Odiapua.com

ଧାମନଗର ମହାବିଦ୍ୟାଳୟ ରେ ପି.ଏମ୍‌. ଉଷା ତରଫରୁ କର୍ମଶାଳା

ଭଦ୍ରକ, ୧୫ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ମହାବିଦ୍ୟାଳୟ ପରିସରରେ ପ୍ରଧାନମନ୍ତ୍ରୀ ଉଚ୍ଚତର ଶିକ୍ଷା ଅଭିଯାନ ତରଫରୁ ଶୀର୍ଷକ “ଡେଭଲୋପିଂ ଆନ ଏଂଟରପ୍ରିନେରିୟୁରାଲ ମାଇଣ୍ଡସେଟ୍‌” ତ୍ରିଦିବସୀୟ କର୍ମଶାଳା ଉଦଘାଟନ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଅଜୟ କୁମାର ବେଜ ଙ୍କ ପୌରୋହିତ୍ୟରେ ମୁଖ୍ୟଅତିଥି ଭାବେ ଭଦ୍ରକ ଏନ୍‌.ସି.ସି ନାଭାଲ ୟୁନିଟ୍ ର କମାଣ୍ଡିଂ ଅଫିସର୍ କମାଣ୍ଡର ସୁଦୀପ କୁମାର ସାହୁ ଓ ଫକୀରମୋହନ ବିଶ୍ୱବିଦ୍ୟାଳୟର ଡିପାର୍ଟ ମେଂଟ ଅଫ୍ ବିଜନେସ୍ ମ୍ୟାନେଜମେଂଟ ପ୍ରାଧ୍ୟାପକ ଡ. ପଦ୍ମଲିତା ରାଉତରାୟ, ଭଦ୍ରକ ସ୍ୱଂୟ ଶାସିତ ମହାବିଦ୍ୟାଳୟ ଅର୍ଥନୀତି ବିଭାଗର ପ୍ରାକ୍ତନ ପ୍ରାଧ୍ୟାପକ ଡ. ବଳରାମ ମିଶ୍ର ଓ ଧାମନଗର ମହାବିଦ୍ୟାଳୟର ପଦାର୍ଥ ବିଜ୍ଞାନ ଅଧ୍ୟାପକ ଆଶୀର୍ବାଦ ମହାନ୍ତି ଛାତ୍ର ଛାତ୍ରୀ ଙ୍କୁ ଉଦ୍ୟୋଗୀ ମାନସିକତା ବିକାଶ ପ୍ରସଙ୍ଗରେ ଆଲୋଚନା କରିଥିଲେ । ପ୍ରଧାନମନ୍ତ୍ରୀ ଉଚ୍ଚତର ଶିକ୍ଷା ଅଭିଯାନର ମୁଖ୍ୟ ସଂଯୋଜକ ପ୍ରାଧ୍ୟାପକ ପ୍ରଦୀପ କୁମାର ରାୟ କାର୍ଯ୍ୟକ୍ରମର ବିଷୟ ଆଭିମୁଖ୍ୟ, ଅଧ୍ୟାପିକା ଡ. ସାଜିଆ ତମକିନ ଅତିଥିଙ୍କୁ ମଂଚ ଆମନ୍ତ୍ରଣ ଅଧ୍ୟାପିକା ସ୍ୱାଗତିକା ରାୟ ଅତିଥି ପରିଚୟ ପ୍ରଦାନ ଓ ଅଧ୍ୟାପିକା ବାସ୍ତବିକା ଦାସ ମଂଚ ସଂଚାଳନ କରିଥିଲେ । ଏହି ସଭାରେ ଧାମନଗର ମହାବିଦ୍ୟାଳୟ ର ପ୍ରାୟ ୧୦୦ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀଙ୍କ ସମେତ ଅଧ୍ୟାପକ-ଆଧ୍ୟାପିକା, କର୍ମଚାରୀ ଉପସ୍ଥିତ ଥିଲେ । ଅଧ୍ୟାପକ ସତ୍ୟନ କୁମାର ଜେନା ଧନ୍ୟବାଦ ଅର୍ପଣ କରିଥିଲେ ।