୍ବନ କରିବା ସହ ସଜାଗ ରହିବାକୁ ପରାମର୍ଶ ମଧ୍ୟ ଦେଇଥିଲେ। କର୍ତବ୍ୟରତ କର୍ମଚାରୀ ନିଜର କର୍ତବ୍ୟ କରୁଥିବା ବେଳେ ନିଜର ଜୀବନକୁ ବାଜି ଲଗାଇ ଜନତାଙ୍କୁ ଉଦ୍ଧାର କରି ପ୍ରାଣ ହରାଇଥିବା ଅଗ୍ନିଶମ କର୍ମଚାରୀଙ୍କ ଉଦ୍ୱେଶରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ଅଗ୍ନି ସୁରକ୍ଷା ଶପଥ ପାଠ ଏବଂ ଅଗ୍ନି ନିର୍ବାପନ ଉପକରଣ ଗୁଡିକ ମାଧ୍ୟମରେ ଜରୁରୀକାଳୀନ ପରିସ୍ଥିତି ପରିଚାଳନା କରିବାର ସମସ୍ତ କୌଶଳ ମଧ୍ୟ ପ୍ରଦର୍ଶନ କରିଥିଲେ। ଆଜି ହୋଇଥିବା ଏହି ସେବା ସପ୍ତାହରେ ଉଜ୍ୱଳ ଦାସ, ଜ୍ଞାନ ରଞ୍ଜନ ନାୟକ, ସୋମନାଥ ପ୍ରଧାନ, ରାମ ଦାସ ମୁର୍ମୁ, ଦୁର୍ଗାରାମ ହେମ୍ବ୍ରମ, ରାଜ ପ୍ରଧାନ, ସୁଦାମ ସିଂ, ରଶ୍ମିରଞ୍ଜନ ବରାଳ, ତ୍ରିନାଥ ଚନ୍ଦ୍ର ଦାସ, ଜ୍ୟୋତି ରଞ୍ଜନ ମିଶ୍ର ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।।