Odiapua.com

ଧାମରାରୁ ବେଆଇନ ଚାନ୍ଦା ଆଦାୟ ଅଭିଯୋଗରେ ୨ ଗିରଫ

ଭଦ୍ରକ, ୧୭ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମରା ବନ୍ଦରକୁ ଆସୁଥିବା ଟ୍ରକ ଗୁଡିକରୁ ବେଆଇନ ଚାନ୍ଦା ଆଦାୟ କରୁଥିବା ଅଭିଯୋଗରେ ୨ଜଣକୁ ଗିରଫ କରାଯାଇଛି । ବାଂଶଡା ଥାନା ଧିକାରୀ ଦେବରାଜ ଜେନା, ଗୌରପ୍ରସାଦ ଗ୍ରାମର ଶ୍ରୀ ମନ୍ତ ପାତ୍ର ଏବଂ ତାଙ୍କ ସାଥି ମନୋରଞନ ପାତ୍ର ଙ୍କୁ ଗତକାଲି ରାତିରେ ଗିରଫ କରି ଥାନାକୁ ଆଣିଥିବା ବେଳେ ସେମାନଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି ବୋଲି ବାଂଶଡା ଥାନାଧିକାରୀ ପ୍ରକାଶ କରିଛନ୍ତି ଏହି ଦୁଇ ବ୍ୟକ୍ତି ଏବଂ ସେମାନଙ୍କର କିଛି ବନ୍ଧୁ ମିଶି ବାହାର ଜିଲ୍ଲାରୁ ଲୁହା ପଥର ବୋଝେଇ କରି ଆସୁଥିବା ଟ୍ରକ ଗୁଡିକରୁ ଦାଦାଗିରି ଦେଖାଇ ବେଆଇନ ଭାବେ ଚାନ୍ଦା ଆଦାୟ କରୁଥିବା ନେଇ ଖବର ପୁଲିସ ପ୍ରଶାସନ ପାଖରେ ଖବର ପହଂଚିଥିଲା । ଏହି ଦୁଇ ବନ୍ଧୁ ଏକ ଟ୍ରକର ଚାଳକକୁ ଅଟକାଇ ଚାଳକ ପକେଟରୁ ଜୋର ଜବରଦସ୍ତ ଟଙ୍କା ଛଡାଇ ନେଇ ଥିଲେ । ଏହାକୁ ଆଧାର କରି କରି ସେମାନଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଛି ।