Odiapua.com

ଧାମରାଇ ମନ୍ଦିର ରାସ୍ତା ପ୍ରଶସ୍ଥିକରଣ ପାଇଁ ଜବରଦଖଲ ଉଚ୍ଛେଦ

ଭଦ୍ରକ, ୯ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମରା ତଥା ଚାନ୍ଦବାଲି ଅଂଚଳର ପ୍ରସିଦ୍ଧ ପୀଠ ମା ଧାମରାଇଙ୍କ ମନ୍ଦିର କୁ ଯାତାୟତ ପାଇଁ ଥିବା ରାସ୍ତା ଦିନକୁ ଦିନ ସଂକୁଚିତ ହୋଇ ପଡୁଥିଲା । ଫଳରେ ଏହି ପୀଠକୁ ଆସୁଥିବା ଯାତ୍ରୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ । ଏହାକୁ ଦୃଷ୍ଟିରେ ରଖି ମା ଧାମରାଇ ମନ୍‌ଦିର ପରିଚାଳନା କମିଟି ଏହି ରାସ୍ତାରେ ଥିବା ଜବରଦଖଲ କାରୀ ମାନଙ୍କୁ ହଟାଇବାକୁ ଚାନ୍ଦବାଲି ତହସିଲଦାରଙ୍କ ଠାରେ ନିଜର ଦାବୀ ରଖିଥିଲେ । ଆଜି ଚାନ୍ଦବାଲି ତହସିଲଦାର ସୁଶାନ୍ତ ସୂତାର ଙ୍କ ଉପସ୍ଥିତିରେ ଏହି ଜବରଦଖଲ ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଥିଲା । ସକାଳ ୧୦ଟାରେ ଏହି ଉଚ୍ଛେଦ ପାଇଁ ଚାନ୍ଦବାଲି ତହସିଲଦାର ସୁଶାନ୍ତ ସୂତାର, ଧାମରା ଥାନାଧିକାରୀ ଶୋଭନ କୁମାର ସ୍ୱାଇଁ, ଚାନ୍ଦବାଲି ସୁପରଭାଇଜର ଦାଶରଥି ଦାସ, ,ଧାମରା ଆର ଆଇ ତୁଷାର ରଞ୍ଜନ ମହାପାତ୍ର, କଇଥଖୋଲା ଆର ଆଇ ଅଜାତ ଶତ୍ରୁ ଦାସ, ୧ପ୍ଲାଟୁନ ପୁଲିସ ଫୋର୍ସ ଏବଂ ଧାମରା ଥାନା କର୍ମଚାରୀଙ୍କ ଉପସଯଥିତିରେ ଏହି କାର୍ଯ୍ୟ ଆରମ୍ଭ ହେବା ସହ ଶେଷ ହୋଇଥିଲା ।ଏହା ଫଳରେ ଆଗାମୀ ଦିନରେ ସାଧାରଣ ଯାତ୍ରୀଙ୍କ ଠାରୁ ଆରମ୍ଭ କରି ୪ଚକିଆ ଯାନ ଗୁଡିକ ଅବାଧରେ ଧାମରାଇ ପୀଠକୁ ଯାତାୟତ କରିପାରିବା ସହ ବିନ କୌଣସି ବାଧା ବିଘ୍ନରେ ପାର୍କିଂ ମଧ୍ୟ କରାଯାଇ ପାରିବ ବୋଲି ଚାନ୍ଦବାଲି ତହସିଲଦାର ସୁଶାନ୍ତ ସୂତରା ମତବ୍ୟକ୍ତ କରିଥିଲେ । ଆଜିର ଏହି ଜବରଦଖଲ ଉଚ୍ଛେଦ ଏବଂ ପ୍ରଶସ୍ତି କରଣ ସମୟରେ ମାଧାମରାଇ ମନ୍ଦିର କମିଟିର ସମସ୍ତ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ । ଏହି କାର୍ଯ୍ୟକୁ ଅଂଚଳବାସୀ ବହୁ ଦିନ ହେବ ଅପେକ୍ଷା କରିଥିବା ବେଳେ ଧାମରା ବଜାର ପ୍ରଶସ୍ତି କରଣ କରିବାକୁ ମଧ୍ୟ ଅଂଚଳବାସୀ ନିଜର ଦାବୀ ଜଣାଇଛନ୍ତି । ବହୁ ସମୟରେ ଧାମରା ବଜାର ମଧ୍ୟରେ ଦୁଇ ଚକିଆ, ଚାରି ଚକିଆ ଯାନ ପାକିଁ କରି ଦେଉଥିବା ବେଳେ ସାଧାରଣ ଜନତା ଙ୍କ ଯାତାୟତ ହୋଇ ପାରୁ ନାହିଁ । ତୁରନ୍ତ ଧାମରା ବଜାର ଦେଇ ଯାଇଥିବା ରାସ୍ତାରୁ ଜବରଦଖଲ ଉଚ୍ଛେଦ କରିବାକୁ ଦାବୀ ରଖିଛନ୍ତି ।