ଭଦ୍ରକ, ୨୫ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ଧାମନଗର ମହାବିଦ୍ୟାଳୟ ପରିସରରେ ଏନ୍ଏସ୍ଏସ୍ ଦିବସ ପାଳନ ଅବସରରେ ଜାତୀୟ ସେବା ଯୋଜନା ଓ ଯୁବରେଡ଼କ୍ରସ ମିଳିତ ଆନୁକୂଲ୍ୟରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ପବିତ୍ର କୁମାର ପାଣିଗ୍ରାହୀ ଉକ୍ତ ଶିବିରକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ । ସେବା ସର୍ବଦା ବାସେ ଓ ରକ୍ତଦାନ ଭଳି ମାନବୀୟ ସମ୍ବେଦନା ପ୍ରବୃତ୍ତି ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ମାନବିକ ଚେତନାର ବିକାଶରେ ସହାୟକ ହେବବୋଲି ଅଧ୍ୟକ୍ଷ ମତବ୍ୟକ୍ତ କରିଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ପ୍ରାକ୍ତନ ଅଧ୍ୟକ୍ଷ ଡ଼ଃ. ସମୀର କୁମାର ହୁଇ ରକ୍ତଦାନ କରିବାପରେ ଏହି ଶିବିରରେ ୩୦ୟୁନିଟ୍ରୁ ଉର୍ଦ୍ଧ୍ୱ ରକ୍ତ ସଂଗ୍ରହ କରାଯାଇଥିଲା । ଉକ୍ତ ଶିବିରକୁ ଏନ୍ଏସ୍ଏସ୍ ପୋଗ୍ରାମ ଅଫିସର ପ୍ରାଧ୍ୟାପକ ମହମ୍ମଦ ଇସ୍ରାଇଲ, ବୈରଗଂଜନ ଦାସ, ଅଧ୍ୟାପିକା ସ୍ମରଣିକା ପ୍ରଧାନ ପରିଚାଳନା କରିଥିାବେଳେ ସମସ୍ତ ଅଧ୍ୟାପକ, ଅଧ୍ୟାପକି ଓ କର୍ମଚାରୀ ମାନେ ସହଯୋଗ କରିଥିଲେ । ଏନ୍ଏସ୍,ଏସ୍ ଏବଂ ୱାଇ ଆର ସି ଉଭୟ ସ୍ୱେଚ୍ଛାସେବୀ ମାନେ କାର୍ଯ୍ୟକ୍ରମରେ ସହାୟତା କରିଥିଲେ । ଓଡ଼ିଶା ରକ୍ତକେନ୍ଦ୍ରର ଭଦ୍ରକରୁ ଡ଼ଃ. ସିନ୍ଧୁସୁତା ନାୟକ, ଡ଼ଃ. ରବିନ୍ଦ୍ର କୁମାର ଖୁଣ୍ଟିଆ, କର୍ମଚାରୀ ରୂପକ କୁମାର ସେନାପତି, ସେକ୍ ବୁଦ୍ଧିଆ, ସୁବ୍ରତ କୁମାର ବିଶ୍ୱାଳ ପ୍ରମୁଖଙ୍କ ସହଯୋଗରେ ୩୦ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା ।