Odiapua.com

ଧାମନଗର : ରାସ୍ତାରେ ଭାସୁଛି ଡ୍ରେନ୍ ଓ ପାଇଖାନା ଟାଙ୍କି ପାଣି, ଲୋକେ ହନ୍ତସନ୍ତ

?????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????

ଭଦ୍ରକ, ୨୯ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ଏନଏସି ଅଧୀନସ୍ଥ ୯ନଂ ୱାର୍ଡରେ ଦୀର୍ଘଦିନ ହେବ ଡ୍ରେନ୍ ବ୍ୟବସ୍ଥା ନଥିବାରୁ ସାମାନ୍ୟ ବର୍ଷାରେ ସାହି ରାସ୍ତାରେ ପାଣି ଜମି ରହେ । ତେବେ ଅଂଚଳବାସୀଙ୍କ ଅଭିଯୋଗ ପରେ ଉକ୍ତ ସାହିରେ ଡ୍ରେନ୍ ନିର୍ମାଣ କରାଗଲା । ମାତ୍ର ସେହି ଡ୍ରେନ୍ ପାଣିକୁ ଧାମନଗର-ଫଳପୁର ରାସ୍ତା ପାଶ୍ୱର୍ରେ ଡ୍ରେନ୍ କରାଯାଇ କିଛିବାଟ ଆଣି ଅଧାରୁ କାମ ବନ୍ଦ କରିଦେଲେ । ଏପରିକି ଡ୍ରେନ୍ ଉପରେ ମଧ୍ୟ କିଛି ସ୍ଥାନରେ ଢାଙ୍କୁଣୀ ଦିଆଗଲାନାହିଁ । ଫଳରେ ଡ୍ରେନ୍‌ଟି ଅସୁରକ୍ଷିତ ଅବସ୍ଥାରେ ରହିଥିବାବେଳେ ଉକ୍ତ ଅପିରଷ୍କାର ପାଣି ସହ ସେଥିରେ ଛଡାଯାଉଥିବା ମଳ ରାସ୍ତା ଉପରେ ଭାସୁଛି । ଆଜକୁ ୨ ମାସ ହେବ ମୁଖ୍ୟ ରାସ୍ତା ଦେଇ ଡ୍ରେନ୍ ନିର୍ମାଣ କରାଯାଇଥିଲେ ମଧ୍ୟ ବିନା ଏଷ୍ଟିମେଟ୍ ଓ ବିଭାଗୀୟ ଅଧିକାରୀଙ୍କ ଦୂରଦୃଷ୍ଟି ଅଭାବରୁ ଯେଉଁ ଡ୍ରେନ୍ ନିର୍ମାଣ କରାଯାଇଛି, ତାହାର ସ୍ଥାୟୀତ୍ୱ ନେଇ ସନ୍ଦେହ ସୃଷ୍ଟି ହୋଇଛି । ରାସ୍ତାପାଶ୍ୱର୍କୁ ଲଗାଇ ଯେଉଁ ଡ୍ରେନ୍ ତରବରିଆ ଭାବେ ନିର୍ମାଣ କରାଯାଇଛି, ସେହି ରାସ୍ତା ଦେଇ ଯାଉଥିବା ବଡ ବଡ ଟ୍ରକ୍‌, ବସ୍ ଦୁର୍ଘଟଣାରେ ସମ୍ମୁଖୀନ ହେବା ସୁନିଶ୍ଚିତ । ସେହିପରି ଅଧାରାସ୍ତାରେ ଅସଂପୂର୍ଣ୍ଣ ଭାବେ କାମ ହୋଇଥିବାରୁ କିଛି ପରିବାର ଘରୁ ବାହାରି ପାରୁନାହାଁନ୍ତି । ସେହି ଡ୍ରେନ୍‌ର ମଇଳା ପାଣି ରାସ୍ତା ଉପରେ ଭାସିବା ଦ୍ୱାରା ଲୋକେ ପ୍ରତିଦିନ ତାହା ଉପରେ ବାଧ୍ୟହୋଇ ଯିବାଆସିବା କରୁଛନ୍ତି । ଏ ସଂପର୍କରେ ବାରମ୍ବାର ଅଭିଯୋଗ ସତ୍ୱେ କର୍ତୃପକ୍ଷ ଏହାକୁ ଗୁରୁତ୍ୱ ଦେଉନାହାଁନ୍ତି । ଏ ଦିଗରେ ଏନଏସି ସହକାରୀ ଯନ୍ତ୍ରୀ ରାମଚନ୍ଦ୍ର ମହାନ୍ତିଙ୍କ କହିବା ଅନୁସାରେ ଲୋକଙ୍କ ସମସ୍ୟା ପାଇଁ ତରବରିଆ ଭାବେ ପ୍ରାୟ ୩୦ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ ଡ୍ରେନ୍ ନିର୍ମାଣ କରାଯାଇଛି । ତେବେ ଆହୁରି ୫୦ ଲକ୍ଷ ଟଙ୍କା ଖର୍ଚ୍ଚ କରାଗଲେ ଡ୍ରେନ୍ ସମସ୍ୟା ସୁଧୁରିପାରିବ । ତେବେ ଖୁବଶୀଘ୍ର ଟେଣ୍ଡର କରାଯାଇ ଅବଶିଷ୍ଟ ଡ୍ରେନ୍ କାମ କରାଯିବ ବୋଲି ଶ୍ରୀ ମହାନ୍ତି ଗଣମାଧ୍ୟମକୁ କହିଛନ୍ତି । ମାତ୍ର ସମସ୍ୟାର ସମାଧାନ ତୁରନ୍ତ କରାନଗଲେ ଭଦ୍ରକ ଜିଲାପାଳଙ୍କ ଦ୍ୱାରସ୍ଥ ହେବେ ବୋଲି ପ୍ରଭାତ ପଣ୍ଡା, ରାମଚନ୍ଦ୍ର ସାହୁ, ନିତ୍ୟାନନ୍ଦ ରାଉତ, ରଂଜିତ ଜେନା, ବିରଜା ରାଉତ ଓ ସଂଜୟ ମହାପାତ୍ର ପ୍ରମୁଖ ଚେତାବନୀ ଦେଇଛନ୍ତି ।