Odiapua.com

ଧାମରା,ବାଂଶଡା ଏବଂ ଧାମରା ସାମୁଦ୍ରିକ ଥାନା ପକ୍ଷରୁ ସାଇବର ସୁରକ୍ଷା ଅଭିଯାନ

ଭଦ୍ରକ, ୧୦ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମରା ତଥା ଘଂଟେଶ୍ୱର ଅଂଚଳରେ ରାଜ୍ୟ ଗୃହ ବିଭାଗ ତରଫରୁ ଏକ ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବାଂଶଡା ଥାନା ଅଧିନରେ ଥିବା ଘଂଟେଶ୍ୱର ଫାଣ୍ଡି ଏବଂ କରଞ୍ଜମାଳ ଫାଣ୍ଡି ଅଧିନରେ ଥିବା ସମସ୍ତ ଅଂଚଳରେ ଏହି ସାଇବର ସଚେତନତା ରଥ ବୁଲିବା ସହ ଜନସାଧାରଣଙ୍କ ପ୍ରଚାର ଏବଂ ପ୍ରସାର ମାଧ୍ୟମରେ କିପରି ସାଇବର ସୁରକ୍ଷା ପାଇପାରିବେ ସେ ବିଷୟରେ ଅବଗତ କରାଇଥିଲେ । ପରେ ଧାମରା ସାମୁଦ୍ରିକ ଥାନା ତରଫରୁ ଜାଗୁଳା ପଂଚାୟତ ଏବଂ ଧାମରା ଥାନା ଅଧିନରେ ଥିବା କଇଥଖୋଲା,ଦୋସିଙ୍ଗା ଏବଂ ଧାମରା ଅଂଚଳରେ ଏହି ସଚତେନତା ରଥ ପରିକ୍ରମା କରିଥିଲା । ପରେ ଧାମରା ଥାନା ତରଫରୁ ଏବଂ ଜିଲ୍ଲା ପ୍ରଶାସନ ତରଫରୁ ଧାମରାଇ ହାସ୍କୁଲ ଏବଂ ଧାମରାଇ କଲେଜ ରେ ଏକ ସଭା ଅନୁଷ୍ଠିତ ହେବା ସହ ଉପସ୍ଥିତ ଥିବା ଛାତ୍ର ଛାତ୍ରୀ ମାନଙ୍କୁ ଏହି ସଚେତନତା ଶିବିରରେ କିପରି ସାଇବର କ୍ରାଇମରୁ ସାଧାରଣ ଜନତା ଠକେଇର ଶିକାର ନହେବେ ସେ ହି ବିଷୟରେ ଆଲୋଚନା ଏବଂ ପର୍ଯ୍ୟାଲୋଚନା କରାଯାଇଥିଲା । ବାଂଶଡା ଥାନାଧିକାରୀ ଦବରାଜ ଜେନା, ଧାମରା ଥାନାଧିକାରୀ ଶୋଭନ କୁମାର ସ୍ୱାଇଁ, ଧାମରା ସାମୁଦ୍ରିକ ଥାନାଧିକାରୀ କୃର୍ଷ୍ଣଚନ୍ଦ୍ର ଜାନା ପ୍ରମୁଖ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ସନ୍ଧ୍ୟା ସମୟରେ ଧାମରା ବଜାରରେ ସାଇ ଇଂଟରନେସନାଲ ବିଦ୍ୟାଳୟ ତରଫରୁ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ମଧ୍ୟ ଜନସାଧାରଣ ଏବଂ ଛାତ୍ରଛାତ୍ରୀ କିପରି ସାଇବର ସୁରକ୍ଷା ରେ ସାମିଲ ହେବା ସହ ସାଇବର ଠକ ମାନଙ୍କ କବଳରୁ ରକ୍ଷା ପାଇ ପାରିବେ ସେ ବିଷୟରେ ଏହି ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ଅବଗତ କରାଇଥିଲେ । ହୋଇଥିବା କାର୍ଯ୍ୟକ୍ରମରେ ଭଦ୍ରକ ଜିଲ୍ଲା ପୁଲିସ ଏବଂ ବାଂଶଡା, ଧାମରା ଏବଂ ଧାମରା ସାମୁଦ୍ରିକ ଥାନାର ସମସ୍ତ ସମସ୍ତ କର୍ମଚାରୀ ଉପସ୍ଥିତ ରହି କାର୍ଯ୍ୟକ୍ରମ ଟିକୁ ସୁଚାରୁ ରୂପେ ପରିଚାଳନା କରିଥିଲେ ।