ଭଦ୍ରକ, ୩ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଦିନକୁ ଦିନ କନ୍ୟାଭୃଣ ହତ୍ୟା ବଢି ବଢି ଚାଲିଥିବା ବେଳେ କନ୍ୟାସଂଖ୍ୟା ମଧ୍ୟ ଆଶାନୁରୂପକ ଭାବେ କମିକମି ଚାଲିଛି। ସରକାରଙ୍କ ତଥ୍ୟ ଅନୁଯାଇ ଓଡିଶାରେ ୦-୬ ବର୍ଷ ମଧ୍ୟରେ ୧୦୦ଜଣ ପୁଅଙ୍କ ତୁଳନାରେ ୯୪୧ ଝିଅ, ଗ୍ରାମାଚଂଳରେ ୯୮୯ଝିଅଙ୍କ ତୁଳନାରେ୧୦୦୦ପୁଅ ଏବଂ ସହରାଚଂଳରେ ୧ହଜାର ପୁଅଙ୍କ ପାଇଁ ୯୩୨ଜଣ ଝିଅ ରହିଥିବା କଥା ଜଣାଯାଇଛି। ସମସ୍ତ ତଥ୍ୟାନୁଯାଇ ସାରା ରାଜ୍ୟରେ ୧ହଜାର ପୁଅଙ୍କ ପାଇଁ ୯୭୯ଝିଅ ଥିବା ବେଳେ ବର୍ତମାନ ପରିସ୍ଥିତିରେ ପୁଅ ମାନଙ୍କ ବିବାହ ପାଇଁ କନ୍ୟାରତ୍ନ ମିଳୁ ନାହାନ୍ତି। ପ୍ରାପ୍ତ ଖବର ଅନୁଯାଇ ଧାମରାଇ ମନ୍ଦିରରେ ଗୋଟିଏ ଦିନରେ ୧୬ଟି ବିବାହକାର୍ଯ୍ୟ ହେବ ବୋଲି ପଞ୍ଜିକୃତ ହୋଇଥିଲା। ଏହି ସମସ୍ତ ବିବାହକାର୍ଯ୍ୟ ମଧ୍ୟରୁ ୧୩ଟି ବିବାହ ଦିନ ୧୧ଟାରୁ ଆରମ୍ଭ ହୋଇ ଅପରାହ୍ଣ ୨ଟା ମଧ୍ୟରେ ଶେଷ ହୋଇଥିଲା। ଶେଷରେ ୩ଟି ବର ପାତ୍ର ପାଇଁ ସ୍ତିରୀକୃତ ହୋଇଥିବା କନ୍ୟା ଆସି ନଥିଲେ। ଏହି ବିବାହ ପାଇଁ ମଧ୍ୟସ୍ଥି କରୁଥିବା ବ୍ୟକ୍ତି ବିଶେଷ ଙ୍କ ମୋବାଇଲ ବନ୍ଦ ହେବା ସହ ସଂପୃକ୍ତ କନ୍ୟାପିତାଙ୍କ ମୋବାଇଲ ମଧ୍ୟ ସୁଇଚ ଅଫ ଥିଲା। କୌଣସି ସୂତ୍ରରୁ ଖବର ମିଳିଲା ବିବାହ ପାଇଁ ସ୍ତିରୀକୃତ ହୋଇଥିବା କନ୍ୟା ମାନଙ୍କ ମଧ୍ୟରୁ ଜଣେ ବିନା ରୋଜଗାରିଆ (ଚାକିରୀ କରି ନଥିବା)ବରକୁ ବିବାହ ହେବା ପାଇଁ ମନା କରିଦେଇଥିବା ବେଳେ ଅନ୍ୟ ଦୁଇ ଜଣ କନ୍ୟାରତ୍ନ ନିଜେ ଭଲ ପାଉଥିବା ପୁଅ ସହିତ ଫେରାର ହୋଇଯାଇଥିଲେ। ସନ୍ଧ୍ୟା ପର୍ଯ୍ୟନ୍ତ ଧାମରାଇ ମନ୍ଦିରରେ ୩ଟି ମଙ୍ଗୁଳା ବର କନ୍ୟା ରତ୍ନଙ୍କ ଅପେକ୍ଷାରେ ରହିଥିଲେ ମଧ୍ୟ କନ୍ୟାରତ୍ନ ନଆସିବା ଏବଂ ଅନ୍ୟ କୌଣସି ଠାରେ ଝିଅ ଠିକ ନହୋଇ ପାରିବାରୁ ଭଗ୍ନ ମନୋରଥ ନେଇ ସଂପୃକ୍ତ ବର ଏବଂ ସେମାନଙ୍କ ପରିବାର ଫେରି ଯାଇଥିଲେ। ଏହି ଘଟଣାକୁ ନେଇ ସଚେତନ ପିତାମାତାଙ୍କ ର ପୁଅ ଜରୁରୀ ଥିବା ବେଳେ ଅଲଟ୍ରାସାଉଣ୍ଡ କରି କନ୍ୟାଭୃଣ ହତ୍ୟା କରୁଥିବାରୁ ଆଜି ଭଳି ଦିନରେ ବିବାହ ଉପଯୋଗୀ ବର ପାତ୍ରଙ୍କୁ କନ୍ୟା ମିଳୁ ନାହାନ୍ତି ବୋଲି ଚର୍ଚା ଚାଲିଥିଲା। ଏହି ଘଟଣାକୁ ନେଇ ଅଂଚଳରେ ଚର୍ଚା ଚାଲିଥିବା ବେଳେ କନ୍ୟା ଭୃଣହତ୍ୟାର ଫଳ ଆଜି ମାନବ ସମାଜ ଭୋଗ କରୁଛି ବୋଲି ମଧ୍ୟ ଚା ଖଟିରେ ଆଲୋଚନା ର ବିଷୟ ବସ୍ତୁ ପାଲଟିଥିଲା।