ଭଦ୍ରକ, ୪ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାମନଗର ବ୍ଲକ ଅନ୍ତର୍ଗତ କଲ୍ୟାଣୀ ପଞ୍ଚାୟତର ଯୁବକ ଦୀପକ ବାରିକ (୩୩) ଦାଦନ ଖଟିବାକୁ ହାଇଦ୍ରାବାଦର ଏକ ଘୋଇଇ କମ୍ପାନୀରେ କାର୍ଯ୍ୟରତ ଥିବାବେଳେ ଗତ ମାସ ତାଙ୍କର ମୃତ୍ୟୁବରଣ ହୋଇଥିଲା। ତାଙ୍କ ମୃତ୍ୟୁ ପରେ ପରିବାରଟି ଗଭୀର ସଙ୍କଟରେ ପଡ଼ିଛି। ଦୀପକଙ୍କ ପରିବାରରେ ଗର୍ଭବତୀ ସ୍ତ୍ରୀ, ଜଣେ ଅନ୍ଧ ବାପା ଓ ଦୀର୍ଘଦିନ ଧରି ଅସୁସ୍ଥ ମା’ ଥିବାବେଳେ ସମସ୍ତ ଆର୍ôଥକ ଓ ପରିବାରିକ ଦାୟିତ୍ୱ ତାଙ୍କ ଉପରେ ନିର୍ଭର କରୁଥିଲା। ଅକାଳ ମୃତ୍ୟୁ ପରେ ପରିବାରଟି ଅତ୍ୟନ୍ତ ଅସହାୟ ଅବସ୍ଥାରେ ରହିଛି।ଏହି ଦୁଃଖଦ ପରିସ୍ଥିତିରେ ଆଜି ଧାମନଗର ଅସୁରାଳି ଯାଦବ ସଂଘ ପକ୍ଷରୁ ମୃତ ଦୀପକଙ୍କ ପରିବାର ପାଖରେ ପହଞ୍ଚି ଆର୍ôଥକ ୧୦ ହଜାର ଟଙ୍କା ସହାୟତା ପ୍ରଦାନ କରାଯାଇ ଅନ୍ୟ ସହଯୋଗ କରିବାକୁ ହାତ ବଢ଼ାଯାଇଛି।