ଭଦ୍ରକ, ୧୯ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକ ଜିଲା ଧାମନଗର ଜରାଶ୍ରମ ପରିସର ରେ ଥିବା ମାନସିକ ଅନଗ୍ରଶର ଆଶ୍ରମ ରୁ ବୁଦ୍ଧିଆ (୩୨) ନାମକ ଜଣେ ଯୁବକ ଗତ ଦୁଇ ଦିନ ଧରି ନିଖୋଜ ହୋଇଥିବା ଘଟଣା ନେଇ ଅଂଚଳରେ ଚିନ୍ତା ବ୍ୟକ୍ତ ହୋଇଛି। ପୋଲିସ ସୂଚନା ଅନୁସାରେ, ଉକ୍ତ ଯୁବକ ମାନସିକ ଭାବେ ଅଶୁସ୍ତ ଥିବାରୁ ନିଜ ପରିଚୟ ସ୍ପଷ୍ଟ କହିପାରୁନଥିଲା। ଗତ ୨୦୨୫ ମସିହା ମେ ମାସ ୧୨ ତାରିଖରେ ଜାତୀୟ ରାଜପଥ ଏନଏଚ-୧୬ ରୁ ତାଙ୍କୁ ଉଦ୍ଧାର କରି ଆଶ୍ରମରେ ରଖାଯାଇଥିଲା। ନିଖୋଜ ସମୟରେ ସେ ପଲ୍-ପଲ୍ କଲର ସାର୍ଟ ଓ ଜିନ୍ସ ପ୍ୟାଂଟ ପିନ୍ଧିଥିବା ଜଣାପଡ଼ିଛି। ଉଚ୍ଚ ବାଉଣ୍ଡରି ଓ ଭିତରେ କଠୋର ସୁରକ୍ଷା ବ୍ୟବସ୍ଥା ଥିବା ସତ୍ୱେ ସେ କିପରି ବାହାରିଲେ, ତାହାକୁ ନେଇ ପ୍ରଶ୍ନ ଉଠିଛି। ସେ ପଳାଇଯାଇଥିବା କିମ୍ବା ଅନ୍ୟ କୌଣସି ପରିସ୍ଥିତି ରହିଛି କି ନାହିଁ, ସେଥିପାଇଁ ତଦନ୍ତ ଆବଶ୍ୟକ ବୋଲି ସ୍ଥାନୀୟମାନେ ଦାବି କରିଛନ୍ତି।ଏନେଇ ଦାୟୀତ୍ୱରେ ଥିବା ଥାନା ଅଧିକାରୀ ଅଭିନାଶ ପରିଡା ପକ୍ଷରୁ ଖୋଜାଖୋଜି ଜାରି ରହିଥିବା ବେଳେ, କେହି ଯଦି ଏହି ଯୁବକଙ୍କୁ କେଉଁଠି ଦେଖିଥିବେ, ତେବେ ତୁରନ୍ତ ନିକଟସ୍ଥ ଥାନାକୁ ସୂଚନା ଦେବାକୁ ଅନୁରୋଧ କରାଯାଇଛି।ପୋଲିସ ୪୫ /୨୬ ରେ ଏକ ନିଖୋଜ ମାମଲା ରୁଜୁ ହୋଇଛି। ଏ ନେଇ ଆଶ୍ରମ ର କାଉନ ସିଲର ଦିବିରଞ୍ଜନ ବିଶ୍ୱାଳ ଧାମନଗର ଥାନାରେ ଅଭିଯୋଗ କରିଛନ୍ତି,ଆଶ୍ରମ ବାର୍ଷିକ ଉତ୍ସବ ଚାଲିଥିବା ବେଳେ ଉକ୍ତ ଯୁବକ ପାଚେରୀ ଡେଇଁ ଯାଇଛି ବୋଲି ଆଶ୍ରମର ଅଧିକାରି ମଧୁସ୍ମିତା ବେହେରା କହିଛନ୍ତି।