Odiapua.com

ଧାମରା(ଗୁଆଁଳ)ରେ ପାର୍କ କାହା ସ୍ୱାର୍ଥରେ ! ଗ୍ରାମଠାରୁ ୧କି.ମି ଦୂର କୋଟିପତି ବରଫକଳ ମାଲିକଙ୍କ ଫାକ୍ଟ୍ରି ଆଗରେ ନିର୍ମାଣଧୀନ ପାର୍କ ୨ନଂ ଜୋନ ଜିଲ୍ଲା ପରିଷଦଙ୍କର ଅଥବା ଅଂଚଳବାସୀଙ୍କର!

ଭଦ୍ରକ, ୧୮ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମରାରେ ଦୀର୍ଘ ୩ବର୍ଷ ହେବ ନିର୍ମାଣଧୀନ ପାର୍କ କାହା ସ୍ୱାର୍ଥରେ ନିର୍ମାଣ କରାଯାଉଛି ବୋଲି ଅଂଚଳବାସୀ ପ୍ରଶ୍ନ ଉଠାଇଛନ୍ତି । ଏହି କାର୍ଯ୍ୟ କୁ ନେଇ ଅଂଚଳବାସୀ କେତେବେଳେ ନିମ୍ନ ମାନର କାର୍ଯ୍ୟତ ପୁଣି କେତେବେଳେ ସଂପୃକ୍ତ ବିଭାଗୀୟ ଯନ୍ତ୍ରୀ ତ ଆଉ କେତେବେଳେ ଧାମରା ପଂଚାୟତର ପୂର୍ବତନ ସମିତିସଭ୍ୟା ତଥା ବର୍ତମାନର ୨ନଂ ଜୋନ ଜିଲ୍ଲା ପରିଷଦଙ୍କ ନାମରେ ଅଭିଯୋଗ ଆଣିଛନ୍ତି । ପ୍ରାପ୍ତ ଖବରରୁ ଜଣାଯାଇଛି ଏହି ପାର୍କଟି ପାଇଁ ସଂପୃକ୍ତ ଠିକାଦାର ଦୀର୍ଘ ୩ବର୍ଷ ହେବ ଗୁଆଁଳ ଗ୍ରାମରେ ପାର୍କ ନିର୍ମାଣ କରିବା ଆଳରେ ଅଧାଗଢା କରି ଫେରାର ହୋଇ ଯାଇଥିଲେ । ଏହି ପାର୍କ ଟି ଗୁଆଁଳ ଗ୍ରାମ ଠାରୁ ଦୀର୍ଘ ୧କି.ମି ଦୂରରେ ନିର୍ମାଣ କରାଯାଉଥିବା ବେଳେ ଏହି ପାର୍କର ନିର୍ମାଣ କରା ନଯାଉ ବୋଲି ଅଂଚଳବାସୀ ଦୀର୍ଘ ଦିନ ହେବ ଦାବୀ କରି ଆସୁଥିଲେ । ଇତି ମଧ୍ୟରେ ଏହି ପାର୍କଟିର ପାଚେରୀ କାମ ସାରି ସଂପୃକ୍ତ ଠିକାଦାର ୧୦ଲକ୍ଷ ଟଙ୍କା ବିଲ ହାତେଇ ନେଲେ । ମାତ୍ର ଏହି କଥାକୁ ନେଇ ଅଂଚଳବାସୀ ଏହି ପାର୍କ କାହା ସ୍ୱାର୍ଥରେ ନିର୍ମାଣ କରାଯାଉଛି ବୋଲି ତତକାଳୀନ ବିଡିଓଙ୍କ ପ୍ରଶ୍ନ କରିଥିବା େବେଳେ ସଂପୃକ୍ତ ବିଡିଓ ରାଜନୈତିକ ଚାପରେ ଚୁପ ହୋଇ ଥିଲେ । ପରେ ସଂପୃକ୍ତ ଠିକାଦାର ବିଲ ହାତେଇ ନେବା ପରେ ପୁନଶ୍ଚ ଆସି ବର୍ଷା ଦିନରେ ଏହି ଅଧାଗଢା ପାର୍କଟିକୁ ସଂପୂର୍ଣ କରିବା ପାଇଁ ଲାଗିଛନ୍ତି । ବର୍ଷା ପାଣିରେ ଇଟା ଯୋଡେଇ ଠାର କଂକ୍ରିଟ ଢଳେଇ ମଧ୍ୟ ଚାଲିଛି । ଏହି ଅଧାଗଢା ତଥା