ଭଦ୍ରକ, ୧୮ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମନଗର ମହାବିଦ୍ୟାଳୟ ପରିସରରେ ଭଦ୍ରକ ଜିଲ୍ଲା ପୋଲିସ ତରଫରୁ ଆତ୍ମହତ୍ୟା ପ୍ରତିରୋଧ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଧାମନଗର ଏସଡିପିଓ ତ୍ରିଲୋଚନ ସେଠୀଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ କାର୍ଯ୍ୟକ୍ରମ କୁ ଧାମନଗର ମହାବିଦ୍ୟାଳୟର ଇଂରାଜୀ ବିଭାଗ ଅଧ୍ୟାପିକା ବାସ୍ତବିକା ଦାସ କାର୍ଯ୍ୟକ୍ରମ କୁ ସଂଚାଳନ କରିଥିଲେ।ଆତ୍ମହତ୍ୟା କୌଣସି ସମସ୍ୟାର ସମାଧାନ ର ପନ୍ଥା ନୁହେଁ।ଜୀବନରେ ସମସ୍ୟା ଆସିବ,ତା’କୁ ସାହସ ଓ ଧେର୍ଯ୍ୟର ସହ ମୁକାବିଲା କରିବାର ଆବଶ୍ୟକତା ରହିଛି, ନିଜ ଭିତରେ କିଛି ଅସୁବିଧା ହେଲେ ନିଜର ସାଥିକୁ କୁହନ୍ତୁ ପରେ ଘରେ ବାପା ମା’କୁ ସୁଚନା ଦିଅନ୍ତୁ ବୋଲି ବକ୍ତା ମାନେ ମତବ୍ୟକ୍ତ କରିଥିଲେ।ଏସଡ଼ିପିଓ ଶ୍ରୀ ସେଠୀ ଛାତ୍ର ଛାତ୍ରୀଙ୍କୁ ସ୍କୁଲ କଲେଜରେ ହେଉଥିବା ରାଗିଂ,ଛାତ୍ରୀ ଓ ମହିଳା ନିର୍ଯାତନା,ସାଇବର ଅପରାଧ ଆଦିରେ ପୋଲିସର ସହାୟତା ସମ୍ପର୍କରେ ତଥ୍ୟ ପ୍ରଦାନ କରିଥିଲେ।ଆଇନଜୀବୀ ବନ୍ଧୁ ମାନେ ଭାରତୀୟ ନ୍ୟାୟ ସଂହିତାର ନୂତନ ଆଇନ ପ୍ରଣୟନ ସମ୍ପର୍କରେ ସମ୍ୟକ ତଥ୍ୟ ପ୍ରଦାନ କରିଥିଲେ।ଏହି ସଚେତନତା କାର୍ଯ୍ୟକ୍ରମରେ ଧାମନଗର ମହାବିଦ୍ୟାଳୟର ଅଧ୍ୟକ୍ଷ ଅଜୟ କୁମାର ବେଜ ,ବରିଷ୍ଠ ସାମ୍ବାଦିକ ବାସୁଦେବ ତ୍ରିପାଠୀ,ଆଇନଜୀବୀ ଅଜିତ କୁମାର ଦାସ,ଅମରେନ୍ଦ୍ର ମହାନ୍ତି,ରଞ୍ଜିତ କୁମାର ମହାନ୍ତି,ଡିଏସପି ଦୀପିକା ପ୍ରିୟଦର୍ଶିନୀ ସାହୁ,ଜିଲ୍ଲା ଫେମିଲି କାଉନସେଲିଂ ଅଧିକାରୀ ସ୍ନେହଲତା ପଣ୍ଡା,ଧାମନଗର ଥାନା ଆଇଆଇସି ଗୋପାଳକୃଷ୍ଣ ଜେନା ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗଦେଇଥିଲେ।ଧାମନଗର ଥାନା ର ଏସ ଆଇ ପ୍ରଦୀପ କୁମାର ନାୟକ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ।ଶେଷରେ ବାସ୍ତବିକା ଦାସ ଧନ୍ୟବାଦ ଅର୍ପଣ କରିଥିଲେ।ଏହି କାର୍ଯ୍ୟକ୍ରମରେ ଧାମନଗର ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ,ଅଧ୍ୟାପିକା,ଛାତ୍ର ଛାତ୍ରୀ ଓ କର୍ମଚାରୀ ଯୋଗଦେଇଥିଲେ।