Odiapua.com

ଧାମନଗର ୩୬୨ରେ ପହଂଚିଲା ଆକ୍ରାନ୍ତଙ୍କ ସଂଖ୍ୟା, ଏସ୍‌ପିଙ୍କ ଧାମନଗର ଗ୍ରସ୍ତ ଗୋଟିଏ ଦୋକାନ ସିଲ, ୨୦ହଜାର ଜରିମାନା ଆଦାୟ

ଭଦ୍ରକ, ୧୦ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାମନଗର ବ୍ଲକର ଆଜି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୬୨ରେ ପହଂଚିଛି । ବ୍ଲକର ନଦୀଗାଁ, ବୟାଂଡ଼ିହ, କଲ୍ୟାଣୀ, କରଦା, ମୁସ୍ତଫାପୁର, ରଇପୁର ଓ ଦୋବଲ ପଂଚାୟତରେ ଧିରେ ଧିରେ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଉଥିବାବେଳେ ଆଜି ଦଳାଙ୍ଗ ପଂଚାୟତର ସର୍ବାଧିକ ୧୧ଜଣଙ୍କର କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ଦୈନିକ ଏହି ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ତାହାକୁ ନେଇ ପ୍ରଶାସନର ମୁଣ୍ଡବ୍ୟଥାର କାରଣ ପାଲଟିଛି । ଅନ୍ୟପଟେ ଧାମନଗର ବ୍ଲକର କାଁଭାଁ ବଜାର ଛାଡ଼ିଦେଲେ ଅନ୍ୟ ବଜାରରେ ଅମାନିଆ ମାନେ ସଟ୍‌ଡ଼ାଉନ୍‌କୁ ମାନୁନାହାନ୍ତି । ଛକବଜାର ମାନଙ୍କରେ ଅମାନିଆ ମାନେ ଆଡ଼ା ଜମାଉଥିବାରୁ କଟକଣା ଠିକ୍‌ଭାବେ ପାଳନ ହେଉନାହିଁ । ଆଜି ଭଦ୍ରକ ଆରଖି ଅଧିକ୍ଷକ ଚରଣ ସିଂ ମୀନା, ଧାମନଗର ଏସ୍‌ଡ଼ିପିଓ ବିଜୟ କୃଷ୍ଣ ମହାପାତ୍ର, ଧାମନଗର ଥାନା ଅଧିକାରୀ ରତିକାନ୍ତ ଗିରି ପ୍ରମୁଖ ବାରିକପୁର ବଜାରରେ ଚଢାଉକରି ସେଠାରେ କରୋନା କଟକଣା ଓ ଲକ୍‌ଡ଼ାଉନ୍‌କୁ ନମାନି ଦୋକାନ ଖୋଲି ବେପାର କରୁଥିବା ନକୂଳ ଦାସଙ୍କ ଦୋକାନକୁ ଏସ୍‌ପି ଶ୍ରୀ ମୀନା ଦୋକାନକୁ ସିଲ୍ କରିବା ସହିତ ୨୦ହଜାରଟଙ୍କା ଜରିମାନା ଆଦାୟ କରିଛନ୍ତି ।