ଠିକାଦାରଙ୍କ ମନୋମୁଖୀ କାର୍ଯ୍ୟକୁ ନେଇ ଅଂଚଳବାସୀ ପ୍ରଶ୍ନ ଉଠାଇଥିବା ବେଳେ କାହିଁକି ପୁନଶ୍ଚ ବର୍ଷା ରେ ଏହି କାମ ଚାଲିଛି? ଏଠାରେ ଉଲ୍ଲେଖ ଯୋଗ୍ୟ ଏହି ପାର୍କଟି ନିର୍ମାଣ ପାଇଁ ପଲ୍ଲୀ ସଭା କିମ୍ବା ଗ୍ରାମ ସଭାରେ କୌଣସି ପ୍ରସ୍ଥାବ ନଥିବା ବେଳେ କାହିଁକି ସାଧାରଣ ଲୋକଙ୍କ ଅର୍ଥରେ ଏହି ପାର୍କ ଟି ନିର୍ମାଣ ହେଉଛି ତାହା ତଦନ୍ତ ସାପେକ୍ଷ ହୋଇ ପଡିଛି । ଅନ୍ୟ ପକ୍ଷରେ ଧାମରା ପଂଚାୟତର ପୂର୍ବତନ ସମିତି ସଭ୍ୟ ଙ୍କ ସ୍ୱାମୀ ତଥା ବର୍ତମାନ ୨ନଂ ଜୋନର ଜିଲ୍ଲା ପରିଷଦ ରଞ୍ଜନ ସାହୁ ଏହି ପାର୍କଟିକୁ ନିଜ ବର‘କଳ ଆଗରେ ନିର୍ମାଣ ପାଇଁ କାହିଁକି ଆଗଭର ହେଉଛନ୍ତି? ଯଦି ନି ଜ ବରଫକଳ ଶ୍ରମିକ ମାନଙ୍କ ପାଇଁ ସେ ପାର୍କ ନିର୍ମାଣ କରିବାକୁ ମସୁଧା ଚଳାଇଛନ୍ତି ତାହେଲେ ନିଜ ଅର୍ଥ ରେ ନିଜ ଜମିରେ ନିର୍ମାଣ ନକରି କାହିଁକି ଜନସାଧାରଣଙ୍କ ଅର୍ଥ ବ୍ୟୟ କରୁଛନ୍ତି ତାହା ତଦନ୍ତ ସାପେକ୍ଷ ହୋଇ ପଡିଛି । ଏ ବାବଦରେ ଚାନ୍ଦବାଲି ବିଡିଓ ଅସିତ ମହାନ୍ତିଙ୍କ ସହ ଯୋଗାଯୋଗ କରିବାରୁ ସେ ଚୁପ ରହୁଥିବା ବେଳେ ଧାମରା ଅଂଚଳ ବାସୀ ଏହି କଥାକୁ ନେଇ ଆଗାମୀ ଦିନରେ ଧାମରା ପଂଚାୟତ ଆଗରେ ଅନଶନ କରିବେ ବୋଲି ଚେତାବନୀ ଦେଲେଣି । ଏହି ପାର୍କ ନିର୍ମାଣ କରିବା ପାଇଁ ସମୁଦାୟ ଅନୁଦାନ ରାଶି କେତେ ଏବଂ କାହା ନାମରେ କାର୍ଯ୍ୟାଦେଶ ଆସିଛି ବୋଲି ସଂପୃକ୍ତ କନିଷ୍ଠଯନ୍ତ୍ରୀ ଅମୀୟ ପଲେଇଙ୍କ ସହ ଯୋଗାଯୋଗ କରିବାରୁ ସେ କୌଣସି ମତାମତ ଦେବାକୁ ମନା କରି ଦେଇଥିଲେ । ତୁରନ୍ତ ଏହି କାର୍ଯ୍ୟରେ ହୋଇଥିବା ଅନିୟମିତତା ବିଷୟରେ ଭଦ୍ରକ ଜିଲ୍ଲାପାଳ ଦୃଷ୍ଟି ଦେବାକୁ ଦାବୀ ହୋଇଥିବା ବେଳେ କାହା ସ୍ୱାର୍ଥରେ ଏହି ପାର୍କ ନିର୍ମାଣ କରାଯାଉଛି ତାହାର ବିଦ୍ଧିବଦ୍ଧ ତଦନ୍ତ କରିବାକୁ ଅଂଚଳବାସୀ ଲିଖିତ ଭାବେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଦାବୀ କରିଛନ୍ତି ।